ETV Bharat / city

ରାଜ୍ୟର ପ୍ରଥମ, ଆସନ୍ତା ୧୪ରେ ଶ୍ରୀସେତୁ ପାଇଁ ହେବ ଜନଶୁଣାଣି - puri news

ଅବଢ଼ା ଯୋଜନାରେ ପୁରୀଠାରେ ନିର୍ମାଣ ହେବାକୁ ଯାଉଛି ରାଜ୍ୟର ପ୍ରଥମ ଟ୍ରମ୍ପଏଡ଼ ବ୍ରିଜ ବା ଶ୍ରୀସେତୁ। ଏହି ସେତୁ ନିର୍ମାଣ ଦ୍ବାରା ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଆଗମନ ସୁଗମ ହେବା ସହ ସହର ଭିତରକୁ ପ୍ରବେଶ ବେଳେ କୌଣସି ଟ୍ରାଫିକ ସମସ୍ୟା ରହିବ ନାହିଁ। ପ୍ରଶାସନ ପକ୍ଷରୁ ସେତୁ ନିର୍ମାଣ ପାଇଁ ଜମିର ସର୍ଭେ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଆସନ୍ତା ୧୪ ତାରିଖରେ ଏନେଇ ଜନ ଶୁଣାଣି ରହିଛି।

ରାଜ୍ୟର ପ୍ରଥମ, ଆସନ୍ତା ୧୪ରେ ଶ୍ରୀସେତୁ ପାଇଁ ହେବ ଜନଶୁଣାଣୀ

author img

By

Published : Oct 7, 2020, 2:28 PM IST

ପୁରୀ: ସହରକୁ ବିଶ୍ବ ଐତିହ୍ୟ ନଗରୀ କରିବା ପାଇଁ ନିର୍ମାଣ ହେବାକୁ ଯାଉଛି ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ। ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ମାଳତିପାଟପୁର ବାଇପାସ ରୋଡ଼ରୁ ଶ୍ରୀଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ନିର୍ମାଣ ହେବ ଏହି ସେତୁ। ଏଥିପାଇଁ ପାଇଁ ସର୍ଭେ କାର୍ଯ୍ୟ ସହ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ପ୍ରାୟତଃ ଶେଷ ହୋଇଛି। ତେବେ ଏହି ଟ୍ରମ୍ପେଟ ବ୍ରିଜ ପ୍ରକଳ୍ପକୁ ବିସ୍ଥାପିତ ମାନେ ସ୍ବାଗତ କରୁଥିବା ବେଳେ ଉପଯୁକ୍ତ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

ଅବଢ଼ା ଯୋଜନାରେ ପୁରୀଠାରେ ନିର୍ମାଣ ହେବାକୁ ଯାଉଛି ରାଜ୍ୟର ପ୍ରଥମ ଟ୍ରମ୍ପଏଡ଼ ବ୍ରିଜ ବା ଶ୍ରୀସେତୁ। ଏହି ସେତୁ ନିର୍ମାଣ ଦ୍ବାରା ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଆଗମନ ସୁଗମ ହେବା ସହ ସହର ଭିତରକୁ ପ୍ରବେଶ ବେଳେ କୌଣସି ଟ୍ରାଫିକ ସମସ୍ୟା ରହିବ ନାହିଁ। ପ୍ରଶାସନ ପକ୍ଷରୁ ସେତୁ ନିର୍ମାଣ ପାଇଁ ଜମିର ସର୍ଭେ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଆସନ୍ତା ୧୪ ତାରିଖରେ ଏନେଇ ଜନ ଶୁଣାଣି ରହିଛି।

ଅନେକ ଲୋକଙ୍କ ଜମି ବିଭିନ୍ନ ମଠ ନାଁରେ ଥିବା ବେଳେ ନିଜ ଜମିର ପଟା ମଠ ନାଁରେ ରହିଛି। କିନ୍ତୁ ବର୍ଷ ବର୍ଷ ହେବ ପୁରୁଷାନୁକ୍ରମିକ ଭାବେ ଏହି ଜମିର ଖଜଣା ଦେଇ ଚାଷ ବାସ କରି ପରିବାର ପ୍ରତିପୋଷଣ କରୁଛନ୍ତି ଏହି ଲୋକେ। ନୂଆ ନିୟମ ଅନୁଯାୟୀ ପୁରୀରେ ଥିବା ସମସ୍ତ ମଠର ଜମି ଶ୍ରୀମନ୍ଦିର ପ୍ରଶାସନ ନାମରେ ଥିବା ଯୋଗୁଁ କିଭଳି କ୍ଷତି ପୁରଣ ରାଶି ପାଇବେ ସେ ନେଇ ପ୍ରଶାସନ ବିଶେଷ ଭାବେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ବିସ୍ଥାପିତ।

ଏହି ସେତୁ ପ୍ରାୟ ୨.୩ ଲମ୍ୱ ବିଶିଷ୍ଟ ଏଥି ପାଇଁ ପୁରୀ ତହସିଲ ଅନ୍ତର୍ଗତ ୪ ଟି ମୌଜା ସମଙ୍ଗ, ମାଟିତୋଟା, ମାର୍କଣ୍ତେଶ୍ୱର ସାହି ନଂ-୧ ଓ ଦାଣ୍ତିମାଳ ସାହିର ଅଧିଗ୍ରହଣ ହେବ ୩୭.୯୮୪ ଏକର ଜମି। ୧୯୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଶ୍ରୀସେତୁ ବ୍ରିଜ ପାଇଁ ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ ମାପଚୁପ କାର୍ଯ୍ୟ ସରିଛି। ଆବଶ୍ୟକୀୟ ଥିବା ୯୦ ପ୍ରତିଶତ ଜମି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ଟେଣ୍ତର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ଏହି ବ୍ରିଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଗତ ଜାନୁଆରୀ ମାସରେ ଶୁଭ ଦେଇଥିଲେ। ଏହି ଐତିହ୍ୟ ସମ୍ପନ୍ନ ସେତୁ ଦ୍ବାରା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ସିଧା ସଳଖ ଆସି ବଡ଼ଦାଣ୍ତରେ ଥିବା ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଁଞ୍ଚିବେ। ସରକାରଙ୍କ ଏହି ଅଭିନବ ଯୋଜନା ଏବେ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଏହାକୁ ସବୁ ସ୍ତରରେ ସ୍ବାଗତ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.