ପୁରୀ : ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପୁରୀର ଘରୋଇ ଶିକ୍ଷାନୁଷ୍ଠାନ ପାଳନ କରୁନାହାଁନ୍ତି । ବିଶେଷ କରି ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଚଳିତବର୍ଷ ବର୍ଦ୍ଧିତ ଭାବେ କୌଣସି ଫି ଲାଗୁ କରିବେ ନାହିଁ । ସେହିପରି ବିଭିନ୍ନ ସ୍ଲାବ ଅନୁଯାୟୀ ସରକାର ସ୍ଥିର କରିଥିବା ନିୟମ ଅନୁଯାୟୀ ସ୍କୁଲ କର୍ତ୍ତୃପକ୍ଷ ଫି ନେବେ । ତେବେ ଏହି ନିୟମକୁ ପୁରୀର ଘରୋଇ ଶିକ୍ଷାନୁଷ୍ଠାନ ଅଣଦେଖା କରୁଛନ୍ତି ।
କିନ୍ତୁ ଜିଲ୍ଲାପ୍ରଶାସନ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ଏହାର ପ୍ରତିବାଦରେ ଜିଲ୍ଲା ଅଭିଭାବକ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି । ସେହିପରି ଏନେଇ ପୁଣି ଅଦାଲତଙ୍କ ଦ୍ବାରସ୍ତ ହେବା ନେଇ ସଙ୍ଘ କହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ