ETV Bharat / city

ପୁରୀ ବ୍ଲୁ ଫ୍ଲାଗ ବିଚ; ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ - ପୁରୀ ବ୍ଲୁ ଫ୍ଲାଗ ବିଚ

ପୁରୀ ବ୍ଲୁ ଫ୍ଲାଗ ବିଚକୁ ନେଇ ବଢୁଛି ବିରୋଧ । ପ୍ରଥମେ ପୁରୀ ସଚେତନ ନାଗରିକ ମଞ୍ଚ ପରେ ଆଜି ପୁରୀ ସି’ ବିଚ ଫଟୋଗ୍ରାଫର ସଂଘ ପକ୍ଷରୁ ବିରୋଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ପୁରୀ ବ୍ଲୁ ଫ୍ଲାଗ ବିଚ
ପୁରୀ ବ୍ଲୁ ଫ୍ଲାଗ ବିଚ
author img

By

Published : Sep 29, 2021, 6:49 PM IST

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚକୁ ନେଇ ବଢୁଛି ବିରୋଧ । ପ୍ରଥମେ ପୁରୀ ସଚେତନ ନାଗରିକ ମଞ୍ଚ ପରେ ଆଜି ପୁରୀ ସି’ ବିଚ ଫଟୋଗ୍ରାଫର ସଂଘ ପକ୍ଷରୁ ବିରୋଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପୁରୀ ବ୍ଲୁ ଫ୍ଲାଗ ବିଚ; ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ସଂଘ ଅଭିଯୋଗ କରିଛି ବ୍ଲୁ ଫ୍ଲାଗ ବିଚ ପାଇଁ ଜାରି ହୋଇଥିବା କଟକଣା ଦ୍ବାରା ବ୍ୟବସାୟୀ ମାନେ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି । ବ୍ଲୁ ଫ୍ଲାଗ ବିଚକୁ ତୁରନ୍ତ ପ୍ରଶାସନ ପର୍ଯ୍ୟଟକମାନଙ୍କ ପାଇଁ କଟକଣା ମୁକ୍ତ କରୁ। ସଂଘର ଅଭିଯୋଗ ବ୍ଲୁ ଫାଗ ବିଚ ଦ୍ବାରା ବ୍ୟବସାୟୀ, ପର୍ଯ୍ୟଟକ ଓ ଫଟୋଗ୍ରାଫର ମାନେ ଆର୍ଥିକ କ୍ଷତି ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ କୋଭିଡ କଟକଣା ବେଳେ ଫଟୋଗ୍ରାଫର ଓ ବ୍ୟବସାୟୀ ମାନେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । ପୁଣି ବ୍ଲୁ’ ଫ୍ଲାଗ ବିଚ ଦ୍ବାରା ଏହା ସେମାନେ ଆହୁରି ସଂକଟ ଭିତରକୁ ଚାଲିଯାଉଛନ୍ତି ।

ପୁଣି ଆଗାମୀ ଦିନରେ ପୁରୀରେ ଆହୁରି ୩ ଟି ବ୍ଲୁ ଫ୍ଲାଗ ବିଚ ପାଇଁ ସରକାର ଯୋଜନା କରୁଛନ୍ତି । ତାହାକୁ ମଧ୍ୟ ସଂଘ ବିରୋଧ କରିଛି । ଏହାସହ ସଂଘ ଦାବି କରିଛି ସି’ ବିଚ ଫଟୋଗ୍ରାଫର ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ । ଏହାସହ ପରିଚୟ ପତ୍ର ପ୍ରଦାନ ଭଳି ଆଠ ଦଫା ଦାବି ନେଇ ସଂଘ ପକ୍ଷରୁ ପ୍ରଶାସନକୁ ଦାବିପତ୍ର ଦିଆଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.