ETV Bharat / city

ପବିତ୍ର ମହାଳୟା, ଶ୍ରୀକ୍ଷେତ୍ରରେ ପୂର୍ବଜଙ୍କୁ ପିଣ୍ଡଦାନ

author img

By

Published : Oct 6, 2021, 12:05 PM IST

ମହଳୟା ଅମାବାସ୍ୟାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପିଣ୍ଡଦାନ କରି ପିତୃପୁରୁଷଙ୍କୁ ସ୍ମରଣ କଲେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ଆଜି ପବିତ୍ର ମହାଳୟା ;ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କୁ ଚାଲିଛି ପିଣ୍ଡ ଦାନ

ପୁରୀ: ଆଜି ପବିତ୍ର ମହାଳୟା । ଏନେଇ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଉତ୍ତର ଦ୍ବାର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବା ସହ ପିତୃ ପୁରୁଷଙ୍କୁ ମନେ ପକାଇଛନ୍ତି। ପିତୃପକ୍ଷର ଅନ୍ତିମ ଦିବସ ହୋଇଥିବାରୁ ପିତୃ ଓ ମାତୃ ଘରର ୩ ପୁରୁଷଙ୍କୁ ତିଳତର୍ପଣ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି ସନ୍ତାନ ସନ୍ତତି। ପବିତ୍ର ମହାଳୟା ଶ୍ରାଦ୍ଧ ପାଇଁ ପୁରୀରେ ଲାଗିଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ବିଶେଷ କରି ଶ୍ରୀମନ୍ଦିରର ବାଇଶି ପାହାଚରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବାର ପରମ୍ପରା ଥିବାରୁ ଭକ୍ତମାନେ ଶ୍ରୀମନ୍ଦିରରେ ଏକାଠି ହୋଇଛନ୍ତି ।

ତେବେ କୋଭିଡ କଟକଣା ହେତୁ ଭକ୍ତମାନେ ବାଇଶି ପାହାଚ ପରିବର୍ତ୍ତେ ପ୍ରଶାସନ ଦ୍ବାରା ଶ୍ରୀମନ୍ଦିର ଉତ୍ତର ଦ୍ବାର , ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଶ୍ରାଦ୍ଧ ଦାନ କରିବାକୁ ବ୍ୟବସ୍ଥା ହୋଇଛି । ଆଶ୍ବିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଅନ୍ତିମ ତିଥିରେ ପିଣ୍ତଦାନ କରିବାର ବିଶେଷ ମହତ୍ତ୍ବ ରହିଛି। ଏହାଛଡ଼ା ପିତୃପକ୍ଷ ତିଥିରେ ପିଣ୍ତଦାନ କରିପାରିନଥିବା ଶ୍ରଦ୍ଧାଳୁ ମାନେ ଆଜି ପିଣ୍ତଦାନ କରି ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିଛନ୍ତି।

ବିଶ୍ବାସ ରହିଛି ପିତୃପକ୍ଷ ଅବସରରେ ପୂର୍ବ ପୁରୁଷ ମାନେ ଧରାବତରଣ କରୁଥିବାରୁ ଏହି ସମୟରେ ଶ୍ରାଦ୍ଧ ଓ ପିଣ୍ତଦାନ କରାଯାଇଥାଏ। ଏହି ୧୫ ଦିନ ତିଥି ଅନୁଯାୟୀ ପିତା ଓ ମାତାଙ୍କର ତିନି ପୁରୁଷଙ୍କ ସ୍ମରଣ କରାଯାଇଥାଏ। ତେବେ ମହାଳୟା ଅମାବାସ୍ୟା ଏହାର ଅନ୍ତିମ ତିଥି ହୋଇଥିବାରୁ ଏହି ଦିନ ପିଣ୍ତଦାନ କଲେ । ପୂର୍ବ ପୁରୁଷଙ୍କର ଆତ୍ମା ଶାନ୍ତି ଓ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏଣୁ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ଏହି ପିଣ୍ତଦାନ କରି ନିଜକୁ ଧନ୍ୟ ମନେ କରନ୍ତି। ମହାଳୟାକୁ ଓଡ଼ିଆଙ୍କ ଘରେ ଘରେ ପାଳନ କରାଯାଏ। ବିଶେଷ କରି ପିତୃ ପୁରୁଷଙ୍କୁ ସ୍ମରଣ କରିବାର ଏହି ବିଶେଷ ତିଥି ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.