ETV Bharat / city

ଆସିବେନି ଗଜପତି, ସ୍ନାନଯାତ୍ରାରେ ମୁଦିରସ୍ତ କରିବେ ଛେରା ପହଁରା - Puri lord jagannath

ସ୍ନାନଯାତ୍ରାରେ ମୁଦିରସ୍ତ କରିବେ ଛେରା ପହଁରା । ଚଳିତ ବର୍ଷ ମଧ୍ୟ ଛେରା ପହଁରା ନୀତି କରିବେନି ଗଜପତି ମହାରାଜ । ଅଧିକ ପଢନ୍ତୁ...

snanayatra
ସ୍ନାନଯାତ୍ରାରେ ମୁଦିରସ୍ତ କରିବେ ଛେରା ପହଁରା
author img

By

Published : Jun 23, 2021, 4:52 PM IST

Updated : Jun 23, 2021, 5:32 PM IST

ପୁରୀ: ସ୍ନାନଯାତ୍ରାରେ ମୁଦିରସ୍ତ କରିବେ ଛେରା ପହଁରା । ଚଳିତ ବର୍ଷ ମଧ୍ୟ ଛେରାପହଁରା ନୀତି କରିବେନି ଗଜପତି ମହାରାଜ । କୋଭିଡ୍ ନିୟମକୁ ଅନୁପାଳନ କରିବାକୁ ନେଇ ଗଜପତି ଦିବ୍ୟସିଂହ ଦେବ ନିଷ୍ପତ୍ତି ନେଇଛନ୍ତି ।

snanayatra
ସ୍ନାନଯାତ୍ରାରେ ମୁଦିରସ୍ତ କରିବେ ଛେରା ପହଁରା

ପରମ୍ପରା ଅନୁଯାୟୀ ମୁଦିରସ୍ତ ଗଜପତିଙ୍କ ପ୍ରତିନିଧିତ୍ବ କରିବେ । ଗତବର୍ଷ ମଧ୍ୟ ମୁଦିରସ୍ତ କରିଥିଲେ ଛେରାପହଁରା । ତେବେ ମୁଦିରସ୍ତ ହେଉଛନ୍ତି ଶ୍ରୀମନ୍ଦିରରେ ବହୁ ପୂର୍ବରୁ ଜଗନ୍ନାଥଙ୍କ ସେବା କରିଆସୁଥିବା ପୁଷ୍ପାଳକ ପରିବାରର ଜଣେ ବାର ବର୍ଷରୁ କମ ବୟସର ବାଳକ । ଗଜପତି ମହାରାଜ ନିଜେ ସେହି ବାଳକକୁ ମୁଦିରସ୍ତ ଭାବେ ମନୋନୀତ କରିଥାନ୍ତି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ରୂପେ ମୁଦିରସ୍ତ ଶ୍ରୀମନ୍ଦିରରେ ଗଜପତିଙ୍କ ଅନୁମତି କ୍ରମେ ସମସ୍ତ ସେବା କରିପାରିବେ ।

ସ୍ନାନଯାତ୍ରାରେ ମୁଦିରସ୍ତ କରିବେ ଛେରା ପହଁରା

ସୂଚନାଥାଉକି ଚଳିତବର୍ଷ ମଧ୍ୟ କୋରୋନା ମହାମାରୀ ଯୋଗୁଁ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ସରକାର । ଆସନ୍ତାକାଲି ଠାରୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 23, 2021, 5:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.