ETV Bharat / city

ସରପଞ୍ଚ ପ୍ରାର୍ଥୀଙ୍କ ଘର ନିକଟରେ ଫୁଟିଲା ବୋମା

କାଶୀହରିପୁର ପଞ୍ଚାୟତ ଚାରିନଳା ମାଆ ବସନ୍ତଦେଇ ମନ୍ଦିର ନିକଟରେ ଫୁଟିଲା ବୋମା । ସରପଞ୍ଚ ପ୍ରାର୍ଥୀଙ୍କ ଘର ନିକଟରେ ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବ୍ୟାଗରେ ଦୁଇଟି ବୋମା ଥିବା ସୂଚନା । ସଦର ଥାନା ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ପୁରୀରେ  ପ୍ରାର୍ଥୀଙ୍କ ଘର ପାଖରେ ଫୁଟିଲା ବୋମା
ପୁରୀରେ ପ୍ରାର୍ଥୀଙ୍କ ଘର ପାଖରେ ଫୁଟିଲା ବୋମା
author img

By

Published : Jan 27, 2022, 11:28 AM IST

Updated : Jan 27, 2022, 12:08 PM IST

ପୁରୀ: ଜିଲ୍ଲା ସଦର ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ହିଂସା । କାଶୀହରିପୁର ପଞ୍ଚାୟତ ଚାରିନଳା ମାଆ ବସନ୍ତଦେଇ ମନ୍ଦିର ନିକଟରେ ଫୁଟିଲା ବୋମା । ସରପଞ୍ଚ ପ୍ରାର୍ଥୀଙ୍କ ଘର ନିକଟରେ ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବ୍ୟାଗରେ ଦୁଇଟି ବୋମା ଥିବା ସୂଚନା । ସଦର ଥାନା ପୋଲିସର ତଦନ୍ତ ଆରମ୍ଭ । ନିର୍ବାଚନକୁ ନେଇ ଏଭଳି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।

ସରପଞ୍ଚ ପ୍ରାର୍ଥୀଙ୍କ ଘର ନିକଟରେ ଫୁଟିଲା ବୋମା

ସକାଳ ପାଖାପାଖି ୧୦ଟାରେ ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡା ପୂଜା କରୁଥିଲେ । ଏହି ସମୟରେ ତାଙ୍କ ଘର ବାଡିରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କେହି ଆକ୍ରୋଶମୂଳକ ଭାବେ ଏପରି କାଣ୍ଡ କରିଥିବା ଅନୁମାନ କରାଯାଉଛି । ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ କରିବାକୁ ନିବେଦନ କରିଛନ୍ତି ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡା ।

ସେପଟେ ଘଟଣାରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ଦୋଷୀ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁରୀ ଏସପି କେ ବିଶାଳ ସିଂ । ତ୍ରିସ୍ତରୀୟ ପଞ୍ଚାୟତ ପାଇଁ ଗାଁ ଗାଁରେ ମାହୋଳ ବଦଳିଛି । ଭାଇ ଭାଇର ଶତ୍ରୁ ହେବା ଭଳି ପରିସ୍ଥିତି ଉପୁଜିଛି । ନିର୍ବାଚନକୁ କେନ୍ଦ୍ର କରି ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଲାଣି ।

ପୁରୀରୁ ଶକ୍ତିପ୍ରସାଦ ଦାସ,ଇଟିଭି ଭାରତ

Last Updated : Jan 27, 2022, 12:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.