ETV Bharat / city

ଶ୍ରୀକ୍ଷେତ୍ରରେ କୋଭିଡ କଟକଣାରେ ପାଳନ ହେଲା ପୟା ଶ୍ରାଦ୍ଧ - କଟକଣାରେ ପୟା ଶ୍ରାଦ୍ଧ

ଚଳିତବର୍ଷ କୋରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ କାଉଁରିଆ ନଜାଳି ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ କେବଳ ଶ୍ରାଦ୍ଧ ଓ ପିଣ୍ତ ଦାନ କରିଛନ୍ତି । ସମ୍ପୂର୍ଣ୍ଣ ପଢନ୍ତୁ...

ଶ୍ରୀକ୍ଷେତ୍ରରେ କୋଭିଡ କଟକଣାରେ ପାଳନ ହେଲା ପୟା ଶ୍ରାଦ୍ଧ

author img

By

Published : Nov 14, 2020, 12:36 PM IST

Updated : Nov 14, 2020, 2:23 PM IST

ପୁରୀ:ଆଜି ପବିତ୍ର ଦୀପାବଳି ଓ ପୟା ଶ୍ରାଦ୍ଧ । ମର୍ତ୍ତ୍ୟମଣ୍ତଳକୁ ଆସିଥିବା ପିତୃ ପୁରୁଷମାନେ ଆଜି ସ୍ବର୍ଗଲୋକକୁ ବିଦାୟ ନେଉଥିବାରୁ ଶ୍ରୀକ୍ଷେତ୍ରରେ ପିଣ୍ତଦାନର ପରମ୍ପରା ରହିଛି । କୋରୋନା କଟକଣା ଯୋଗୁଁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ଆସିବା ମନା ଥିବାବେଳେ ପୁରୀ ବାସିନ୍ଦାମାନେ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ସାମାଜିକ ଦୂରତା ରଖି କେଵଳ ଶ୍ରାଦ୍ଧ କର୍ମ କରିଛନ୍ତି ।

ଶ୍ରୀକ୍ଷେତ୍ରରେ କୋଭିଡ କଟକଣାରେ ପାଳନ ହେଲା ପୟା ଶ୍ରାଦ୍ଧ

ଶ୍ରୀମନ୍ଦିର ଆଗରେ ବଡ଼ ବଡୁଆ ଡାକ ଏବଂ କାଉଁରିଆ କାଠି ଜାଳିବା ନିଷେଧ କରାଯାଇଛି । ବଡ଼ ବଡ଼ୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ଶ୍ରୀକ୍ଷେତ୍ର ଯାଅ, ବାଇଶି ପାହାଚେ ଗଡ଼ ଗଡ଼ଉ ଥାଅ । ଆଜି ପବିତ୍ର ଦୀପାବଳୀ ଅମାବାସ୍ୟା ତିଥିରେ ପ୍ରଦୀପ ପ୍ରଜ୍ବଳନ ସହ ପିତୃ ପୁରୁଷଙ୍କୁ ବିଦାୟ ଦେବାର ବେଳ । ତେବେ କୋଭିଡ ନିୟମ ଓ ପ୍ରଶାସନର କଟକଣା ଯୋଗୁଁ ଶ୍ରୀମନ୍ଦିର ସମ୍ମୁଖରେ ଆଜି ଶ୍ରଦ୍ଧାଳୁଙ୍କ ମୁହଁରୁ ଶୁଣିବାକୁ ମିଳିନଥିଲା ବଡବଡୁଆ ଡାକ ।

ବିଶେଷ କରି ଶ୍ରୀକ୍ଷେତ୍ରରେ ଶ୍ରାଦ୍ଧ ଦେବା ସହ କାଉଁରିଆ କାଠି ଜାଳି ଏହି ଦିନକୁ ପାଳନ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତବର୍ଷ କୋରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ କାଉଁରିଆ ନଜାଳି ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ କେବଳ ଶ୍ରାଦ୍ଧ ଓ ପିଣ୍ତ ଦାନ କରିଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ଅମାବାସ୍ୟା ତିଥିରେ ସାଗର ବିଜେ ନୀତି ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 14, 2020, 2:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.