ETV Bharat / city

ଦିଆସିଲି କାଠିରେ ମୁଖ୍ୟମନ୍ତ୍ରୀଙ୍କୁ ଉପହାର, ଧନ୍ୟବାଦ ଦେଲେ ନବୀନ

author img

By

Published : Aug 23, 2022, 10:03 PM IST

ଦିଆସିଲି କାଠିରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କରି ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଲେ ସୂକ୍ଷ୍ମ କାରୀଗର ଶାଶ୍ବତ ରଞ୍ଜନ (Sashwat Gift to CM Naveen Patnaik)। ମୁଖ୍ୟମନ୍ତ୍ରୀ ଖୁସି ତାଙ୍କୁ ଧନ୍ୟବାଦ ଦେବା ସହ ଖୁସି ଜାହିର କରିଛନ୍ତି ।

match stick Ganesh idol gift to CM Naveen by Sashwat Ranjan Sahu
ଦିଆସିଲି କାଠିରେ ମୁଖ୍ୟମନ୍ତ୍ରୀଙ୍କୁ ଉପହାର, ଧନ୍ୟବାଦ ଦେଲେ ନବୀନ

ପୁରୀ: ଦିଆସିଲି କାଠିରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କରି ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଲେ ସୂକ୍ଷ୍ମ କାରୀଗର ଶାଶ୍ବତ ରଞ୍ଜନ ସାହୁ (Sashwat Gift to CM Naveen Patnaik) । ଏହି ନିଆରା ଉପହାର ପାଇଁ ମୁଖ୍ୟମନ୍ତ୍ରୀ ଖୁସି ତାଙ୍କୁ ଧନ୍ୟବାଦ ଦେବା ସହ ଖୁସି ଜାହିର କରିଛନ୍ତି । ପୁରୀ କୁମ୍ଭାରପଡାର ସୂକ୍ଷ୍ମ କାରୀଗର ଶାଶ୍ବତ ରଞ୍ଜନ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେବାକୁ ମଙ୍ଗଳବାର ଅପରାହ୍ନରେ ନବୀନ ନିବାସରେ ପହଞ୍ଚିଥିଲେ (Sashwat Ranjan met Naveen Patnaik) ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦିଆସିଲି କାଠିରେ ପ୍ରସ୍ତୁତ କରିଥିବା ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଉପହାର ଦେଇଛନ୍ତି (Sashwats match stick Ganesh idol) । ଏହି ନିଆରା କଲକୃତି ରେ ୫୬୨୧ ଦିଆସିଲି କାଠି ବ୍ୟବହାର ହୋଇଛି । ଏହି ଉପହାର ପ୍ରସ୍ତୁତ କରିବା ପାଇଁ ଶାସ୍ବତଙ୍କୁ ୮ ଦିନ ସମୟ ଲାଗିଥିଲା । ଆଗକୁ ଗଣେଶ ପୂଜା ଆସୁଥିବା ବେଳେ ଏହି ଅବସରରେ ଦିଆସିଲି କାଠିରେ ଗଣେଶ ତିଆରି କରିଥିଲେ ଶାଶ୍ବତ । ତେବେ ଏହି ନିଆରା କଲାକୃତି ଦେଖି ମୁଖ୍ୟମନ୍ତ୍ରୀ ବେଶ୍ ଖୁସି ହୋଇଥିଲେ ।

ଏହାପୂର୍ବରୁ ଦିଆସିଲି କାଠିରେ ଗଣେଷ ତିଆରି କରି ଚର୍ଚ୍ଚାରେ ରହିଥିଲେ ଶ୍ବାସତ । ଗତ ବର୍ଷ ଗଣେଶ ପୂଜା ଅବସରରେ ସେ ଏଭଳି କିଛି କଳାକୃତି କରିଥିଲେ । ଏହାକୁ ତିଆରି କରିବା ପାଇଁ ମଧ୍ୟ ସେ 5 ହଜାରରୁ ଅଧିକ ଦିଆସିଲି କାଠି ବ୍ୟବହାର କରିଥିଲେ । ଏଥିପାଇଁ ମଧ୍ୟ ତାଙ୍କୁ ମୋଟ 8 ଦିନ ସମୟ ଲାଗିଥିଲା । ସେ ଦିଆସିଲି କାଠିରେ ତିଆରି କରିଥିବା ପ୍ରଭୁ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖମଣ୍ଡଳ ଭଳି କରିଛନ୍ତି । ଶାଶ୍ବତ ଏହାକୁ ଘରେ ପୂଜା କରିବା ପାଇଁ ତିଆରି କରିଥିବା ବେଳେ ଦିଆସିଲି କାଠିରେ ଏଭଳି ନିଆରା କଳାକୃତି ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲେ । ଦିଆସିଲି ନିର୍ମିତ ପ୍ରତିମୂର୍ତ୍ତି ଜରିଆରେ ସମସ୍ତଙ୍କୁ ଗଣେଶ ପୂଜାର ଶୁଭେଚ୍ଛା ଜଣାଇଥିଲେ ଏହି ଯୁବଶିଳ୍ପୀ ।

ଟୋକିଓ ଅଲମ୍ପିକ୍ସ ସମୟରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଦିଆସିଲିରେ କଳାକୃତି କରିଥିଲେ । ସମସ୍ତ ଖେଳାଳିଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଥିଲେ ପୁରୀର ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ। ଏହି ଅବସରରେ ଶାଶ୍ବତ 930ଟି ଦିଆସିଲି କାଠିରେ ଅଲିମ୍ପିକ୍ସର ଲୋଗୋ ତିଆରି କରିଛନ୍ତି, ଯାହାକି ବେଶ୍ ଆକର୍ଷଣୀୟ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.