ETV Bharat / city

ପୁରୀରେ ହସ୍ତତନ୍ତ ମେଳା ଉଦଘାଟିତ, ସମ୍ବଲପୁରୀ ବସ୍ତ୍ରାଳୟ ପ୍ରଚାର ପ୍ରସାର ଲକ୍ଷ୍ୟ - ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପାଇଁ ସ୍ବତନ୍ତ୍ର ହସ୍ତତନ୍ତ ମେଳା

ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ଅନୁମୋଦିତ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ଵାରା ଏକ ସ୍ବତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ପୁରୀ ସ୍ଥିତ ନିଳାଚଳ ହାଟ ଠାରେ ଆୟୋଜନ କରାଯାଇଅଛି । ଅଧିକ ପଢନ୍ତୁ

handicraft fair has been inaugurated in Puri to promote Sambalpuri garmentsBharat
ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ପୁରୀରେ ଉଦ୍ଘାଟନ ହେଲା ସ୍ବତନ୍ତ୍ର ହସ୍ତତନ୍ତ ମେଳାat
author img

By

Published : Aug 3, 2022, 9:27 AM IST

ପୁରୀ: ପୁରୀରେ ଉଦ୍ଘାଟନ ହେଲା ସ୍ବତନ୍ତ୍ର ହସ୍ତତନ୍ତ ମେଳା । ରାଜ୍ୟ ସରକାରଙ୍କ ହସ୍ତତନ୍ତ,ବୟନ ଶିଳ୍ପ ଓହସ୍ତଶିଳ୍ପ ବିଭାଗ ଦ୍ବାରା ଅନୁମୋଦିତ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ବାରା ଏକ ସ୍ବତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଅନୁଷ୍ଠିତ ହୋଇଛି । ଏହି ମେଳା ପୁରୀ ସ୍ଥିତ ନୀଳାଚଳ ହାଟ ଆୟୋଜନ କରାଯାଇଛି । ଯାହାକି ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଏହି ମେଳାକୁ ପୁରୀର ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ଉଦଘାଟନ କରିଛନ୍ତି । ଏଥିରେ ରାଜ୍ୟରେ ଥିବା ବିଭିନ୍ନ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି/SHG ମାନଙ୍କରେ ଜଡିତଥିବା ବୁଣାକାର ମାନଙ୍କ ଦ୍ବାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ତାଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ବତନ୍ତ୍ର ହସ୍ତତନ୍ତ ମେଳା ଆୟୋଜନ କରାଯାଇଛି ।

ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ପୁରୀରେ ଉଦ୍ଘାଟନ ହେଲା ସ୍ବତନ୍ତ୍ର ହସ୍ତତନ୍ତ ମେଳା

ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର, ଆଠଗଡ, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ,କଲାହାଣ୍ଡି, ବଲାଙ୍ଗୀର ଓ ବୌଦ୍ଧ ବୟନ ମଣ୍ଡଳ ମାନଙ୍କରୁ ୨୨ଗୋଟି ସମବାୟ ସମିତିସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବାପାଇଁ ଯୋଗଦାନ କରିଛନ୍ତି । ସେହିପରି ୧୧ ଗୋଟି ହସ୍ତଶିଳ୍ପ କାରିଗର ଯୋଗଦାନ କରିଛନ୍ତି । ସେମାନଙ୍କୁ ୩୩ଗୋଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଅଛି । ସ୍ବତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ 10% ସରକାରୀ ରିହାତିରେ କିଣିପାରିବେ । ଏହାର ସୁଯୋଗ ନେବାପାଇଁ ଗ୍ରାହକ ମାନଙ୍କୁ ଅନୁରୋଧ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.