ETV Bharat / city

କ୍ବାରେଣ୍ଟାଇନ ନିୟମ ମାନିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

author img

By

Published : May 12, 2020, 7:13 PM IST

ପୁରୀ ଜିଲ୍ଲା ପ୍ରଶାସନ କୋଭିଡ 19 ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛି। ତେବେ ରାଜ୍ୟ ବାହାରୁ ଆସୁଥିବା ପୁରୀ ଜିଲ୍ଲାର ବାସିନ୍ଦା କ୍ଵାରେଣ୍ଟାଇନ ସେଣ୍ଟରରେ ରହିବା ସହ କୋଭିଡ 19ର ଗାଇଡଲାଇନ ପାଳନ କରିବାକୁ ଜିଲ୍ଲାପାଳ ବଲୱନ୍ତ ସିଂ ପରାମର୍ଶ ଦେଇଛନ୍ତି।

puri collector
କ୍ବାରେଣ୍ଟାଇନ ନିୟମ ମାନିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ପୁରୀ: ଜିଲ୍ଲା ପ୍ରଶାସନ କୋଭିଡ 19 ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛି। ତେବେ ରାଜ୍ୟ ବାହାରୁ ଆସୁଥିବା ପୁରୀ ଜିଲ୍ଲାର ବାସିନ୍ଦା କ୍ଵାରେଣ୍ଟାଇନ ସେଣ୍ଟରରେ ରହିବା ସହ କୋଭିଡ 19ର ଗାଇଡଲାଇନ ପାଳନ କରିବାକୁ ଜିଲ୍ଲାପାଳ ବଲୱନ୍ତ ସିଂ ପରାମର୍ଶ ଦେଇଛନ୍ତି।

ଯାହା କ୍ଵାରେଣ୍ଟାଇନର ଗାଇଡଲାଇନ ଅଛି ସେହି ଅନୁଯାୟୀ, ଜିଲ୍ଲା ପ୍ରଶାସନ ଖାଦ୍ୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦେଇଛି। ତେବେ ନୂଆ ନିଷ୍ପତ୍ତି ଅନୁଯାୟୀ କ୍ଵାରେଣ୍ଟାଇନରେ ଏଣିକି 21 ଦିନ ରହିବାକୁ ପଡିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେହିପରି ଏ ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ବାହାରେ ରହୁଥିବା 2220 ଜଣ ପ୍ରବାସୀ ଆସିଛନ୍ତି। ସେଥିମଧ୍ୟରୁ 35 ଜଣ ପେଡ୍‌ କ୍ଵାରେଣ୍ଟାଇନରେ ଥିବାବେଳେ ଅନ୍ୟମାନେ ସରକାରୀ କ୍ଵାରେଣ୍ଟାଇନରେ ଅଛନ୍ତି। ଅନ୍ୟପଟେ ଆଜି ପର୍ଯ୍ୟନ୍ତ ପୁରୀ ଜିଲ୍ଲାରୁ 580 ଟି କୋଭିଡ ଟେଷ୍ଟ ହୋଇଥିବାବେଳେ 262 ଟି ନେଗେଟିଭ ଆସିଛି। ନିକଟରେ 3 ଟି ପଜେଟିଭ କେସ ଆସିଛି। ତାହା ପୁରୀ ସହରରୁ ଦୁଇଟି ଓ ଗୋପ ଅଞ୍ଚଳରୁ ଗୋଟିଏ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗୋପରେ ପଜେଟିଭ ହୋଇଥିବା ଏହି ବ୍ୟକ୍ତି ଜଣଙ୍କର ବୟସ 35 ବର୍ଷ। ସେ ସୁରଟରୁ ଫେରିଥିଲେ। ତେବେ ତାଙ୍କର କୋରୋନା ଲକ୍ଷଣ ନାହିଁ। ତାଙ୍କର ଚିକିତ୍ସା ଚାଲିଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.