ETV Bharat / city

୨୦୨୪ ପାଇଁ ପାଗଭିଡା: ପୁରୀରେ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର - ୦୨୪ ସଧାରଣ ନିର୍ବାଚନ

ପୁରୀରେ ରାଜ୍ୟ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ୨୦୨୪ ସଧାରଣ ନିର୍ବାଚନକୁ ନେଇ ନେତା ଓ କର୍ମୀଙ୍କୁ ଦିଆଯିବ ଗୁରୁମନ୍ତ୍ର । ଅଧିକ ପଢନ୍ତୁ

୨୦୨୪ ପାଇଁ ପାଗଭିଡା: ପୁରୀରେ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର

author img

By

Published : Sep 13, 2022, 6:39 PM IST

ପୁରୀ: ୨୦୨୪ ସଧାରଣ ନିର୍ବାଚନରେ କଣ ରହିବ ବିଜେପିର ରୋଡ ମ୍ୟାପ । ସେନେଇ ଏବେ ଠାରୁ ଦଳ ସୁଦୃଢ କରିବାକୁ ଆଣ୍ଟା ଭିଡିଲେଣି ବିଜେପି ନେତା ଓ କର୍ମୀ । ୧୨୦ ମିଶନ ପାଇଁ ଦଳ ପ୍ରସ୍ତୁତ ହେଲାଣି ଦଳ । ଏନେଇ ଆଜି ପୁରୀରେ ରାଜ୍ୟ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି ଏହାକୁ ଉଦଘାନ କରିଥିଲେ । ଆଜିଠାରୁ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ଜାରି ରହିବ । କେନ୍ଦ୍ରର ବହୁ ବରିଷ୍ଠ ନେତା ଏଥିରେ ଅଂଶ ଗ୍ରହଣ କରିବେ ।

ପୁରୀରେ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର

ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର କହିଛନ୍ତି ଯେ, ''କେନ୍ଦ୍ର ସରକାରଙ୍କ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେହି ସବୁ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ଶିବିରରେ ଆଲୋଚନା ହେବା । ଏଥି ସହ ୨୦୨୪ ନିର୍ବାଚନ ପାଇଁ ଦଳ କିଭଳି ରଣନୀତି ପ୍ରସ୍ତୁତ କରିବ ସେନେଇ ପ୍ରଶିକ୍ଷଣ ଶିବିରରେ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦିଆଯିବ। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଫଳତା ପରେ ଦଳକୁ ପୁନଃ ସଜାଡି ମିଶନ ୧୨୦+ ଲକ୍ଷ୍ୟ ନେଇ ବିଜେପି ଖସଡ଼ା ପ୍ରସ୍ତୁତ କରୁଛି, ସେନେଇ ଆଲୋଚନା ହେବ । ଏଥିସହ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଯାକ କରିବା ସହ ହଡପ କରୁଛନ୍ତି । ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଓଡିଶାର ଅଭିବୃଦ୍ଧି ହେଉନି। ରାଜ୍ଯ ସରକାରଙ୍କର ଏହିସବୁ ବିଫଳତା ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ଓଡିଶାବାସୀଙ୍କ ପାଖରେ ବିଶ୍ୱାସ ଭାଜନ ହେବାକୁ ଦଳ ପ୍ରଚେଷ୍ଟା ଜାରି ରଖିବ । ବିଜେପିକୁ ରାଜ୍ଯରେ ସୁଦୃଢ଼ କରିବା ପାଇଁ ପୁରୀରେ ଆଜିଠାରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର ।"

ଏହା ମଧ୍ୟ ପଢନ୍ତୁ-ସୂର୍ଯ୍ୟ କିରଣ ଏୟାର ସୋ: ଭୁବନେଶ୍ୱରରେ ପହଞ୍ଚିଲା AN 32 ବିମାନ

ଏହି ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ସାଂଗଠନିକ ମହାମନ୍ତ୍ରୀ ଭି ଏଲ୍ ସନ୍ତୋଷ, ପୂର୍ବତନ ଓଡିଶା ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମିର ମହାନ୍ତି, ସାଂସଦ ସଂଗୀତା ସିଂଦେଓ, ସାଂସଦ ସୁରେଶ ପୂଜାରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ , ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.