ETV Bharat / city

ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ-ମାସ୍କ-ସାନିଟାଇଜର ବଣ୍ଟନ

ପିପିଲି NACର 16 ୱାର୍ଡର ବାସିନ୍ଦାକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ସମେତ ମାସ୍କ ସାନିଟାଇଜର ବଣ୍ଟନ କଲା ବିଜେପି । ଅଧିକ ପଢନ୍ତୁ...

author img

By

Published : Jun 8, 2021, 9:51 PM IST

ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ-ମାସ୍କ-ସାନିଟାଇଜର ବଣ୍ଟନ
ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ-ମାସ୍କ-ସାନିଟାଇଜର ବଣ୍ଟନ

ପୁରୀ: ପିପିଲି NACର 16 ୱାର୍ଡର ସମସ୍ତ ପରିବାରଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ସମେତ ମାସ୍କ ସାନିଟାଇଜର ବଣ୍ଟନ କଲା ବିଜେପି । ସେବା ହିଁ ସଙ୍ଗଠନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଜିଲ୍ଲା ସଭାପତି ତଥା ପିପିଲି ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ16 ଗୋଟି ୱାର୍ଡରେ ପ୍ରାୟ 3,500ରୁ ଉର୍ଦ୍ଧ୍ବ ପରିବାରକୁ ଶୁଖିଲା ଖାଦ୍ୟ, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଛି ।

NACର ବିଭିନ୍ନ ୱାର୍ଡରେ ବିଜେପିର ସାଙ୍ଗଠନିକ ପଦ ପଦବୀରେ ଥିବା ବିଜେପି କର୍ମୀମାନେ ଘରକୁ ଘର ବୁଲି ଶୁଖିଲା ଖାଦ୍ୟ, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିଛନ୍ତି । ଏଥିସହ ଲୋକଙ୍କୁ ସାମାଜିକ ଦୂରତା ରଖିବା ସହ ସରକାରଙ୍କ କୋରୋନା ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ । ବିଶେଷକରି NAC ଅଞ୍ଚଳରେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସ୍ପ୍ରେୟର ମେସିନ ଦ୍ୱାରା ପ୍ରତ୍ୟେକ ଘର, ବାରଣ୍ଡା ଆଦି ସ୍ଥାନକୁ ସାନିଟାଇଜ କରାଯାଇଛି । କୋରୋନା ଭଳି ମହାମାରୀ ସମୟରେ ବିଜେପିର ଏହି ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି । ସେପଟେ ଏହି ସେବା ହିଁ ସଙ୍ଗଠନ ଜରିଆରେ ହେଉଥିବା ବଣ୍ଟନ ଏବଂ ସଚେତନତା କାର୍ଯ୍ୟକ୍ରମକୁ ଆଶ୍ରିତ ପଟ୍ଟନାୟକ ନିଜେ ବାଇକରେ ୱାର୍ଡକୁ ୱାର୍ଡ ବୁଲି ତଦାରଖ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.