ETV Bharat / city

ରାଜସ୍ୱ ମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା ବୈଠକରେ ସାମିଲ ହେଲେ ପୂର୍ବତନ ବିଧାୟକ, ସମାଲୋଚନା କଲେ ଜୟନ୍ତ ଷଡଙ୍ଗୀ

author img

By

Published : Aug 20, 2022, 9:51 PM IST

ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସମିକ୍ଷା ବୈଠକରେ ବରିଷ୍ଠ ବିଜେଡି ନେତା ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିକୁ ନେଇ କଡା ସମାଲୋଚନା କଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ଦଳୀୟ ବୈଠକ କରିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ପୁରୀ ବିଧାୟକ । ଅଧିକ ପଢନ୍ତୁ

ବନ୍ୟା ସ୍ଥିତି ସମୀକ୍ଷା ବେଳେ ପୂର୍ବତନ ବିଧାୟକଙ୍କ ଉପସ୍ଥିତିକୁ ନେଇ ସମାଲୋଚନା କଲେ ବିଧାୟକ

ପୁରୀ: ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସମିକ୍ଷା ବୈଠକରେ ବରିଷ୍ଠ ବିଜେଡି ନେତା ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିକୁ ନେଇ କଡା ସମାଲୋଚନା କଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ଦଳୀୟ ବୈଠକ କରିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ପୁରୀ ବିଧାୟକ ।

ପୁରୀ ଜିଲ୍ଲାରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ବନ୍ୟା ସ୍ଥିତି ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ଉପସ୍ଥିତ ଥିଲେ । ଏହାକୁ କଡା ସମାଲୋଚନା କରିଛନ୍ତି ପୁରୀର ବିଧାୟକ ଜୟନ୍ତ ଷଡଙ୍ଗୀ । ବନ୍ୟା ସ୍ଥିତି ସମୀକ୍ଷା ବୈଠକ ଏକ ସରକାରୀ ବୈଠକ ହୋଇଥିବା ବେଳେ ଏଥିରେ ପୁରୀ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହିଥିଲେ । ଏହି ସରକାରୀ ବୈଠକକୁ ଦଳୀୟ ବୈଠକ ଭଳି ବିଜେଡି ନେତା ମହେଶ୍ୱର ମହାନ୍ତିଙ୍କୁ ଡାକିବା କେତେଦୂର ଠିକ ବୋଲି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି ।

ଯଦି ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କୁ ଡକାଗଲା ତାହା ହେଲେ ପୂର୍ବତନ ଅନେକ ବିଧାୟକ ଅଛନ୍ତି ତାଙ୍କୁ ମଧ୍ୟ ଡକା ଯାଇ ପାରିଥାନ୍ତା । ପୁରୀ ଜିଲ୍ଲା ବନ୍ୟା ସ୍ଥିତି ଭଳି ଏକ ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ଦଳୀୟ କାର୍ଯ୍ୟକ୍ରମ କରିବା ଅତ୍ୟନ୍ତ (ମହେଶ୍ୱର ମହାନ୍ତି) ଜଣେ ନିର୍ଲଜ୍ଜ ନେତା । ବିନା ଡକରାରେ କିଛି ଲୋକ ଯେଭଳି ଭୋଜି ଖାଇ ଯାଇଥାନ୍ତି ସେଭଳି କରନ୍ତି ମହେଶ୍ବର ବୋଲି କଟାକ୍ଷ କରିଛନ୍ତି ଜୟନ୍ତ ।

ସେପଟେ ଘଟଣାକୁ ନେଇ ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି କହିଛନ୍ତି ଯେ, ତାଙ୍କୁ ରାଜସ୍ବ ମନ୍ତ୍ରୀ ଡାକି ଥିବାରୁ ସେ ବୈଠକକୁ ଯାଇଥିଲେ । ସେ ବିନା ନିମନ୍ତ୍ରଣରେ କୌଣସି ସ୍ଥାନକୁ ଯାଆନ୍ତି ନାହିଁ । ତେବେ ବିଧାୟକ ଜୟନ୍ତ ଷଡଙ୍ଗୀ ତାଙ୍କୁ ସମାଲୋଚନା କରିବା ଘଟଣାରେ ମହେଶ୍ୱର କହିଛନ୍ତି ଏହା ପୁରୀ ବିଧାୟକଙ୍କ ହିନ ଚିନ୍ତାଧାରା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.