ETV Bharat / city

ମହାପ୍ରଭୂଙ୍କ କୋଠ ଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ

ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ । କାର୍ତ୍ତିକ ମାସରେ ମହାପ୍ରଭୂଙ୍କ କୋଠ ଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ । ମହାପ୍ରଭୂଙ୍କ ଦୈନିକ କୋଠ ଭୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ହୋଇଥିଲା । ଅଧିକ ପଢ଼ନ୍ତୁ

ମହାପ୍ରଭୂଙ୍କ କୋଠ ଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ
ମହାପ୍ରଭୂଙ୍କ କୋଠ ଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ
author img

By

Published : Oct 10, 2022, 10:11 PM IST

ପୁରୀ : କାର୍ତ୍ତିକ ମାସରେ ମହାପ୍ରଭୂଙ୍କ କୋଠ ଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ । ଗତ 2015 ମସିହାରୁ ଶ୍ରୀମନ୍ଦିର ପ୍ରଶାସନର ଅନୁମୋଦନ କ୍ରମେ ଏହି କାର୍ତ୍ତିକ ମାସରେ ମହାପ୍ରଭୂଙ୍କ କୋଠ ଭୋଗ ପାଇଁ ପିପିଲିରୁ ଶ୍ରଦ୍ଧାଳୁମାନେ ଶହଶହ ସଂଖ୍ୟାରେ ନଡ଼ିଆ ପଠାଇଥାନ୍ତି ।

ମହାପ୍ରଭୂଙ୍କ କୋଠ ଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ

ବିଶେଷକରି ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଦୈନିକ କୋଠଭୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ହୋଇଥିଲା । ଏହାପରେ ଗତ 2015 ମସିହା ଠାରୁ କାର୍ତ୍ତିକ ମାସର କୋଠଭୋଗ ପାଇଁ ଦାନ ସୁତ୍ରରେ ନଡ଼ିଆ ଯୋଗାଇ ଦିଆଯାଉଛି । ଗତ ଆଠବର୍ଷ ଧରି ପିପିଲି ଗୋବର୍ଦ୍ଧନପୁରର ଜଗନ୍ନାଥପ୍ରେମୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଗତିଃଶ୍ଵରଦେବଙ୍କ ପୀଠରୁ ପ୍ରତ୍ୟେକ ବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କ କୋଠଭୋଗ ପାଇଁ ନଡ଼ିଆ ପଠାଯାଇଥାଏ ।

ଗତ ବର୍ଷ ବର୍ଷ 800 ନଡ଼ିଆ ଶ୍ରୀମନ୍ଦିରକୁ ପଠାଯାଇଥିଲା । ହେଲେ ଚଳିତଥର 1250 ନଡ଼ିଆ ସ୍ୱତନ୍ତ୍ର ଗାଡ଼ି ଯୋଗେ ନାମ ସଂକୀର୍ତ୍ତନ କରି ଆଜି ଶ୍ରୀମନ୍ଦିରକୁ ପଠାଯାଇଛି । ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟେକ୍ଷ ସେବାପାଇ ପିପିଲି ଅଞ୍ଚଳର ଶ୍ରଦ୍ଧାଳୁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଥିବା ପ୍ରକାଶ କରିଛନ୍ତି । ପିପିଲି ବାଲିଗାଁର ଭକ୍ତ ଦାସିଆ ଠାରୁ ଜଗନ୍ନାଥ ମହାପ୍ରଭୂ ନଡିଆ ଗ୍ରହଣ କରିବା କିମ୍ବଦନ୍ତୀ ରହିଛି । ଏଣୁ ପିପିଲି ଅଞ୍ଚଳବାସୀ ମହାପ୍ରଭୂଙ୍କ କୋଠ ଭୋଗ ପାଇଁ ନଡିଆ ପଠାଉଛନ୍ତି ।

ଏହି କୋଠ ଭୋଗରେ ବିରି ଜାତୀୟ ସମସ୍ତ ପିଠା ତଥା ଅନ୍ନ, ଡାଲି, ବିଭିନ୍ନ ପ୍ରକାରର ବ୍ୟଞ୍ଜନ ହୋଇଥାଏ । ଏହା ଭିତରୁ କାକରା, ବୁନ୍ଦିଆ, ଗଜା ଅନ୍ୟତମ । ଏହି କୋଠ ଭୋଗ ପାଇଁ ସ୍ବତନ୍ତ୍ର ସେବକଙ୍କୁ ନିୟୋଜିତ କରାଯାଇଥାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.