ETV Bharat / city

ବିସ୍ତୀର୍ଣ୍ଣ ବେଳାଭୂମି ଉପଭୋଗ କରିବେ ପର୍ଯ୍ୟଟକ, ଖୋଲିଲା ‘ବ୍ଲୁ ଫ୍ଲାଗ ବିଚ’ - blue flag beach

ଶ୍ରୀକ୍ଷେତ୍ର ପାନ୍ଥନିବାସ ନିକଟ ବେଳାଭୂମିରେ ଶେଷ ହୋଇଛି ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟ । ଇତି ମଧ୍ୟରେ ଏହି ବିଶ୍ବସ୍ତରୀୟ ସୁନ୍ଦର ବେଳାଭୂମିକୁ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଖୋଲିଛି ପୁରୀ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବ୍ଲୁ ଫ୍ଲାଗ ବିଚ
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବ୍ଲୁ ଫ୍ଲାଗ ବିଚ
author img

By

Published : Sep 17, 2020, 8:00 PM IST

ପୁରୀ: ଶ୍ରୀକ୍ଷେତ୍ରର ପାନ୍ଥନିବାସ ନିକଟରେ ଥିବା ବେଳାଭୂମିରେ ଶେଷ ହୋଇଛି ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟ । ଇତି ମଧ୍ୟରେ ଏହି ବିଶ୍ବସ୍ତରୀୟ ସୁନ୍ଦର ବେଳାଭୂମିକୁ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଖୋଲିଛି ପୁରୀ ଜିଲ୍ଲା ପ୍ରଶାସନ । ବ୍ଲୁ ଫ୍ଲାଗ ବିଚରେ ପ୍ରବେଶ ପାଇଁ 4 ପ୍ରକାରର ଟିକେଟ ବ୍ୟବସ୍ଥା କରାଯାଇଛି । ମାସିକ ପାସ ପାଇଁ 300 ଟଙ୍କା ଏବଂ ଦୈନିକ ଟିକଟ 20 ଟଙ୍କା ରହିଛି । ଏହି ଟିକଟ ନେଇ ଜଣେ ଏହି ବେଳାଭୂମିରେ 3 ଘଣ୍ଟା ବୁଲି ପାରିବେ । ସେହିପରି ପୁରା ଦିନ ବିଚରେ ବୁଲିବା ତଥା ଭ୍ରମଣ ପାଇଁ ସ୍ଥାନୀୟ ଲୋକଙ୍କ ପାଇଁ 50 ଟଙ୍କା ଓ ପର୍ଯ୍ୟଟକଙ୍କ ପାଇଁ 100 ଟଙ୍କା ରହିଛି ।

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବ୍ଲୁ ଫ୍ଲାଗ ବିଚ

ବ୍ଲୁ ଫ୍ଲାଗ ବିଚ ସମୁଦ୍ର ବେଳାଭୂମିରେ କରଯାଇଛି ଇକୋ ଫ୍ରେଣ୍ଡଲି ବ୍ୟବସ୍ଥା । ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ବାଉଁଶରେ ତିଆରି ହୋଇଛି ଅତ୍ୟାଧୁନିକ ଶୌଚାଳୟ ଓ ସମୁଦ୍ର ସ୍ନାନ ପରେ ଚେଞ୍ଜିଙ୍ଗ ରୁମ । ସେହିପରି ବେଳାଭୂମିରେ କୁନି କୁନି ପିଲାଙ୍କ ଖେଳିବା ପାଇଁ ରହିଛି ଅନେକ ବ୍ୟବସ୍ଥା । ଫିଟନେସ ପାଇଁ ରହିଛି ଜିମ ବ୍ୟବସ୍ଥା । ପର୍ଯ୍ୟଟକଙ୍କ ପାଇଁ କରାଯାଇଛି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା। ପର୍ଯ୍ୟଟକ ମାନେ ବେଳାଭୂମିରେ ମଜା ନେବା ସହ ବସିବା ପାଇଁ ହୋଇଛି ଆକର୍ଷଣୀୟ ଡିଜାଇନର ବାଉଁଶ ଚେୟାର । ସମୁଦ୍ର ନୀଳ ଜଳ ରାଶିର ଦୃଶ୍ୟ ଉପଭୋଗ କରିବା ପାଇଁ କରାଯାଇଛି ବାମ୍ବୋ ଟାୱାର ।

ବିଶ୍ବସ୍ତରରେ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ସ୍ଥାନିତ କରିବା ପାଇଁ ଏହା ହେଉଛି ଏକ ସ୍ବତନ୍ତ୍ର ପ୍ରୟାସ । ପୁରୀ ବେଳାଭୂମିରେ ରାଜ ଭବନ ପଛପଟେ ଚାଲିଥିବା ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟ ଶେଷ ହୋଇ ସାରିଛି। ପୁରୀର ଗାନ୍ଧି ପାର୍କ ବେଳାଭୂମି ଠାରୁ ମେ ଫେୟାର ହୋଟେଲ ବେଳାଭୂମିରେ କରାଯାଇଛି ବ୍ଲୁ ଫ୍ଲାଗ ବିଚ। ଏଥିରେ ପର୍ଯ୍ୟଟକଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ର, ପବ୍ଲିକ ଟଏଲେଟ, ପୋଷାକ ପରିବର୍ତ୍ତନ ଗୃହ , ସୋଲାର ଲାଇଟ ବ୍ୟବସ୍ଥା , କଠିନ ବର୍ଜ୍ୟବସ୍ତୁ ଵିଘଟନ ପ୍ରକଳ୍ପ ସମେତ ଅନ୍ତର୍ଜାତୀୟ ବେଳାଭୂମିର ସୁବିଧା ରହିଛି। ଭାରତ ସରକାର ଓ ଅନ୍ତର୍ଜାତୀୟ ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପରେ ଏହି ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟ ହୋଇଛି। ଡେନମାର୍କ ର ଏକ ସଂସ୍ଥାର କର୍ମକର୍ତ୍ତା ପୁରୀ ଆସି ଅନୁଧ୍ୟାନ କରିଛନ୍ତି ।

ଡେନମାର୍କର federation of environment education ନାମକ ସଂସ୍ଥା ବିଶ୍ବରେ ସର୍ବଶ୍ରେଷ୍ଠ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ଦେଇଥାଏ। ଏହି ମାନ୍ୟତା ଯେଉଁ ବେଳାଭୂମି ପାଇଥାଏ ସାରା ବିଶ୍ବରେ ଉକ୍ତ ବେଳାଭୂମିର ମର୍ଯ୍ୟଦା ସ୍ବତନ୍ତ୍ର ରହିଥାଏ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ବାରା ଭାରତ ବିଭିନ୍ନ ରାଜ୍ୟର ସମୁଦ୍ର ଉପକୂଳରେ 13 ଟି ବ୍ଲୁ ଫ୍ଲାଗ ବିଚ ପ୍ରୋଜେକ୍ଟ ରହିଛି । ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟ ସରିବା ପରେ 33ଟି ମାନଦଣ୍ଡ ପୂରଣ କଲେ ଡେନମାର୍କର fee ସଂସ୍ଥା ଅନୁଧ୍ୟାନ କରି ବ୍ଲୁ ଫ୍ଲାଗ ମାନ୍ୟତା ଦେଇଥାଏ । ପୁରୀ ବେଳାଭୂମିକୁ ଯଦି ଏହି ସାର୍ଟଫିକେଟ ମିଳେ, ତେବେ ସାରା ବିଶ୍ବର ଆକର୍ଷଣ ସାଜିବ ଶ୍ରୀକ୍ଷେତ୍ର ବେଳାଭୂମି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.