ETV Bharat / city

କୋଣାର୍କ ଚନ୍ଦ୍ରଭାଗାରେ ଜମିବ 'ମେରାଇନ୍ ଡ୍ରାଇଭ୍ ଇକୋ ରି-ଟ୍ରିଟ' ଉତ୍ସବ - ପର୍ଯ୍ୟଟନ ମୁଖ୍ୟ ସଚିବ ବିଶାଲ କୁମାର ଦେବ

କୋଣାର୍କ ଚନ୍ଦ୍ରଭାଗା ସାହୁଖଣତା ବେଳାମାର୍ଗ ଠାରେ ଆସନ୍ତା ଡ଼ିସେମ୍ବର ୧୪ରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ମାସେ ଧରି ଆୟୋଜିତ ହେବ ମେରାଇନ୍ ଡ୍ରାଇଭ୍ ଇକୋ ରି-ଟ୍ରିଟ ଉତ୍ସବ । ଅଧିକ ଖବର ପଢନ୍ତୁ...

କୋଣାର୍କ ଚନ୍ଦ୍ରଭାଗାରେ ଜମିବ ମେରାଇନ୍ ଡ୍ରାଇଭ୍ ଇକୋ ରି-ଟ୍ରିଟ ଉତ୍ସବ

author img

By

Published : Dec 10, 2019, 1:54 PM IST

ପୁରୀ: ଗୁଜରାଟର ରାନ ଉତ୍ସବ ଢଙ୍ଗରେ ପ୍ରଥମ ଥର ପାଇଁ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗା ସାହୁଖଣତା ବେଳାମାର୍ଗ ଠାରେ ଆସନ୍ତା ଡ଼ିସେମ୍ବର ୧୪ରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ମାସେ ଧରି ଆୟୋଜିତ ହେବ ମେରାଇନ୍ ଡ୍ରାଇଭ୍ ଇକୋ ରି-ଟ୍ରିଟ ଉତ୍ସବ । ଏହି ଉତ୍ସବର ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗର ମୁଖ୍ୟ ସଚିବ ବିଶାଲ କୁମାର ଦେବଙ୍କ ସହିତ ବିଭିନ୍ନ ବିଭାଗର ପଦାଧିକାରୀମାନେ ।

ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ବେଳାମାର୍ଗ ସାହୁଖଣତା ଠାରେ ଅତ୍ୟାଧୁନିକ ଟେଣ୍ଟ ନିର୍ମାଣ କରାଯାଉଛି । ସମୁଦ୍ର କୂଳରେ ନିର୍ମିତ ଅତ୍ୟାଧୁନିକ ଟେଣ୍ଟରେ ରାତ୍ରି ରହଣି କରିବା ସହିତ ସ୍ପା, ଜଳକ୍ରୀଡା, ଦୁଃସାହାସିକ କ୍ରୀଡା, ବିଭିନ୍ନ ପ୍ରକାର ଖାଦ୍ୟର ପ୍ରଦର୍ଶନୀ, ହସ୍ତଶିଳ୍ପ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିପାରିବେ ପର୍ଯ୍ୟଟକ ।

କୋଣାର୍କ ଚନ୍ଦ୍ରଭାଗାରେ ଜମିବ ମେରାଇନ୍ ଡ୍ରାଇଭ୍ ଇକୋ ରି-ଟ୍ରିଟ ଉତ୍ସବ

ଏହି ଇକୋ ରି-ଟ୍ରିଟ ଟେଣ୍ଟ ମଧ୍ୟରେ ସମସ୍ତ ସୁବିଧା ଥାଇ ୫୦ଟି ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଟେଣ୍ଟ ଗୃହ ନିର୍ମାଣ କରାଯାଉଛି । ‘ସୁପର ପ୍ରିମିୟମ, ପ୍ରିମିୟମ ଓ ଡିଲକ୍ସ’ ବିଭାଗରେ ବିଭାଜିତ କରାଯାଇଛି । ଗୋଟିଏ ରାତ୍ରି ରହଣି ନିମନ୍ତେ ୯ ହଜାର ଟଙ୍କାରୁ ୨୮ହଜାର ଟଙ୍କା ଦେଇ ପର୍ଯ୍ୟଟକମାନେ ରହିପାରିବେ ।

ଏଥିପାଇଁ ପର୍ଯ୍ୟଟନ ବିଭାଗର ୱେବସାଇଟରେ ଅଗ୍ରୀମ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପର୍ଯ୍ୟଟନ ବିଭାଗକୁ ଏହି ଇକୋ ରି-ଟ୍ରିଟ ସଫଳତା ମିଳିଲେ ପ୍ରତ୍ୟେକ ବର୍ଷ ଏହି ବେଳାମାର୍ଗରେ ଏହିପରି କାର୍ଯ୍ୟକ୍ରମ କରାଯିବ ବେଲି ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି । ଆସନ୍ତା ୧୪ ତାରିଖରେ ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ପ୍ରସ୍ତୁତି କାର୍ଯ୍ୟର ଦାୟିତ୍ବ ନେଇଥିବା ଠିକାଦାର ସଂସ୍ଥାକୁ 11ତାରିଖ ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଇକୋ ରି ଟ୍ରିଟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେBody:
Anchor- ଗୁଜରାଟର ରାନ ଉତ୍ସବ ଢଙ୍ଗରେ ପ୍ରଥମ ଥର ପାଇଁ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗା ସାହୁଖଣତା ବେଳାମାର୍ଗ ଠାରେ ଆସନ୍ତା ଡ଼ିସେମ୍ବର ୧୪ରୁ ଯାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଧରି ଆୟୋଜିତ ହେବ ମେରାଇନ୍ ଡ୍ରାଇଭି ଇକୋ ରିଟ୍ରିଟ ଉତ୍ସବ । ଏହି ଉତ୍ସବର ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗର ମୁଖ୍ୟ ସଚିବ ବିଶାଲ କୁମାର ଦେବଙ୍କ ସହିତ ବିଭିନ୍ନ ବିଭାଗର ପଦାଧିକାରୀମାନେ । ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ବେଳାମାର୍ଗ ସାହୁଖଣତା ଠାରେ ଅତ୍ୟାଧୁନିକ ଟେଣ୍ଟ ନିର୍ମାଣ କରାଯାଉଛି । ସମୁଦ୍ର କୂଳରେ ନିର୍ମିତ ଅତ୍ୟାଧୁନିକ ଟେଣ୍ଟ ରେ ରାତ୍ରି ରହଣି କରିବା ସହିତ ସ୍ପା, ଜଳକ୍ରୀଡା, ଦୁଃସାହାସିକ କ୍ରୀଡା, ବିଭିନ୍ନ ପ୍ରକାର ଖାଦ୍ୟର ପ୍ରଦର୍ଶନୀ, ହସ୍ତଶିଳ୍ପ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିପାରିବେ ପର୍ଯ୍ୟଟକ। ଏହି ଇକୋ ରିଟ୍ରିଟ ଟେଣ୍ଟ ମଧ୍ୟରେ ସମସ୍ତ ସୁବିଧା ଥାଇ ୫୦ଟି ଅତ୍ୟାଧନିକ ଶୀତତାପ ନିୟନ୍ତ୍ରୀ ଟେଣ୍ଟ ଗୃହ ନିର୍ମାଣ କରାଯାଉଛି । ‘ସୁପର ପ୍ରିମିୟମ, ପ୍ରିମିୟମ ଓ ଡିଲକ୍ସ’ ବିଭାଗରେ ଭିଭାଜିତ କରାଯାଇଛ। ଗୋଟାଏ ରାତ୍ରି ରହଣି କରିବା ନିମନ୍ତେ ୯ହଜାର ଟଙ୍କାରୁ ୨୮ହଜାର ଟଙ୍କା ଦେଇ ପର୍ଯ୍ୟଟକମାନେ ରହିପାରିବେ । ଏଥିପାଇଁ ପର୍ଯ୍ୟଟନ ବିଭାଗର ୱବସାଇଟରେ ଅଗ୍ରୀମ ବୁକିଙ୍ଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପର୍ଯ୍ୟଟନ ବିଭାଗକୁ ଏହି ଇକୋ ରିଟ୍ରିଟ ସଫଳତା ମିଳିଲେ ପ୍ରତ୍ୟକ ବର୍ଷ ଏହି ବେଳାମାର୍ଗରେ ଏହି ପରି କାର୍ଯ୍ୟକ୍ରମ କରାଯିବ ବେଲି ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି । ଆସନ୍ତା ୧୪ ତାରିଖରେ ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ପ୍ରସ୍ତୁତି କାର୍ଯ୍ୟର ଦାୟୀତ୍ୱ ନେଇଥିବା ଠିକାଦାର ସଂସ୍ଥାକୁ 11ତାରିଖ ମଧ୍ୟରେ ସମସ୍ତା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାଇଟ, ବିଶାଳ ଦେବ ,, ପର୍ଯ୍ୟଟନ ସଚିବConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.