ETV Bharat / city

କୋଣାର୍କ ସୁରକ୍ଷାକୁ ନେଇ ବୈଠକ ଅନୁଷ୍ଠିତ - ଏ.ଏସ.ଆଇ

ବିଶ୍ଵ ଐତିହ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ପାଇଁ କୋଣାର୍କ ଯାତ୍ରୀ ନିବାସଠାରେ ଆରମ୍ଭ ହୋଇଛି ଗୁରୁତ୍ଵପୂର୍ଣ୍ଣ ବୈଠକ। ଅଧିକ ପଢନ୍ତୁ...

କୋଣାର୍କ ସୁରକ୍ଷାକୁ ନେଇ ବୈଠକ ଅନୁଷ୍ଠିତ
କୋଣାର୍କ ସୁରକ୍ଷାକୁ ନେଇ ବୈଠକ ଅନୁଷ୍ଠିତ
author img

By

Published : Feb 29, 2020, 12:08 PM IST

ପୁରୀ: ବିଶ୍ଵ ଐତିହ କୋଣାର୍କ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ପାଇଁ କୋଣାର୍କ ଯାତ୍ରୀ ନିବାସଠାରେ ଆରମ୍ଭ ହୋଇଛି ଗୁରୁତ୍ଵପୂର୍ଣ୍ଣ ବୈଠକ। ଏଏସଆଇ ପକ୍ଷରୁ ଆୟୋଜିତ କର୍ମଶାଳାରେ ବିଶେଷକରି କୋଣାର୍କର ସୁରକ୍ଷା ଓ ସଂରକ୍ଷଣ ମୁଖ୍ୟ ଆଲୋଚନାର ବିଷୟବସ୍ତୁ ରହିଛି ।

କୋଣାର୍କ ମନ୍ଦିରର ସୁରକ୍ଷାକୁ ନେଇ ଉଠୁଥିବା ବିଭିନ୍ନ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଏଏସଆଇ ଏହି ଉଦ୍ୟମ ଆରମ୍ଭ କରିଛି । କୋଣାର୍କ ମନ୍ଦିର ସୁରକ୍ଷା ନେଇ ପୂର୍ବରୁ କ’ଣ କାର୍ଯ୍ୟ ହୋଇଛି, ଅଗାମୀ ଦିନରେ କ’ଣ କରାଯାଇପାରିବ ସେନେଇ ଏହି ବୈଠକରେ ଆଲୋଚନା ହେବ ।

କୋଣାର୍କ ସୁରକ୍ଷାକୁ ନେଇ ବୈଠକ ଅନୁଷ୍ଠିତ

ଏହି ବୈଠକରେ ଏଏସଆଇ ସମେତ ବହୁ ବିଶେଷଜ୍ଞ ଯୋଗ ଦେଇଛନ୍ତି । କୋଣାର୍କ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ କାରୁକାର୍ଯ୍ୟ ପଥର ସ୍ଥାନରେ ସାଦା ପଥର ଲାଗୁଥିବା ଅଭିଯୋଗ ଉପରେ ଆଲୋଚନା ହେବ । ବିଶେଷକରି କୋଣାର୍କ ମନ୍ଦିର ଦାୟିତ୍ଵରେ ଥିବା ଏଏସଆଇ ପର୍ଯ୍ୟଟକ ମାନଙ୍କଠାରୁ ଟିକସ ନେଉଥିଲେ ମଧ୍ୟ ପର୍ଯ୍ୟଟକଙ୍କୁ କୌଣସି ପ୍ରକାରର ମୌଳିକ ସୁବିଧା ସୁଯୋଗ ଯୋଗାଉ ଦେଉନାହାଁନ୍ତି ।

ସେହିପରି ମନ୍ଦିରରୁ ମୂର୍ତ୍ତି ଚୋରୀ, ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହେଉଥିବାର ବାରମ୍ଵାର ଅଭିଯୋଗ କରିଆସିଛି କୋଣାର୍କ ସୁରକ୍ଷା ସମିତି ଓ କୋଣାର୍କ ଆଞ୍ଚଳିକ ପରିଷଦ । ଉକ୍ତ ପ୍ରସଙ୍ଗକୁ ନେଇ କୋଣାର୍କ ସୁରକ୍ଷା ସମିତି ଏକ ଦାବି ପତ୍ର ପ୍ରଦାନ କରିବ।

ଏହି ବୈଠକରେ ଆମିକସକ୍ୟୁରି ଏନ.କେ ମହାନ୍ତି, ରାଜ୍ୟ ସଂସ୍କୃତି ସଚିବ, ଏଏସଆଇ ଡିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.