ETV Bharat / city

ସତ୍ୟବାଦୀରେ ଚାଲିଥିଲା ନକଲି ସାର ତିଆରି, ଚଢାଉ କଲା ପ୍ରଶାସନ - ନକଲି ସାର ତିଆରି

ସାର ଗୋଦାମ ଉପରେ ଜିଲ୍ଲା ପ୍ରଶାସନର ଚଢ଼ାଉ । ସତ୍ୟବାଦୀର ବିରଗୋବିନ୍ଦପୁରରେ ସାର ବସ୍ତା ପ୍ୟାକିଂ ଚାଲୁଥିବା ବେଳେ ଅଚାନକ ଚଢ଼ାଉ କରିଥିଲା ପ୍ରଶାସନ । ଅଧିକ ପଢ଼ନ୍ତୁ

ପୁରୀରେ ନକଲି ସାର ତିଆରି ଅଭିଯୋଗ
ପୁରୀରେ ନକଲି ସାର ତିଆରି ଅଭିଯୋଗ
author img

By

Published : Sep 12, 2022, 7:41 AM IST

ପୁରୀ: ସତ୍ୟବାଦୀ ବିରଗୋବିନ୍ଦପୁର ସାର ଗୋଦାମ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି । ସାର ବସ୍ତା ପ୍ୟାକିଂ ଚାଲୁଥିବା ବେଳେ ଅଚାନକ ଚଢ଼ଉ କରିଥିଲା ପ୍ରଶାସନ । ଏଠାରେ ନକଲି ସାର ପ୍ରସ୍ତୁତ କରାଯାଉଥିବା ନେଇ ଅଭିଯୋଗ ହେବାପରେ ରବିବାର ଏହି ଚଢ଼ଉ କରାଯାଇଛି । ଏନେଇ କୃଷି ବିଭାଗ ପକ୍ଷରୁ ସାର ନମୁନା ସଂଗ୍ରହ କରାଯାଇଛି ।

ପୁରୀରେ ନକଲି ସାର ତିଆରି ଅଭିଯୋଗ

ଏହାକୁ ଲାବ୍ରୋଟୋରୀରେ ପରୀକ୍ଷା କରାଯିବ । ତେବେ ନିମ୍ନମାନର ସାର ଜଣା ପଡ଼ିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱର କୃଷି ବିଭାଗ କମିଶନର, ସତ୍ୟବାଦୀ ତହସିଲଦାର, ପୁରୀ ଇଡ଼ିଏମଓ, ସତ୍ୟବାଦୀ ଆଇଆଇସିଙ୍କ ଠାରୁ ନେଇ ପୁରୀ ଜିଲ୍ଲାପାଳଙ୍କ ମିଳତ ସହଯୋଗରେ ଏହି ଚଢ଼ଉ କରାଯାଇଛି ।

ସେହିଭଳି ୫ଟି ଟ୍ରକ୍ ଭର୍ତ୍ତି ସାର ଗୋଦାମ ସାମନାରେ ବାହାରକୁ ଚାଲାଣ କରାଯାଉଥିବା ବେଳେ ଜବତ କରାଯାଇଛି । ତେବେ ଗୋଦାମରେ ଏହିସବୁ ସାର ନକଲି କି ଅସଲି ତାକୁ ନେଇ ଚାଲିଛି ଛାନଭିନ୍ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.