ETV Bharat / city

ଶ୍ରୀମନ୍ଦିରରେ ଦ୍ୟୁତ କ୍ରୀଡା, ବନ୍ଧା ପଡିବେ ଠାକୁର - ମହାଲକ୍ଷ୍ମୀଙ୍କ ଠାରୁ ହାରି ବନ୍ଧା ପଡିବେ ପ୍ରଭୁ

କୁମାର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କ ମଧ୍ୟରେ ଦ୍ୟୁତ କ୍ରୀଡା ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ମହାପ୍ରଭୁ ହାରିବା ପରେ 7 ଦିନ ପର୍ଯ୍ୟନ୍ତ ବନ୍ଧା ପଡିବେ ।

ବନ୍ଧା ପଡିବେ ଠାକୁର
author img

By

Published : Oct 13, 2019, 12:30 PM IST

ପୁରୀ: ଆଜି କୁମାର ପୂର୍ଣ୍ଣିମା ସହ ଆରମ୍ଭ ହେଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଶ୍ରୀ ସୁର୍ଦଶନ ଦେବ ଚଉଦୋଳରେ ବିଜେ କରି ନଗର ପରିକ୍ରମା ସହ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ନୀତିକାନ୍ତି ଅନୁଷ୍ଠିତ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପରମ୍ପରା ଅନୁଯାୟୀ, ଦେବ ଦମ୍ପତ୍ତିଙ୍କ ଦ୍ୟୁତ କ୍ରୀଡା ଅନୁଷ୍ଠିତ ହେବ । ଲକ୍ଷ୍ମୀ ଠାକୁରାଣୀଙ୍କ ଠାରୁ ଦ୍ୟୁତ କ୍ରୀଡାରେ ହାରି ମହାପ୍ରଭୁ ଶେଷରେ ବନ୍ଧା ପଡିବେ । ଠାକୁରଙ୍କ ସନ୍ଧ୍ୟା ଧୂପ ପୂଜା ଅନୁଷ୍ଠିତ ହେବାବେଳେ ଶ୍ରୀ ମଦନ ମୋହନ ଓ ଶ୍ରୀଦେବୀ ଆଜ୍ଞା ମାଳ ପାଇ ମହାଲକ୍ଷ୍ମୀଙ୍କ ଜଗମୋହନ ସ୍ଥିତ ଖଟ ଉପରେ ବିଜେ କରିବେ ।

ସେଠାରେ କଉଡ଼ି, ପଶା ଓ ସକଟା ଖେଳ ଅନୁଷ୍ଠିତ ହେବ। ପରେ ଭିତରେ ଚନ୍ଦନ ଲାଗି ଓ ବଡ଼ ସିଂହାର ବେଶରେ ନୂଆ ଲୁଗା ଲାଗି ସହ ଛଅ ମୂର୍ତ୍ତି ଅଳଙ୍କାର ଲାଗୁ ନୀତି ଲାଗୁ ହୋଇ ସରିବା ପରେ ଖେଳ ଅନୁଷ୍ଠିତ ହେବ । ନୀତି ସରିବା ପରେ ଖେଳ ଅନୁଷ୍ଠିତ ହେବ ।

ଏଥିରେ ଠାକୁରାଣୀଙ୍କ ଠାରୁ ହାରିବେ ମହାପ୍ରଭୁ । ଫଳ ସ୍ବରୂପ ଶ୍ରୀମାଧବ ରତ୍ନସିଂହାସନରୁ ବିଜେ ହୋଇ ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟରେ 7 ଦିନ ପର୍ଯ୍ୟନ୍ତ ବନ୍ଧା ପଡିବେ । ଅଷ୍ଟମୀ ଦିନ ଅବକାଶ ପୂଜା ଠାରୁ ଶ୍ରୀମାଧବ ରତ୍ନସିଂହାସନକୁ ବିଜେ କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ରେ ଦ୍ୟୁତ କ୍ରୀଡା Body:ଆଜି ହେଉଛି କୁମାର ପୂର୍ଣ୍ଣିମା। ଏଥି ପାଇଁ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହୋଇଥାଏ। ଶ୍ରୀ ସୁଦର୍ଶନ ଦେବ ଚଉଦୋଳରେ ବିଜେ କରି ନଗର ପରିକ୍ରମା କରିବେ। ମହାପ୍ରଭୁଙ୍କ ମଧ୍ୟାନ ଧୂପ ପରେ ଏହି ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ପରମ୍ପରା ଅନୁଯାୟୀ ଦେବ ଦମ୍ପତି ଙ୍କ ଦ୍ୟୁତ କ୍ରୀଡା ଅନୁଷ୍ଠିତ ହେବ। ଲକ୍ଷ୍ମୀ ଠାକୁରାଣୀ ଙ୍କ ଠାରୁ ଦ୍ୟୁତ କ୍ରୀଡା ରେ ହାରି ମହାପ୍ରଭୁ ଶେଷ କୁ ବନ୍ଧା ପଡିବେ। ଠାକୁର ଙ୍କ ସନ୍ଧ୍ୟା ଧୂପ ପୂଜା ଅନୁଷ୍ଠିତ ହେବା ବେଳେ ଶ୍ରୀ ମଦନ ମୋହନ ଓ ଶ୍ରୀଦେବୀ ଆଜ୍ଞା ମାଳ ପାଇ ମହାଲକ୍ଷ୍ମୀ ଙ୍କ ଜଗମୋହନ ସ୍ଥିତ ଖଟ ଉପରେ ବିଜେ କରିବେ। ସେଠାରେ କଉଡ଼ି , ପଶା ଓ ସକଟା ଖେଳ ଅନୁଷ୍ଠିତ ହେବ। ପରେ ଭିତରେ ଚନ୍ଦନ ଲାଗି ଓ ବଡ଼ ସିଂହାର ବେଶ ରେ ନୂଆ ଲୁଗା ଲାଗି ସହ ଛଅ ମୂର୍ତି ଅଳଙ୍କାର ଲାଗୁ ହେବ।ନୀତି ସରିବା ପରେ ଖେଳ ଅନୁଷ୍ଠିତ ହେବ। ଏଥିରେ ଠାକୁରାଣୀ ଙ୍କ ଠାରୁ ହ
ହାରିବେ ମହାପ୍ରଭୁ। ଫଳ ସ୍ୱରୂପ ଶ୍ରୀମାଧଵ ରତ୍ନସିଂହାସନ ରୁ ବିଜେ ହୋଇ ଲକ୍ଷ୍ମୀ ଠାକୁରାଣୀ ଙ୍କ ନିକଟରେ 7 ଦିନ ପର୍ଯ୍ୟନ୍ତ ବନ୍ଧା ପଡିବେ। ଅଷ୍ଟମୀ ଦିନ ଅବକାଶ ପୂଜା ଠାରୁ ଶ୍ରୀମାଧବ ରତ୍ନସିଂହାସନ କୁ ବିଜେ କରିବେ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ଶ୍ରୀମନ୍ଦିର ଫାଇଲ ଭିଯୁଆଲ ଲଗାଇବେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.