ପୁରୀ: ନବ ଦିନାତ୍ମକ ଯାତ୍ରା ପରେ ଆରମ୍ଭ ହୋଇଛି ନୀଳାଦ୍ରି ବିଜେ । ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ । ଗୋଟି ପହଣ୍ଡିରେ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ସୁଦର୍ଶନଙ୍କ ନୀଳାଦ୍ରି ବିଜେ ପରେ ବଡଦେଉଳର ବଡଠାକୁର ବଳଭଦ୍ର ହଲି ହଲି ଝୁଲି ଝୁଲି ଘଣ୍ଟଘଣ୍ଟାର ତାଳେ ତାଳେ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି ।
ସେବାୟତ ମାନେ ବଡଠାକୁରଙ୍କୁ ପହଣ୍ଡି କରି ନେଇଯାଇଛନ୍ତି ଶ୍ରୀମନ୍ଦିର । ମହାପ୍ରଭୁଙ୍କ ଏହି ନୀତି ଦେଖିବା ପାଇଁ ବଡଦାଣ୍ଡରେ ଭିଡ ଦେଖିବାକୁ ମିଳିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ