ETV Bharat / city

Dhamnagar By-Poll: ଦଳୀୟ ପ୍ରାର୍ଥୀ କିଏ ହେବେ ଦଳର ନେତୃତ୍ୱ ନିଷ୍ପତ୍ତି ନେବ: ଧର୍ମେନ୍ଦ୍ର

author img

By

Published : Oct 4, 2022, 10:05 PM IST

ଆସନ୍ତା ନଭେମ୍ବର 3 ତାରିଖରେ ହେବ ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ, ରାଜନୈତିକ ଦଳ ଗୁଡିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଉପ-ନିର୍ବାଚନକୁ ନେଇ ଆଜି ପୁରୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ ବୟାନ ଦେଇଛନ୍ତି । ଅଧିକ ପଢନ୍ତୁ

Dhamnagar by Poll
Dhamnagar by Poll

ପୁରୀ: ଆସନ୍ତା ନଭେମ୍ବର 3 ତାରିଖରେ ହେବ ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ, ରାଜନୈତିକ ଦଳ ଗୁଡିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଉପ-ନିର୍ବାଚନକୁ ନେଇ ଆଜି ପୁରୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ ବୟାନ ଦେଇଛନ୍ତି ।

ଦଳୀୟ ପ୍ରାର୍ଥୀ କିଏ ହେବେ ଦଳର ନେତୃତ୍ୱ ନିଷ୍ପତ୍ତି ନେବ

ଧର୍ମେନ୍ଦ୍ର କହିଛନ୍ତି, "ଧାମନଗର ଉପ-ନିର୍ବାଚନରେ ବିଜେପି ଜିତିବ । କିଏ ଦଳୀୟ ପ୍ରାର୍ଥୀ ହେବେ ଦଳର ନେତୃତ୍ୱ ନିଷ୍ପତ୍ତି ନେବେ ।" ଧର୍ମେନ୍ଦ୍ର ଆହୁରି କହିଛନ୍ତି ବିଷ୍ଣୁ ସେଠୀ ଜଣେ ଲୋକ ପ୍ରିୟ ବିଧାୟକ ଥିଲେ । ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କର ଦକ୍ଷତା ସଂଗଠନ ମଧ୍ୟ ରହିଥିଲା । ଏଣୁ ତାଙ୍କର ବିଚାରକୁ ଲୋକ ଗ୍ରହଣ କରି ପୁଣି ବିଜେପିକୁ ସମର୍ଥନ ଦେବେ । କାରଣ ଏହି ଉପ-ନିର୍ବାଚନରେ କୌଣସି ସରକାର ଜିତିବ ନି କି ଭାଙ୍ଗିବ ନାହିଁ । ଧାମନଗରବାସୀ ବିଷ୍ଣୁ ବାବୁଙ୍କ ବିଚାରକୁ ସମର୍ଥନ କରି ଭୋଟ ଦେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ତେବେ କିଏ ହେବେ ବିଜେପିର ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କ ପରିବାରରୁ କାହାକୁ ଦଳ ଟିକେଟ ଦେବ ନା ବାହାରୁ କାହାକୁ ଦେବ । ଧର୍ମେନ୍ଦ୍ର କହିଛନ୍ତି ପ୍ରାର୍ଥୀ କିଏ ହେବେ ତାହା ଦଳ ନେତୃତ୍ବ ନିଷ୍ପତ୍ତି ନେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.