ETV Bharat / city

ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ପୋଲିସ କର୍ମଚାରୀଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ନେଇଗଲେ ୧୦ ଲକ୍ଷ

author img

By

Published : Sep 4, 2022, 8:50 AM IST

ପୋଲିସ କର୍ମଚାରୀଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା । ବ୍ରହ୍ମଗିରି ବଜାରରୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି ଏଭଳି ଘଟଣା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଚ,ପୋଲିସ କର୍ମଚାରୀଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ନେଇଗଲେ ୧୦ ଲକ୍ଷ

ବ୍ରହ୍ମଗିରି: ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ଦିବାଲୋକରେ ଲୁଟ୍ କରି ଆତଙ୍କ ଖେଳାଉଛନ୍ତି ଲୁଟେରା । ତାହା ପୁଣି ଜଣେ ପୋଲିସ କର୍ମଚାରୀଙ୍କ ଠାରୁ । ପୋଲିସ କର୍ମଚାରୀଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଲୁଟିଛନ୍ତି ୧୦ ଲକ୍ଷ ଟଙ୍କା । ବ୍ରହ୍ମଗିରି ବଜାରରୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି ଏଭଳି ଘଟଣା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ରାକେଶ କୁମାର ସାହୁ।

କ’ଣ ଥିଲା ପୁରା ଘଟଣା...

ପୁରୀ ଜିଲ୍ଲାର ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାହଜନପୁର ଗାଁର ରାକେଶ କୁମାର ସାହୁ ଯେ କି ପୋଲିସ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ସେ ଶନିବାର ପ୍ରାୟ ସାଢେ ଏଗାରଟା ସମୟରେ ବ୍ରହ୍ମଗିରି ଷ୍ଟେଟ ବ୍ୟାଙ୍କରୁ ପ୍ରାୟ ଦଶ ଲକ୍ଷ ଟଙ୍କା ଉଠାଇ ବ୍ରହ୍ମଗିରି ଗାଁର ଜଣେ ସମ୍ପର୍କୀୟଙ୍କୁ ଦେବା ପାଇଁ ଯାଉଥିଲେ । ଏହି ସମୟରେ ବ୍ରହ୍ମଗିରି ଗାଁ ରାସ୍ତା ସବରେଜିଷ୍ଟର କାର୍ଯ୍ୟାଳୟ ନିକଟରେ ଦୁଇ ଜଣ ଯୁବକ ହଠାତ୍ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ।

ଏହାବି ପଢନ୍ତୁ : ଲୁଟେରା ମହିଳାଙ୍କୁ ଲିପ୍ଟଦେଇ ଫସିଲେ ଟାକ୍ସି ଡ୍ରାଇଭର, ବିବାହିତା ଥାଇ ବିବାହକଲେ ସବୁ ଲୁଟିନେଲେ

ଏନେଇ ସେ ବ୍ରହ୍ମଗିରି ଥାନାରେ ଜଣାଇବା ଅଭିଯୋଗ କରିଥିଲା । ପୋଲିସ ରାକେଶଙ୍କୁ ଧରି ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିବା ସହ ଘଟଣାର ଅନୁସନ୍ଧାନ ଜାରି ରଖିଛି । ଦିବାଲୋକରେ କିପରି ଜଣେ ପୋଲିସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ ଦଶ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଲୋକଙ୍କୁ ପଚରା ଉଚରା ଜାରି ରଖିଛି । ପୁରୀ ସଦର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି । ପୁରୀ ସଦର ଏସଡିପିଓଙ୍କ ସୂଚନା ଅନୁସାରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ । ପୋଲିସ ସିସିଟିଭି ଆଧାରରେ ତଦନ୍ତ କରୁଛି ।

ଦୁଇ ଜଣ ଯୁବକ କେବେଳ ଏ ଲୁଟରେ ସାମିଲ ଅଛନ୍ତି ନା ଆଉ କେଉଁ ଗ୍ୟାଙ୍ଗର ସମ୍ପୃକ୍ତି ରହିଛି । ସେନେଇ ପୋଲିସ ଛାନ ଭିନ କରୁଛି । ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯଦି ଦିନ ଦ୍ବି ପ୍ରହରରେ ପୋଲିସ କର୍ମଚାରୀଙ୍କ ଠାରୁ ଲୁଟ ହେଉଛି ତେବେ ସାଧାରଣ ଲୋକେ ଏଠି କେତେ ସୁରକ୍ଷିତ ? ବନ୍ଧୁକ ମୁନରେ ଲୁଟ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ପୋଲିସର ପାଟ୍ରୋଲିଂକୁ ଜୋରଦାର କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.