ପୁରୀ: ବେଳାଭୂମି ନିକଟରେ ଉଦ୍ଘାଟିତ ହୋଇଯାଇଛି ଜାତୀୟ ସ୍ତରୀୟ ଲୋକମେଳା ଓ କୃଷି ମେଳା ଉତ୍ସବ । ବିଭିନ୍ନ ରାଜ୍ୟର ପାରମ୍ପରିକ ସାମଗ୍ରୀର ପ୍ରଦର୍ଶନ କରାଯାଇଛି । ଏଥିସହ ଦେଶର 22ଟି ରାଜ୍ୟରୁ ଆସିଥିବା ବିଭିନ୍ନ କଳାକାର ଲୋକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରାଇଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ଓଡିଶା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ, ପୁରୀ ବିଧାୟକଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ କଳାକାର ସାମିଲ ହୋଇଥିଲେ ।
ଉଦ୍ଘାଟନ ହୋଇଥିବା ଏହି ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଉତ୍ସବ 5 ଦିନ ଧରି ଚାଲିବ । ଦେଶର 22ଟି ରାଜ୍ୟର ପାରମ୍ପରିକ ସାମଗ୍ରୀ ବିକ୍ରୀ ପାଇଁ ଷ୍ଟଲ୍ ରହିଛି । ଏଥିସହ ପୁରୀବାସୀଙ୍କ ଯଥେଷ୍ଟ ଭିଡ ଦେଖିବାକୁ ମିଳିଛି ।
ଇଟିଭି ଭାରତ, ପୁରୀ