ETV Bharat / city

ମହାପ୍ରଭୁଙ୍କ ଦର୍ଶନ, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ - ମହାପ୍ରଭୁ ଜଗନ୍ନାଥ

ବହୁ ଦିନରେ ପ୍ରତୀକ୍ଷା ପରେ ଲାଗିଛି ଜଗା ଡୋରି । ପୁରୀବାସୀ ଆସନ୍ତା ୧୬ ତାରିଖଠାରୁ ଜଗା ଦର୍ଶନ କରିବାକୁ ଯାଉଥିବା ବେଳେ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ଦର୍ଶନ, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ

author img

By

Published : Aug 13, 2021, 4:05 PM IST

ପୁରୀ: ବହୁ ଦିନର ପ୍ରତୀକ୍ଷା ପରେ ଖୋଲିଛି ଭକ୍ତ ପାଇଁ ଖୋଲିଛି ମହାପ୍ରଭୁଙ୍କ ଦ୍ବାର । ବର୍ତ୍ତମାନ ସେବାୟତ ଓ ପରିବାର ପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ଜଗାର ଦର୍ଶନ କରିବେ । ଏଥିଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ସୂଚନା ମିଳିଛି ।

ମହାପ୍ରଭୁଙ୍କ ଦର୍ଶନ, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ

ପ୍ରଶାସନ ପୁରୀବାସୀଙ୍କ ପାଇଁ ୱାର୍ଡ ୱାଇଜ ଦର୍ଶନର ବ୍ୟବସ୍ଥା କରିଛି l ଏହି 5 ଦିନ 32ଟି ୱାର୍ଡର ବାସିନ୍ଦାମାନଙ୍କ ପାଇଁ ଦର୍ଶନର ବ୍ୟବସ୍ଥା ହୋଇଥିବା ବେଳେ ପ୍ରତ୍ୟେକ ୱାର୍ଡ ପାଇଁ ସାଢେ 3 ଘଣ୍ଟାର ସମୟ ରଖାଯାଇଛି । ତେବେ ପୁରୀ ପୌରାଞ୍ଚଳରେ କୋଭିଡ ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ପୁରୀ ବାସୀଙ୍କ ପାଇଁ କୋଭିଡ ଟେଷ୍ଟ କିମ୍ବା ଟିକା ପ୍ରମାଣପତ୍ରର ଆବଶ୍ୟକତା ନାହିଁ । ଏଣୁ ସ୍ଥାନୀୟ ଭକ୍ତମାନଙ୍କୁ ଘର ଘର ବୁଲି ଦର୍ଶନ ପାସ ଯୋଗାଇ ଦେଉଛି ପ୍ରଶାସନ ।

ରଥଯାତ୍ରା ସମୟରେ ଘରେ ରହି ପ୍ରଶାସନର କଟକଣାକୁ ସହଯୋଗ କରିଥିବା ସ୍ଥାନୀୟ ବାସିନ୍ଦାଙ୍କୁ ଏହି ସୁଯୋଗ ମିଳିଛି । ସ୍ଥାନୀୟ ବାସିନ୍ଦାମାନେ ମହାପ୍ରଭୁଙ୍କ ଦର୍ଶନକୁ ଅପେକ୍ଷା କରିଥିବା ବେଳେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପୌର ସଂସ୍ଥାର କର୍ମଚାରୀମାନେ ଘର ଘର ବୁଲି ଦର୍ଶନ ପାସ ଯୋଗାଇ ଦେଉଛନ୍ତି । ଭକ୍ତମାନେ ସିଂହଦ୍ବାରରେ ବ୍ୟାରିକେଡ଼ ଦେଇ ପ୍ରବେଶ ଓ ଉତ୍ତର ଦ୍ବାରରେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି ।

ସେପଟେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଆରମ୍ଭ ହୋଇଛି । ତେବେ 23 ତାରିଖରୁ ସାଧାରଣ ଦର୍ଶନ ରହିଥିବା ବେଳେ ସବୁ ଭକ୍ତ ଡବଲ ଡୋଜ କୋଭିଡ ଟିକା ପ୍ରମାଣ ପତ୍ର କିମ୍ବା କୋଭିଡ ନେଗେଟିଭ ରିପୋର୍ଟ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ । ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ହ୍ବିଲ ଚେୟାରର ବ୍ୟବସ୍ଥା ହୋଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.