ପୁରୀ: ଟ୍ୟୁମରରେ କଷ୍ଟ ପାଉଛି କୁନି। ଆଉ ହାତ ଯୋଡି ସାହାଯ୍ୟ ପାଇଁ ସମସ୍ତଙ୍କୁ କରୁଛି କାକୁତି ମୀନତି। ଆଉ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି ଭିଡିଓଟି ଦେଖି ପ୍ରଥମେ ତରଳି ଯାଇଥିଲା ରିୟଲ ହିରୋ ସବ୍ୟସାଚୀଙ୍କ ହୃଦୟ ଆଉ ଏବେ ପୁରୀ ପ୍ରଶାସନର ।
ଚନ୍ଦନପୁର ବାଲିପଡା ଝିଅ କୁନି ପଣ୍ଡାଙ୍କ ହାତରେ ଟ୍ୟୁମର ହୋଇଥିବା ଏବଂ ସେ ଆର୍ଥିକ ସହାୟତା ମାଗୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ ପୁରୀ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି ।
ଜିଲ୍ଲାପାଳ ବଲବନ୍ତ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଏମରଜେନ୍ସି ବିଭାଗ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ କୁନି ପଣ୍ଡାଙ୍କୁ 20 ହଜାର ଟଙ୍କା ପ୍ରାଥମିକ ଚିକିତ୍ସା ପାଇଁ ସହାୟତା ଦିଆଯାଇଛି। ଏଥି ସହିତ ତାଙ୍କର କିଭଳି ଭଲ ରେ ଚିକିତ୍ସା ହୋଇ ପାରିବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି।
କୁନି ପଣ୍ଡାଙ୍କ ଦୂରାବସ୍ଥା ବିଷୟରେ ଜଣେ ସ୍ୱେଚ୍ଛାସେବୀ ପୁରୀ ଅଫିସିଆଲ ଟ୍ୱିଟରରେ ଟ୍ୱିଟ କରାଯିବା ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ