ETV Bharat / city

ଶ୍ରୀମନ୍ଦିର ନିକଟସ୍ଥ ପଞ୍ଜାବୀ ମଠ ସିଲ୍ - ପଞ୍ଜାବୀ ମଠ ସିଲ୍

ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରରେ ଥିବା ପଞ୍ଜାବୀ ମଠକୁ ସୋମବାର ପୋଲିସ ସିଲ କରିଛି। ସୋମବାର ସନ୍ଧ୍ୟା ସୁଦ୍ଧା ମଠ ଖାଲି କରିବାକୁ ପୋଲିସ ନିର୍ଦ୍ଦେଶ ଦେଇଥିଲା।

ଶ୍ରୀମନ୍ଦିର ନିକଟସ୍ଥ ପଞ୍ଜାବୀ ମଠ ସିଲ୍
ଶ୍ରୀମନ୍ଦିର ନିକଟସ୍ଥ ପଞ୍ଜାବୀ ମଠ ସିଲ୍
author img

By

Published : Dec 2, 2019, 9:32 PM IST

ପୁରୀ:ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରରେ ଥିବା ପଞ୍ଜାବୀ ମଠକୁ ସୋମବାର ପୋଲିସ ସିଲ କରିଛି । ମଠ ପରିସରରେ ନିଶା କାରବାରକୁ ନେଇ ପଞ୍ଜାବୀ ମଠ ଉପରେ ଅଭିଯୋଗ ଆସିବା ପରେ ଏହି କାର୍ଯ୍ୟନୁଷ୍ଠାନ ପୁରୀ ପୋଲିସ ନେଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ମଠ ଖାଲି କରିବାକୁ ପୋଲିସ ନିର୍ଦ୍ଦେଶ ଦେଇଥିଲା।

ହଠାତ ଖାଲି କରିବା ନିର୍ଦ୍ଦେଶକୁ ନେଇ ମଠ କର୍ତ୍ତୃପକ୍ଷ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଠାରେ ପ୍ରତିଦିନ ମନ୍ଦିରରେ ଠାକୁର ପୂଜା ସମେତ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦିଆଯାଏ । ସିଲ ପରେ କେମିତି ଏ ସବୁ ପରିଚାଳିତ ହେବ ବୋଲି ମଠ କର୍ତ୍ତୃପକ୍ଷ ପ୍ରଶ୍ନ ଉଠାଇଛନ୍ତି ।

ଶ୍ରୀମନ୍ଦିର ନିକଟସ୍ଥ ପଞ୍ଜାବୀ ମଠ ସିଲ୍

ସେହିପରି ମଠରେ ଅସାମାଜିକ ଲୋକ ଆସି ନିଶା ସାମଗ୍ରୀ ସେବନ କରୁଥିବା ଅନେକ ଥର ମଠ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା । ଫଳରେ ଅସାମାଜିକ ଲୋକ ଆସି ମଠରେ ଆଡ୍ଡା ଜମାଇ ବିଭିନ୍ନ ନିଶାଦ୍ରବ୍ୟ ସେବନ କରୁଥିଲେ।

ଉକ୍ତ ଅସାମାଜିକ ଲୋକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେଇ ମଠକୁ ସିଲ କରିବା ଠିକ ନୁହେଁ ବୋଲି ମଠର ତତ୍ତ୍ବବଧାରକ କହିଛନ୍ତି। ସେହିପରି ଯଦି ମଠ ସିଲ କରାଯାଉଛି ଉପଯୁକ୍ତ ଥଇଥାନ କରାଯିବା ଉଚିତ ବୋଲି ମଠ ପକ୍ଷରୁ କୁହାଯାଇଛି। ପଞ୍ଜାବୀ ମଠ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରରେ ଅବସ୍ଥିତ ଥିବା ବେଳେ ଶ୍ରୀମନ୍ଦିରର ବିଭିନ୍ନ ସେବା ସହିତ ଏହି ମଠ ଜଡିତ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ନିକଟ ପଂଜାବି ମଠ ସିଲBody:ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ରେ ଥିବା ପଞ୍ଜାବୀ ମଠ କୁ ଆଜି ପୋଲିସ ସିଲ କରିଛି। ମଠ ପରିସର ରେ ନିଶା କାରବାର କୁ ନେଇ ପଞ୍ଜାବୀ ମଠ ଉପରେ ଅଭିଯୋଗ ଆସିବା ପରେ ଏହି କାର୍ଯ୍ୟନୁଷ୍ଠାନ ପୁରୀ ପୋଲିସ ନେଇଛି। ଆଜି ସନ୍ଧ୍ୟା ସୁଦ୍ଧା ମଠ ଖାଲି କରିବାକୁ ପୋଲିସ ନିର୍ଦେଶ ଦେଇଛି: ତେବେ ହଠାତ ଖାଲି କରିବା ନିର୍ଦେଶ କୁ ଦେଇ ମଠ କର୍ତ୍ତୃପକ୍ଷ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଠାରେ ପ୍ରତିଦିନ ମନ୍ଦିରରେ ଠାକୁର ପୂଜା ସମେତ ବିଦ୍ୟାର୍ଥୀ ଙ୍କୁ ଶିକ୍ଷା ଦିଆ ଯାଏ। ସିଲ ପରେ କେମିତି ଏ ସବୁ ପରିଚାଳିତ ହେବ ମଠ କର୍ତ୍ତୃପକ୍ଷ ପ୍ରଶ୍ନ ଉଠାଇଛନ୍ତି । ସେହିପରି ମଠ ରେ ଅସମାଜିକ ଲୋକ ଆସି ନିଶା ସାମଗ୍ରୀ ସେବନ କରୁଥିବା ଅନେକ ଥର ମଠ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇ ଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ଫଳରେ ଅସମାଜିକ ଲୋକ ଆସି ମଠ ରେ ଆଡ଼ା ଜମା ଇ ବିଭିନ୍ନ ନିଶା ଦ୍ରବ୍ୟ ସେବନ କରୁଥିଲେ। ତେବେ ଉକ୍ତ ଅସମାଜିକ ଲୋକ ଙ୍କ ବିରୋଧ ରେ ପୋଲିସ କାର୍ଯ୍ୟନୁଷ୍ଠାନ ନ ନେଇ ମଠ କୁ ସିଲ କରିବା ଠିକ ନୁହେଁ ବୋଲି ମଠ ର ତତ୍ୱ ବଧାରକ କହିଛନ୍ତି । ସେହିପରି ଯଦି ମଠ ସିଲ କରାଯାଉଛି ଉପଯୁକ୍ତ ଥଇଥାନ କରାଯିବ ଉଚିତ ବୋଲି ମଠ ପକ୍ଷରୁ କୁହାଯାଇଛି। ପଞ୍ଜାବୀ ମଠ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ରେ ଅବସ୍ଥିତ। ଶ୍ରୀମନ୍ଦିର ର ବିଭିନ୍ନ ସେବା ସହିତ ଏହି ମଠ ଜଡିତ ରହିଛି।

ବାଇଟ,, ଚିତ ରଞ୍ଜନ ପାଣିଗ୍ରାହୀ,, ମଠ ତତ୍ୱବଧାରକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.