ETV Bharat / city

ତୃତୀୟ ଲହର ମୁକାବିଲା ପାଇଁ ପୁରୀ ପ୍ରଶାସନର ପ୍ରସ୍ତୁତି

ତୃତୀୟ ଲହରର ମୁକାବିଲା ପୁରୀ ପ୍ରଶାସନର ପ୍ରସ୍ତୁତି । ମେଡିକାଲମାନଙ୍କରେ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ବେଡ୍ ସହ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା କରୁଛି ପ୍ରଶାସନ । ଅଧିକ ପଢନ୍ତୁ...

ତୃତୀୟ ଲହର ମୁକାବିଲା ପାଇଁ ପୁରୀ ପ୍ରଶାସନର ପ୍ରସ୍ତୁତି
ତୃତୀୟ ଲହର ମୁକାବିଲା ପାଇଁ ପୁରୀ ପ୍ରଶାସନର ପ୍ରସ୍ତୁତି
author img

By

Published : Aug 28, 2021, 7:46 PM IST

ପୁରୀ: ଦ୍ବିତୀୟ ଲହରର ବିଭୀଷିକା ପରେ ଚିନ୍ତା ବଢାଇଛି ତୃତୀୟ ଲହର । ଏହି ଲହର ଶିଶୁଙ୍କ ପ୍ରତି ଅଧିକ ଘାତକ ହେବା ନେଇ ବିଶେଷଜ୍ଞମାନେ କହୁଥିବାରୁ ଲୋକଙ୍କ ଭିତରେ ଛନକା ପଶିଛି । ସେପଟେ ତୃତୀୟ ଲହର ନ ଆସୁଣୁ ବର୍ତ୍ତମାନ ରାଜ୍ୟରେ ଶିଶୁ ସଂକ୍ରମଣ ବଢିବାରେ ଲାଗିଛି । ପୁରୀରେ କେବଳ ଗତ 10 ଦିନ ମଧ୍ୟରେ 19 ଜଣ ଶିଶୁ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାପରେ ଏବେ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ ।

ତୃତୀୟ ଲହର ମୁକାବିଲା ପାଇଁ ପୁରୀ ପ୍ରଶାସନର ପ୍ରସ୍ତୁତି

କୋଭିଡ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ଏବଂ ସଂକ୍ରମଣ ରୋକିବାକୁ ପୁରା ଦମ୍ ଲଗାଇଛି ପୁରୀ ଜିଲ୍ଲା ପ୍ରଶାସନ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଇଡ଼ିଏଚ ହସ୍ପିଟାଲରେ ସ୍ବତନ୍ତ୍ର ବେଡ଼ ସହ ସମସ୍ତ ପ୍ରକାର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଆଇଡିଏଚ୍ ହସ୍ପିଟାଲରେ ଶିଶୁମାନଙ୍କ ଚିକିତ୍ସା ଲାଗି ୪୦ଟି ବେଡ୍ ପ୍ରସ୍ତୁତ ରଖାଯାଇଛି । ଡିଏଚଏଚରେ ଆଇସୋଲେସନ ସହ ୧୬ଟି ବେଡ୍ ବ୍ୟବସ୍ଥା କରାଯାଇଛି । ଏଥିସହ ସମସ୍ତ ଡାକ୍ତରମାନଙ୍କୁ ଅନଲାଇନ ମାଧ୍ୟମରେ ପେଡିଆଟ୍ରିକ ମ୍ୟାନେଜମେଣ୍ଟ ଟ୍ରେନିଂ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଶିଶୁଙ୍କ ପାଇଁ ଆବଶ୍ୟକୀୟ ମେଡିସିନ ମହଜୁଦ ରହିଥିବାବେଳେ ଆଇସିୟୁରେ ୧୨ଟି ବେଡରୁ ୪ଟି ବେଡ୍ ଶିଶୁମାନଙ୍କ ପାଇଁ ରଖାଯାଇଛି । ଛୋଟ ପିଲାଙ୍କ ପାଇଁ ଭ୍ୟାକ୍ସିନ ଆସିଲେ ପ୍ରାଥମିକତା ଭିତରେ ଦିଆଯିବ । ଛୁଆଙ୍କ ପାଇଁ ଆରଆରଟି ଟିମ୍ କରାଯାଇଛି । ଲକ୍ଷଣ ନଥିବା ଶିଶୁଙ୍କ ପାଇଁ ଘରେ ଚିକିତ୍ସା ବ୍ୟବସ୍ଥା କରାଯିବ । ଏଥିସହ ଆରଆରଟି ଟିମ୍ ଘରେ ରହି ଚିକିତ୍ସିତ ହେଉଥିବା ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ପ୍ରତିଦିନ ନଜର ରଖିବେ ବୋଲି ସୂଚନା ଦେଇଛନ୍ତି ପୁରୀ ସିଡିଏମଓ । ତେବେ କୋରୋନା ତୃତୀୟ ଲହରର ସାମ୍ନା କରିବା ନେଇ ପ୍ରଶାସନର ଯେତିକି ଦାୟିତ୍ବ ଜନସାଧାରଣ ମଧ୍ୟ ସେତିକି ସଚେତନ ହେବା ଆବଶ୍ୟକ ବୋଲି ମତ ରଖିଛନ୍ତି ଅଭିଭାବକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.