ETV Bharat / city

ପୁରୀବାସୀଙ୍କ ପାଇଁ ୪ ଦ୍ବାର ଖୋଲିବା ଘଟଣା, ଓକିଲ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଶ୍ରୀମନ୍ଦିର ୪ ଦ୍ୱାର ପୁରୀବାସୀଙ୍କ ପାଇଁ ଖୋଲିବାକୁ ଦାବି ନେଇ ପୁରୀ ଓକିଲ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ...

author img

By

Published : Nov 3, 2021, 7:21 PM IST

ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ବାର ଓକିଲ ସଂଘର ଦାବି

ପୁରୀ: ଶ୍ରୀମନ୍ଦିର ୪ ଦ୍ୱାର ପୁରୀବାସୀଙ୍କ ପାଇଁ ଖୋଲିବାକୁ ଦାବି ନେଇ ପୁରୀ ଓକିଲ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୁରୀ ସହରରେ ଅନେକ ସଂଗଠନ ପକ୍ଷୁ ବାରମ୍ବାର ଏଭଳି ଦାବି ହେଉଥିବାରୁ ପ୍ରଶାସନ ପକ୍ଷରୁ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ବାରରୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ବର୍ତ୍ତମାନ ଜଗା ଦର୍ଶନ ପାଇଁ ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିର ୪ ଦ୍ଵାରରେ ପ୍ରବେଶ ପାଇଁ ଅନୁମତି ଦାବି ହୋଇଛି ।

ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ପୁରୀ ଓକିଲ ସଂଘ । ଏହାକୁ ନେଇ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । କେବଳ ପଶ୍ଚିମ ଦ୍ଵାର ନୁହେଁ ବରଂ ପୂର୍ବପରି ୪ ଦ୍ବାରରେ ପ୍ରବେଶ ଅନୁମତି ଦିଆଯାଉ ବୋଲି ଦାବି କରିଛି ଓକିଲ ସଂଘ। ସେହିପରି ବଡ଼ଦାଣ୍ଡ ଜାତୀୟ ରାଜପଥ ମାନ୍ୟତା ପ୍ରାପ୍ତ ହୋଇଥିଲେ ମଧ୍ୟ ଶୃଙ୍ଖଳିତ ଦର୍ଶନ ନାମରେ ପ୍ରଶାସନ ତାହାକୁ ଅବରୋଧ କରି ସେଠାରେ ଲମ୍ବା ବ୍ୟାରିକେଡ ସହ ଅସ୍ଥାୟୀ ସେଡ୍ ନିର୍ମାଣ କରିଥିବାରୁ ଏହା ଆଇନ ବିରୋଧୀ ବୋଲି ଓକିଲ ସଂଘ ଦର୍ଶାଇଛି।

ଏହା ବ୍ୟତୀତ ଟାଟା ପାୱାର ଲିମିଟେଡର ଗ୍ରାହକ ମାରଣ ନୀତିକୁ ଓକିଲ ସଂଘ ସମାଲୋଚନା କରିଛି । ବିଦ୍ୟୁତ କର୍ମଚାରୀମାନେ ଜୋର ଜବରଦସ୍ତ ଟାଟା ମିଟର ବସାଉଥିବା ବେଳେ ଅଧିକ ବିଲ ମଧ୍ୟ ନେଉଛନ୍ତି । କର୍ମଚାରୀ ଗ୍ରାହକଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଏଣୁ ଟାଟା କମ୍ପାନୀକୁ ଜିଲ୍ଲାପାଳ ତାଗିଦ କରିବାକୁ ସଂଘ ଦାବି କରିଛି । ଆସନ୍ତା ୧୫ ଦିନ ମଧ୍ୟରେ ଏସବୁ ଦିଗରେ ପ୍ରଶାସନ ପଦକ୍ଷେପ ନନେଲେ ସଂଘ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଅନ୍ୟପଟେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.