ପୁରୀ: ଜିଲ୍ଲାରେ କୋଭିଡ-19 ଭୂତାଣୁ ସଂକ୍ରମଣ ରୋକିବାକୁ ପୁରୀ ଜିଲ୍ଲା ପ୍ରଶାସନ ଅଭିଯାନ ଆରମ୍ଭ କରିଛି । ଘର ଘର ବୁଲି ପ୍ରତ୍ୟେକ ପରିବାର ଲୋକଙ୍କ ଥର୍ମାଲ ସ୍କାନିଂ ସହ କୋଭିଡ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।
ଏହି ଅଭିଯାନରେ ଏଏନଏମ, ଆଶା କର୍ମୀ ହେବା ସହ ପ୍ରତି ଘରଘର ବୁଲି ପରିବାର ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ ଆରମ୍ଭ କରିଛନ୍ତି । ପୁରୀ ସହରର ପ୍ରତ୍ୟେକ ପରିବାରର ଥର୍ମାଲ ସ୍କ୍ରିନିଂ ସହ କୋଭିଡ ଲକ୍ଷଣ କାହାର ଅଛି କି ନାହିଁ, ସେ ସଂପର୍କରେ ତଥ୍ୟ ହାସଲ କରାଯାଉଛି । ପ୍ରତ୍ୟେକ ପରିବାର ସଦସ୍ୟଙ୍କ ନାମ, ବୟସ, କୋଭିଡ ଲକ୍ଷଣ ଅଛି କି ନାହିଁ । ଘରୁ ବାହାରିଲେ କଣ ସବୁ ସାବଧାନତା ଅବଲମ୍ବନ କରିବେ, ସେ ନେଇ ସଚେତନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ପୁରୀ ପୌରପାଳିକାର 32ଟି ୱାର୍ଡରେ ଏହାକୁ କାର୍ଯ୍ୟକାରୀ ହୋଇଛି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ