ETV Bharat / city

ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପ୍ରସ୍ତୁତି - ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ଆସନ୍ତା 26 ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଦିନ ହେବ ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଭୋଇ ସରଦାର କହିଛନ୍ତି । ଅଧିକ ପଢନ୍ତୁ...

preparations-for-the-lords-chandan-journey
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି
author img

By

Published : Apr 9, 2020, 7:14 PM IST

ପୁରୀ: ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି । ଆସନ୍ତା 26 ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଦିନ ହେବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଏହି ଦିନଠାରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ବା ଜଳକ୍ରୀଡା ଆରମ୍ଭ କରିବେ ।

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି

ଶ୍ରୀକ୍ଷେତ୍ର ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ଦୁଇଟି ଡଙ୍ଗା ଚାପରେ ନୌକା ବିହାର ସହ ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚ ମହାଦେବ । ଏଥିପାଇଁ ପୁଷ୍କରିଣୀରେ ଏକବର୍ଷ ହେବ ବୁଡି ରହିଥିବା ଡଙ୍ଗାକୁ ଵାହାର କରାଯାଇଛି । ନନ୍ଦା ଓ ଭଦ୍ରା ଚାପରେ ବ୍ୟବହୃତ ଚାରୋଟି ଡଙ୍ଗା ସହ ବୈଜୟନ୍ତୀ ଡଙ୍ଗାକୁ ମିଶାଇ ମୋଟ ପାଞ୍ଚଟି ଡଙ୍ଗା କଢାଯାଇଛି ।

ଭୋଇ ସେବକଙ୍କ ସହାୟତାରେ ସମସ୍ତ ଡଙ୍ଗା କଢାଯାଇଛି । ସେଗୁଡିକ ଖରାରେ ଶୁଖାଯିବା ସହ ଆବଶ୍ୟକୀୟ ମରାମତି କରାଯିବ । ତେବେ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଭୋଇ ସରଦାର କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.