ETV Bharat / city

ଗାଇଡଲାଇନ ମାନିବାକୁ ବଡଦାଣ୍ଡରେ ଦୋକାନୀଙ୍କ ଶପଥ ପାଠ - sebayata covid test

କୋଭିଡ଼ ଚେନ୍ ରୋକିବା ପାଇଁ କଡା ପଦକ୍ଷେପ ନେଉଛି ପୁରୀ ଜିଲ୍ଲା ପ୍ରଶାସନ । ବଡଦାଣ୍ଡରେ ଥିବା ଦୋକାନୀମାନଙ୍କୁ ଗାଇଡଲାଇନ ପାଳନ ନେଇ ଶପଥ ପାଠ କରାଇବା ସହ ସେବାୟତଙ୍କ କୋଭିଡ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଗାଇଡଲାଇନ ମାନିବାକୁ ବଡଦାଣ୍ଡରେ ଦୋକାନୀଙ୍କ ଶପଥ ପାଠ

author img

By

Published : Apr 8, 2021, 5:09 PM IST

ପୁରୀ: କୋଭିଡ଼ ଚେନ୍ ରୋକିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ସୁରକ୍ଷା ଏବଂ କୋଭିଡ଼ ଗାଇଡ଼ଲାଇନ କଡ଼ାକଡ଼ି ପାଳନ କରିବା ନେଇ ନିଆଯାଉଛି କଡ଼ା ପଦକ୍ଷେପ । ବଡ଼ଦାଣ୍ତରେ ବସୁଥିବା କ୍ଷୁଦ୍ର ଓ ଉଠା ଦୋକାନୀଙ୍କୁ ଗାଇଡ଼ଲାଇନ ବିଷୟରେ ପୋଲିସ ସଚେତନ କରାଇବା ସହ ଶପଥ ପାଠ କରାଇଛି । ଗ୍ରାହକମାନେ ଦୋକାନକୁ ଆସିଲେ କିଭଳି ସାମାଜିକ ଦୂରତା ରକ୍ଷା କରିବେ ଏବଂ ମୁହଁରେ ମାସ୍କ ପରିଧାନ କରିବେ ସେନେଇ ପୋଲିସ ସଚେତନ କରିଛି ।

ଗାଇଡଲାଇନ ମାନିବାକୁ ବଡଦାଣ୍ଡରେ ଦୋକାନୀଙ୍କ ଶପଥ ପାଠ

ଅନ୍ୟପଟେ ସହରରେ ଥିବା ବିଭିନ୍ନ ଥାନା ଅଞ୍ଚଳରେ ମାସ୍କ ଚେକିଂ କଡ଼ାକଡ଼ି କରାଯାଇଛି । ଗତ ଦୁଇଦିନ ଭିତରେ ୭୦୦ରୁ ଊର୍ଦ୍ଧ୍ବ ମାସ୍କ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ତେବେ କୋରୋନା ନିୟମ ମାନୁନଥିବା ଅମାନିଆମାନେ ସାବଧାନ କିମ୍ୱା ସଚେତନ ନହେଲେ ଆଇନ ଅନୁଯାୟୀ ଦଣ୍ତ ଭୋଗିବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାଇ ଦେଇଛନ୍ତି ପୁରୀ ଏସପି ।

ଏହାସହ ଆସନ୍ତାକାଲି(ଶୁକ୍ରବାର) ଠାରୁ ବଡ଼ଦାଣ୍ତସ୍ଥିତ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ପୁଣି ସେବାୟତମାନଙ୍କ କୋଭିଡ଼ ଟେଷ୍ଟ ଆରମ୍ଭ ହେବ । ଯେଉଁ ସେବାୟତମାନଙ୍କର କୋଭିଡ଼ ପଜିଟିଭ ଆସିବ ସେମାନଙ୍କୁ ଆଇସୋଲେସନରେ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସେହିପରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସେବାୟତଙ୍କ ପରିବାରକୁ ଆସନ୍ତା ସୋମବାର ଠାରୁ ତିନିଦିନ ଧରି ହୋମିଓପ୍ୟାଥି ଔଷଧ ଦିଆଯିବ । ସେହିପରି ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସେବାୟତଙ୍କ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ସହ କୋଭିଡ଼କୁ ନେଇ ସଚେତନ କରାଇବେ । ୪୫ ବର୍ଷରୁ ଊର୍ଦ୍ଧ୍ବ ସେବାୟତ ପରିବାର ଲୋକଙ୍କ ଟୀକାକରଣ ଚାଲୁ ରହିଥିବାବେଳେ ପ୍ରାୟ ୯୦୦ ଜଣଙ୍କୁ ଏହା ମଧ୍ୟରେ ଟିକା ଦିଆଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି ।

ପୁରୀର ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.