ETV Bharat / city

ପୁରୀରେ ଲଜ୍ଜା: ଗେହ୍ଲା କରିବା ଆଳରେ ୫ ବର୍ଷୀୟା ଶିଶୁକୁ ଦୁଷ୍କର୍ମ !

author img

By

Published : Jan 24, 2022, 11:15 AM IST

Updated : Jan 24, 2022, 12:55 PM IST

ପୁରୀ ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଟାଉନ ଥାନା ଅଞ୍ଚଳରେ ଜଣେ 5 ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଅଧିକ ପଢନ୍ତୁ

୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ
୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ

ପୁରୀ: ପୁଣି ଲଜ୍ଜା । ପୁରୀ ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଟାଉନ ଥାନା ଅଞ୍ଚଳରେ ଜଣେ 5 ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।

ଗେହ୍ଲା କରିବା ଆଳରେ ୫ ବର୍ଷୀୟା ଶିଶୁକୁ ଦୁଷ୍କର୍ମ !

ନିଶାସକ୍ତ ଅବସ୍ଥାରେ ଗେହ୍ଲା କରିବା ଆଳରେ ଘର ଛାତ ଉପରେ ଏପରି କାଣ୍ଡ କରିଛି ଦୁର୍ବୃତ୍ତ । ଘଟଣା ଜଣାପଡିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ରବିବାର ଦିନ ୧୧ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି । ପୀଡିତା ନାବାଳିକାକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରଥମେ ପୁରୀ ସଦର ହସ୍ପିଟାଲ ଓ ପରେ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପୁରୀ ଏସପି ପୀଡିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି । ଘଟଣାକୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ କରି ତଦନ୍ତ ଜାରି ଥିବା କହିଛନ୍ତି ଏସପି ।

ଅଭିଯୁକ୍ତକୁ ଧରିବା ପାଇଁ ପୁରୀ ପୋଲିସ ପକ୍ଷରୁ ୪ଟି ଟିମ ଗଠନ ହୋଇଛି । ଟାଉନଥାନା ଆଇଆଇସି, କୁମ୍ଭାରପଡା ଆଇଆଇସି, ବାସେଳିସାହୀ ଆଇଆଇସି, ବଳିଆପଣ୍ଡା ଆଇଆଇସିଙ୍କ ନେତୃତ୍ବ ରେ ଗଠିତ ୪ ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଘଟଣାକୁ ନେଇ ପୋଲିସ ୧୮/୨୨ରେ ଏକ ମାମଲା ରୁଜ୍ଜୁ କରିଛି ।

ଖୁବ ଶୀଘ୍ର ଅଭିଯୁକ୍ତକୁ ପୋଲିସ ଧରିବ ବୋଲି ଏସପି କେ. ବିଶାଳ ସିଂ କହିଛନ୍ତି । ଅନ୍ୟପଟେ ଜଣେ ଛୋଟ ପିଲା ସହିତ ଏଭଳି ଅମାନବୀୟ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ ଦୁଷ୍କର୍ମ ଅଭିଯୁକ୍ତକୁ ପୋଲିସ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି । ଆଜି ଜାତୀୟ ଶିଶୁ କନ୍ୟା ଦିବସ ପାଳୁଛି ଦେଶ । ଲୋକଙ୍କ ମାନସିକତା ବଦଳୁନାହିଁ । ଏହି ଘଟଣା ଶିଶୁ କନ୍ୟାଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ସୃଷ୍ଟି କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Jan 24, 2022, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.