ETV Bharat / city

ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ, ମହାପ୍ରଭୁଙ୍କୁ ପରସା ଯିବ ସୁସ୍ବାଦୁ ବ୍ୟଞ୍ଜନ - ପହିଲି ଭୋଗ ନୀତି କଣ

ଆଜିଠୁ ଶ୍ରୀମନ୍ଦିର( Pahili Bhoga rituals in Puri Srimandir)ରେ ଆରମ୍ଭ ହୋଇଛି ପହିଲି ଭୋଗ । ଏକ ମାସ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ପରସା ଯିବ ସୁସ୍ବାଦୁ ବ୍ୟଞ୍ଜନ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ରେ ଆରମ୍ଭ ହେଲା ପହିଲି ଭୋଗ ନୀତି
ଶ୍ରୀମନ୍ଦିର ରେ ଆରମ୍ଭ ହେଲା ପହିଲି ଭୋଗ ନୀତି
author img

By

Published : Dec 16, 2021, 9:03 AM IST

Updated : Dec 16, 2021, 12:13 PM IST

ପୁରୀ: ଆଜି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । ଏନେଇ ଶ୍ରୀମନ୍ଦିର ପ୍ରଶାସନ (Shrimandir administration ) ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା । ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଏକ ମାସ ବ୍ୟାପି ମା’ ମହାଲକ୍ଷ୍ମୀ ବାପ ଘରକୁ ଯିବାର ଵିଧି ପରମ୍ପରା ଥିବାରୁ ମାସେ ପର୍ଯ୍ୟନ୍ତ ମାତା ଯଶୋଦା ପହିଲି ଭୋଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିବେ ।

ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ, ମହାପ୍ରଭୁଙ୍କୁ ପରସା ଯିବ ସୁସ୍ବାଦୁ ବ୍ୟଞ୍ଜନ

ଆଜି ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଆଦି ମହାପ୍ରଭୁଙ୍କୁ ଭୋଗ କରିଛନ୍ତି । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ ପରେ ପହିଲି ଭୋଗ ଲାଗି କରାଯାଏ । ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗି ରହିଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 16, 2021, 12:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.