ETV Bharat / city

ଆଜି ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି

ମେଡିକାଲରୁ ଜେଲ ନା ବେଲ ? ଆଜି ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଉପରେ ହେବ ଶୁଣାଣି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 27, 2019, 8:54 AM IST

ଭୁବନେଶ୍ବର: ଆଜି ପିପିଲି ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ହେବ ଶୁଣାଣି । ଚାର୍ଜସିଟ ଦାଖଲ ହୋଇନଥିବାରୁ ଗତ 22 ତାରିଖରେ ତାଙ୍କ ଜାମିନ ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ ଭୁବନେଶ୍ବର ଏଡିଜେ କୋର୍ଟ । ଫ୍ଲାଇଂ ସ୍କ୍ବାର୍ଡ ଟିମକୁ ଆକ୍ରମଣ ଅଭିଯୋଗରେ ଝାରପଡା ଜେଲରେ ଅଛନ୍ତି ମହାରଥୀ ।

ସ୍ବାସ୍ଥ୍ୟଗତ ସମସ୍ୟା ନେଇ ବେଲ ଆବେଦନ କରିଛନ୍ତି ପ୍ରଦୀପ ମହାରଥୀ । ସେ ଏବେ ଭୁବନେଶ୍ବର କ୍ୟାପିଟାଲ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆଜି ଅଦାଲତ ତାଙ୍କ ଜାମିନ ଆବେଦନ ନେଇ ପରବର୍ତ୍ତୀ ଶୁଣାଣି କରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ଗତ 21ତାରିଖ ବିଳମ୍ବିତ ରାତିରେ ମହାରଥୀଙ୍କ ଫାର୍ମ ହାଉସରେ ଚଢାଉ କରିଥିଲା ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାର୍ଡ ଟିମ । ଆଉ ଏହି ସମୟରେ ଟିମ ଉପରେ ମହାରଥୀ ଓ ତାଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଆକ୍ରମଣରେ ଜଣେ କାର୍ଯ୍ୟରତ ମାଜିଷ୍ଟ୍ରେଟ ଲହୁଲୁହାଣ ହୋଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

SCS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.