ETV Bharat / city

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଆସନ୍ତାବର୍ଷ ଆଦର୍ଶ ଗୁରୁକୁଳ କାର୍ଯ୍ୟକ୍ଷମ ଲକ୍ଷ୍ୟ - srimandira management

ଆଜି ବସିଛି ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ । ଆସନ୍ତାବର୍ଷ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ କାର୍ଯ୍ୟକ୍ଷମ କରିବାକୁ ବୈଠକରେ ଲକ୍ଷ୍ୟ । ଏଥିସହ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷୀୟା ଯୋଜନା କାର୍ଯ୍ୟକାରୀ କରିବାକୁ ହେଲା ଆଲୋଚନା । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ, ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

author img

By

Published : Aug 26, 2021, 3:48 PM IST

Updated : Aug 26, 2021, 4:32 PM IST

ପୁରୀ: ଆଜି ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ବସିଛି । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନିଳାଦ୍ରୀ ଭକ୍ତ ନିବାସରେ ଏହି ବୈଠକ ହୋଇଛି । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତାବର୍ଷ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗୁରୁକୁଳ ନିର୍ମାଣର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏଥିସହ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଚୁକ୍ତି କରି ୫ ବର୍ଷୀୟା ଯୋଜନା କରିବାକୁ ବୈଠକରେ ଆଲୋଚନା ହୋଇଛି ।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଆସନ୍ତାବର୍ଷ ତିଆରି ହେବ ଗୁରୁକୁଳ

୨୦୨୧ ରଥଯାତ୍ରା ପାଇଁ ବୈଠକରେ ସମସ୍ତଙ୍କୁ ଧନ୍ୟବାଦ ଜଣାଯାଇଛି । ଆସନ୍ତା ତିନିବର୍ଷ ପାଇଁ ସମସ୍ତ ନୀତିକାନ୍ତି ଠାରୁ ଆରମ୍ଭ କରି ସବୁକିଛି ନିଷ୍ଠାର ସହ ତୁଲାଇବେ କମିଟି । ଶୃଙ୍ଖଳିତ ନୀତି ପରିଚାଳନା ପାଇଁ ୮ଟି ସବକମିଟି ଗଠନ ହୋଇଛି । ଅର୍ଥ ସବକମିଟି, ନୀତି, ରତ୍ନଭଣ୍ଡାର ସବକମିଟି, ଅପିଲ, ଲ୍ୟାଣ୍ଡ ସବକମିଟି, ସେବକ କଲ୍ୟାଣ ସବକମିଟି, ଶ୍ରୀଜଗନ୍ନାଥ ପ୍ରଚାରପ୍ରସାର ସବକମିଟି, ମନ୍ଦିର ପେନସନ ସବକମିଟି ଗଠିତ ହୋଇଛି । ଗୁରୁକୂଳ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଗଠନ କରାଯିବ । ଏହା ଶ୍ରୀମନ୍ଦିର ପରିଚାଳନା କମିଟି ଅଧୀନରେ ରହିବ । ଶ୍ରୀମନ୍ଦିର ଗୁରୁକୂଳ ଫଣ୍ଡ ମଧ୍ୟ ଗଠିତ ହେବ । ଫଣ୍ଡ ମାଧ୍ୟମରେ ଗୁରୁକୁଳ ବିକାଶ କରାଯିବ । ମାଟିତୋଟାରେ ୧୭ ଏକର ଜମି ଗୁରୁକୁଳ ପାଇଁ ଚିହ୍ନଟ ହୋଇଛି । ସୋସାଇଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜା ରହିବେ । ଏନେଇ ଏକ ଘରୋଇ ସଂସ୍ଥା ସହ ଏମଓୟୁ ସ୍ବାକ୍ଷର ହେବ । ଆଦର୍ଶ ଗୁରୁକୁଳ ପାଇଁ ରାଜ୍ୟ ସରକାର ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ସେବାୟତଙ୍କ ବାସଗୃହ ଯୋଜନା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେବାୟତଙ୍କ ପାଇଁ ଏହି ଯୋଜନା କରାଯିବ । ପ୍ରାୟ ୪୦୦ ପରିବାରକୁ ଜମି ଯୋଗାଇ ଦିଆଯିବ । ୮ ଏକର ଜମିରେ ପ୍ରତି ସେବାୟତଙ୍କୁ ୬୦୦ ବର୍ଗଫୁଟ ହିସାବରେ ଜମି ଓ ବାସଗୃହ ପାଇଁ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ । ଏହାକୁ ଲ୍ୟାଣ୍ଡ ସବକମିଟି ଅନୁମୋଦନ କରିବ ।

ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ଏକ ୫ ବର୍ଷିଆ ଯୋଜନା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଏଏସଆଇକୁ ଅନୁରୋଧ କରିବ । ରକ୍ଷଣାବେକ୍ଷଣ ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେବେ ।

ରଥଯାତ୍ରା ପରେ ରଥର ଚକ ଓ ଅନ୍ୟାନ୍ୟ ଅଂଶକୁ ମାଗଣାରେ ଲୋକଙ୍କୁ ଯୋଗାଇ ଦିଆଯିବ । ଏନେଇ ସବକମିଟିକୁ ଦାୟିତ୍ବ ଦିଆଯାଇଛି । ଏଣିକି ଆଗ୍ରହୀ ଭକ୍ତଙ୍କୁ ମାଗଣାରେ ମିଳିବ ରଥ ଚକ । ରଥଯାତ୍ରା ପରେ ଆଗ୍ରହୀ ଭକ୍ତଙ୍କୁ ମାଗଣାରେ ଦିଆଯିବ ରଥ ଚକ । କାହାକୁ ରଥ ଚକ ଦିଆଯିବ କମିଟି ଚୟନ କରିବ । ଅଧିକ ଆବେଦନକାରୀ ହେଲେ ଲଟେରୀ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ସୂଚନା । ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ଯୋଜନା ଅନୁଯାୟୀ ଠିକ୍ ସମୟରେ ଚାଲିଛି । ଖୁବଶୀଘ୍ର ଏନଏମର ଅନୁମୋଦନ ମିଳିବାର ଆଶା ରଖାଯାଇଛି ।

ଆସନ୍ତା ପରିଚାଳନା କମିଟି ବୈଠକରେ ଅର୍ଥ ସବକମିଟିର ବଜେଟ ଆଗତ ହେବ । ଶ୍ରୀମନ୍ଦିର ରତ୍ନଭଣ୍ତାର ଯାଞ୍ଚ ଓ ଆବଶ୍ୟକ ମରାମତି ୩ ବର୍ଷୀୟା ପରିଚାଳନା କମିଟି ଅବଧି ମଧ୍ୟରେ ସମ୍ପନ୍ନ ହେବ ବୋଲି ଆଶା ରଖିଛନ୍ତି ପରିଚାଳନା କମିଟିର ସମସ୍ତ ସଦସ୍ୟ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ, ଏସପିଙ୍କ ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 26, 2021, 4:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.