ETV Bharat / city

ନୀଳାଚଳେ ଜଗନ୍ନାଥ: ଶ୍ରୀଜୀଉଙ୍କ ଫୁଲୁରି ତେଲ ସେବା

author img

By

Published : Jun 10, 2020, 6:03 AM IST

ଅସୁସ୍ଥ ଦିଅଁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତ ଉପଚାର । ଜ୍ବରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁସ୍ଥ ପାଇଁ ମାଲିସ ହେବ ଔଷଧୀୟ ଗୁଣ ସମ୍ପର୍ଣ୍ଣ ଫୁଲୁରୀ ତେଲ । ପୁଲୁରୀ ତେଲ ଘର୍ଷଣ ପରେ ମହାପ୍ରଭୁଙ୍କ ଦେହରୁ ଭାଙ୍ଗିବ ଦରଜ , କିଛିମାତ୍ରାରେ ସୁସ୍ଥ ହେବେ ଶ୍ରୀଜୀଉ । ଅଣସରର ପଞ୍ଚମ ଦିନରେ ଶ୍ରୀଅଙ୍ଗ ଏହି ଦିବ୍ୱ ତୈଳ ଲାଗି ହୋଇଥାଏ ।

ଶ୍ରୀଜୀଉଙ୍କ ଫୁଲୁରି ତେଲ ସେବା
ଶ୍ରୀଜୀଉଙ୍କ ଫୁଲୁରି ତେଲ ସେବା

ପୁରୀ: ପ୍ରଭୁଙ୍କ ଲୀଳାରେ ମାନବୀୟ ଗୁଣାବଳୀର ପରିପ୍ରକାଶ ହୋଇଥାଏ । ମଣିଷ ପରି ମହାପ୍ରଭୁଙ୍କ କରାଯାଏ ଚିକିତ୍ସା । ସ୍ନାନ ପୂର୍ଣ୍ଣିମାରେ 108ଗରା ସୁଗନ୍ଧିତ, ସୁରଭିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇପଡିଥିଲେ ତିନି ଠାକୁର । ଶ୍ରୀଅଙ୍ଗକୁ ଲାଗିଥିଲା ବାଧା, ଜଗାକୁ ଧରିଥିଲା ଜ୍ବର । ଏବେ ଉପଶମ ପାଇଁ ଘନଅନ୍ଧକାର ଗୁପ୍ତ ଗୃହରେ ଚାଲିଛି ଜଗତରନାଥଙ୍କ ଗୁପ୍ତ ଘରୋଇ ଚିକିତ୍ସା । ଅସୁସ୍ଥ ଦିଅଁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତ ଉପଚାର । ଜ୍ବରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁସ୍ଥ ପାଇଁ ମାଲିସ ହେବ ଔଷଧୀୟ ଗୁଣ ସମ୍ପର୍ଣ୍ଣ ଫୁଲୁରି ତେଲ । ପୁଲୁରୀ ତେଲ ଘର୍ଷଣ ପରେ ମହାପ୍ରଭୁଙ୍କ ଦେହରୁ ଭାଙ୍ଗିବ ଦରଜ , କିଛିମାତ୍ରାରେ ସୁସ୍ଥ ହେବେ ଶ୍ରୀଜୀଉ । ଅଣସରର ପଞ୍ଚମ ଦିନରେ ଶ୍ରୀଅଙ୍ଗ ଏହି ଦିବ୍ୱ ତୈଳ ଲାଗି ହୋଇଥାଏ ।

ନୀଳାଚଳେ ଜଗନ୍ନାଥ: ଶ୍ରୀଜୀଉଙ୍କ ଫୁଲୁରି ତେଲ ସେବା

ମହାପ୍ରଭୁଙ୍କ ଏହି ମହୌଷଧୀକୁ ଫୁଲୁରି ତେଲ ବା ଶ୍ରୀତୈଳ କୁହାଯାଏ । ଫୁଲରୁ ଫୁଲୁରି । ଏହି ତେଲକୁ ବଡ଼ ଓଡିଆ ମଠ ପ୍ରସ୍ତୁତ କରିଥାଏ । ଏକ ସ୍ବତନ୍ତ୍ର ପ୍ରଣାଳୀରେ ଏହି ତୈଳକୁ ପ୍ରସ୍ତୁତ କରାଯାଉଛି । ତିନୋଟି ତିନି ସେରିଆ ମାଟି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କିଆ, ବେଣାଚେର କେତକୀ, ବଉଳଫୁଲ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ସୁବାସିତ ଫୁଲ ଓ ଔଷଧୀୟ ଚେରମୂଳୀ ମିଶ୍ରଣରେ ଏହାକୁ ପ୍ରସ୍ତୁତ କରାଯାଇଥାଏ ।

ପ୍ରତିବର୍ଷ ହେରାପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟି ତଳେ ପୋତାଯାଏ । ପାଖାପାଖି ଏକ ବର୍ଷ ମାଟି ତଳେ ରହିବା ପରେ ଏହାକୁ ବାହାର କରାଯାଏ । ଅଣସରର ପଞ୍ଚମୀ ଦିନ ଶୋଭାଯାତ୍ରାରେ ଆସି ଏହା ଅଣସର ପିଣ୍ଡିରେ ବିଜେ ହୁଏ । ଏହାପରେ ଦଇତାପତି, ପତି ମହାପାତ୍ର ସେବକ ଅଣସର ଘରେ ଏହି ତୈଳକୁ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି । ଏଥି ସହ ମହାପ୍ରଭୁଙ୍କର ଅନ୍ୟନ୍ୟ ଓୌଷଧୀୟ ଉପଚାର ଆରମ୍ଭ ହୋଇଥାଏ । ଏହାପରଠାରୁ ଧିରେ ଧିରେ ସୁସ୍ଥ ହୁଅନ୍ତି ଶ୍ରୀବିଗ୍ରହ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.