ETV Bharat / city

ସ୍ୱର୍ଗଦ୍ୱାରରେ ବିଜେଡି ନେତା ଓ କର୍ମୀଙ୍କ କୋଭିଡ ନିୟମ ଉଲ୍ଲଙ୍ଘନ ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବି - action against of bjd minister and leader for violation of covid19 guideline news

ପିପିଲି ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିବା ବିଜେଡି ନେତା ଓ କର୍ମୀଙ୍କ କୋଭିଡ ନିୟମ ଉଲ୍ଲଙ୍ଘନ ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବି । ଏହାର ପ୍ରତିବାଦରେ ପୁରୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧରଣା ଦେଇଛନ୍ତି । ଅଧିକ ପଢନ୍ତୁ...

ସ୍ୱର୍ଗଦ୍ୱାରରେ ବିଜେଡି ନେତା ଓ କର୍ମୀଙ୍କ କୋଭିଡ ନିୟମ ଉଲ୍ଲଙ୍ଘନ ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବି

author img

By

Published : Oct 7, 2020, 8:18 PM IST

ପୁରୀ: ସ୍ୱର୍ଗଦ୍ୱାରରେ ବିଜେଡି ନେତା ଓ କର୍ମୀଙ୍କ କୋଭିଡ ନିୟମ ଉଲ୍ଲଙ୍ଘନ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲା ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ଏହାର ପ୍ରତିବାଦରେ ପୁରୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସ୍ୱର୍ଗଦ୍ୱାରରେ ବିଜେଡି ନେତା ଓ କର୍ମୀଙ୍କ କୋଭିଡ ନିୟମ ଉଲ୍ଲଙ୍ଘନ ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବି

ପିପିଲି ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଶେଷ କୃତ୍ୟରେ ହଜାର ହଜାର ଲୋକ କୋଭିଡ ଗାଇଡ଼ ଲାଇନ ଉଲ୍ଲଙ୍ଘନ କରି ସାମିଲ ହୋଇଥିଲେ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କୋଭିଡରେ ଅକ୍ରାନ୍ତ ଥିଲେ ମଧ୍ୟ କୋଭିଡ ଗାଇଡ଼ଲାଇନ ଉଲ୍ଲଙ୍ଘନ କରିଥିଲେ । ଉଭୟ ସଙ୍ଗରୋଧରେ ନରହି ଶେଷକୃତ୍ୟରେ ସାମିଲ ହୋଇଥିଲେ। ସେହିପରି ପୁରୀ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ପୁରୀ ପୋଲିସ ଓ ପ୍ରଶାସନ ଦୋମୁହାଁ ନୀତିକୁ ବିଜେପି ଯୁବ ମୋର୍ଚ୍ଚା କଡା ସମାଲୋଚନା କରିଛି। ପୂର୍ବରୁ ଏ ନେଇ ବିଜେପି ପକ୍ଷରୁ ସମୁଦ୍ରକୂଳ ଥାନାରେ ଏତଲା ଦିଆଯାଇ ଥିଲେ ମଧ୍ୟ ପୁରୀ ପୋଲିସ ରାଜନୈତିକ ଚାପର ବରବର୍ତ୍ତୀ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି ପୁରୀ ବିଜେପି ଯୁବ ମୋର୍ଚ୍ଚା କହିଛି।

ଯେତେବେଳେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରତିଦିନ ସହ ସହ ଲୋକଙ୍କୁ ଫାଇନ ଓ ଗିରଫ କରାଯାଉଛି । ଶାସକ ଦଳର ମନ୍ତ୍ରୀ , ବିଧାୟକ ଓ କର୍ମୀ ଖୁଲମ ଖୁଲା କୋଭିଡ ନିୟମ ଉଲ୍ଲଘଂନ କରିଥିବା ବେଳେ ପୁରୀ ପୋଲିସ ପ୍ରଶାସନ ଚୁପ ବସିବା ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିର ପରିଚୟ ବୋଲି ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା କାହିଛି। ତୁରନ୍ତ ସରକାର ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ ପୁରୀ ବିଜେପି ଯୁବ ମୋର୍ଚ୍ଚା ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.