ETV Bharat / city

Jawad Effect: ପୁରୀରେ ୧ ଲକ୍ଷ ହେକ୍ଟର ଚାଷ ନଷ୍ଟ, ସହାୟତା ଅପେକ୍ଷାରେ ଚାଷୀ

author img

By

Published : Dec 7, 2021, 10:33 PM IST

ବାତ୍ୟା ଜୱାଦର ପ୍ରଭାବରେ ପୁରୀର କେତେକ ସ୍ଥାନରେ ବର୍ଷା ହୋଇଥିଲା । ଏହି ଅଦିନିଆ ବର୍ଷା ଯୋଗୁଁ ପୁରୀ ଜିଲ୍ଲାରେ ବ୍ୟାପକ ଚାଷ କ୍ଷତିଗ୍ରସ୍ତ ହୋଇଛି । ସେପଟେ ଜିଲ୍ଲାରେ କୃଷି ବିଭାଗ କ୍ଷୟକ୍ଷତି ଆକଳନ ଆରମ୍ଭ କିରଛି । ଅଧିକ ପଢ଼ନ୍ତୁ

Jawad Effect: ପୁରୀରେ ୧ ଲକ୍ଷ ହେକ୍ଟର ଚାଷ ନଷ୍ଟ, ସହାୟତା ଅପେକ୍ଷାରେ ଚାଷୀ
Jawad Effect: ପୁରୀରେ ୧ ଲକ୍ଷ ହେକ୍ଟର ଚାଷ ନଷ୍ଟ, ସହାୟତା ଅପେକ୍ଷାରେ ଚାଷୀ

ପୁରୀ: ବାତ୍ୟା ଜୱାଦ ଲଘୁଚାପ ରୂପ ନେଇ ପୁରୀ ଉପକୂଳ ଦେଇ ଅତିକ୍ରମ କରିଯାଇଛି । କିନ୍ତୁ ଚାଷୀକୂଳକୁ ଦେଇଯାଇଛି ଦାରୁଣ ଦୁଃଖ । ସମଗ୍ର ଜିଲ୍ଲାର ଚାଷୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି । ଜିଲ୍ଲାର ୧ ଲକ୍ଷ ୩୦ ହଜାର ହେକ୍ଟର ଜମିରେ ଧାନଚାଷ କରାଯାଇଥିଲା । ବାତ୍ୟା ପୂର୍ବରୁ ମାତ୍ର ୩୦ ହଜାର ହେକ୍ଟର ଚାଷ ଜମିରୁ ଧାନ କାଟି ଚାଷୀ ନେଇଯାଇଥିଲେ ।

ତେବେ ଜିଲ୍ଲାର କଣାସ, ଅସ୍ତରଙ୍ଗ, କାକଟପୁର, ଗୋପ ଓ ପିପିଲି ବ୍ଲକ ଅଞ୍ଚଳରେ ବ୍ୟାପକ ଚାଷଜମି ନଷ୍ଟ ହୋଇଛି। ବର୍ଷା ଯୋଗୁଁ ୩୫ରୁ ୪୦ ହଜାର ହେକ୍ଟର ଜମିରେ ଧାନ ଫସଲ ଏବେବି ବିଲରେ ପାଣିରେ ପଡିରହିଛି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ହତାଶ । ସରକାରୀ ସହାୟତାଙ୍କୁ ଅପେକ୍ଷା କରିଛନ୍ତି ଚାଷୀ । କ୍ଷେତରେ ପଡ଼ି ରହିଥିବା ଧାନ ଆଉ କିଛି ଦିନ ଗଲେ ଗଜା ହୋଇଗଲେ ଆଉ ଅମଳ ଉପଯୋଗୀ ହେବ ନାହିଁ ।

ପୁରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଭିନ୍ନ ବ୍ଲକ ଗସ୍ତ କରି ଧାନ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି । ବର୍ଷା ଯୋଗୁଁ ଏକ ଲକ୍ଷ ହେକ୍ଟର ଧାନ ଜମି ପ୍ରଭାବିତ ହୋଇଥିବା ବେଳେ ମାତ୍ର ସେଥିରୁ ୩୦ ହଜାର ହେକ୍ଟର ଜମିରୁ ଧାନ କଟାଯାଇ ଉଦ୍ଧାର କରାଯାଇଛି । କେଉଁଠି ଚାଷୀ ବିଲରୁ ପାଣି କମିବା ନେଇ ହିଡ କାଟିବା ଆରମ୍ଭ କରିଛି ତ କେଉଁଠି ପାଣି ପମ୍ପ୍‌ ଲଗାଇ ପାଣିକୁ ଶୁଖାଉଛି । ଗ୍ରାମ୍ୟ କୃଷି ଅଧିକାରୀ, ଆରଆଇ,ଉଦ୍ୟାନ ଓ ପରିସଂଖ୍ୟାନ ବିଭାଗ କର୍ମଚାରୀଙ୍କ ସହ ପ୍ରଥମ ଥର ପାଇଁ ଓୟୁଏଟିର ଉନ୍ନତ କୃଷକ ସାଥୀଙ୍କୁ ନେଇ ଗାଁ ୱାରୀ ଆକଳନ କରାଯାଇ ୭ ଦିନ ଭିତରେ ରିପୋର୍ଟ ଦିଆଯିବ ।

ରାଜ୍ୟ ରିଲିଫ କୋଡ୍‌ ଅନୁଯାୟୀ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଓ ଅଣଚଳସେଚିତ ଜମି ପାଇଁ ୬ ହଜାର ୮୦୦ ଟଙ୍କା କ୍ଷତିପୂରଣ ଦିଆଯିବ । ତା ସହ ଯେଉଁମାନଙ୍କର ଶସ୍ୟ ବୀମା ରହିଛି ସେମାନେ ୭୨ ଘଣ୍ଟା ମଧ୍ୟରେ ନିଜ ବିଲରେ ଠିଆ ହୋଇ ଜିପିଏସ ଫଟୋ ସହ ଆଧାର କାର୍ଡ ଓ ବୀମା କାର୍ଡ ଆଦି ଅପଲୋଡ କଲେ ସେମାନଙ୍କୁ ହେକ୍ଟର ପିଛା 70 ହଜାର 5ଶହ ଟଙ୍କା ସହାୟତା ମିଳିପାରିବ । ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ ପରେ ଗାଇଡଲାଇନ ଅନୁଯାୟୀ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପୁରୀ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.