ETV Bharat / city

ମହାପ୍ରଭୁଙ୍କ ଓଷ ଲାଗି ନୀତି, ବିଭିନ୍ନ ଚେରମୂଳିରେ ପ୍ରସ୍ତୁତ ହେବ ଔଷଧ

author img

By

Published : Jun 11, 2020, 3:45 PM IST

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଲିଛି ମାନବୀୟ ଲୀଳା। ଗତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ନୀତି ସମ୍ପନ୍ନ ହେଲାପରେ ଆଜି ହେଉଛି ଓଷ ଲାଗି ନୀତି । ଅଧିକ ଜାଣନ୍ତୁ...

lord-jagannath-oso-lagi-niti
ମହାପ୍ରଭୁଙ୍କ ଓଷ ଲାଗି ନୀତି

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଲିଚି ମାନବୀୟ ଲୀଳା। 108 ଗରା ସୁବାସିତ ଜଳରେ ଗାଧୋଇବା ପରେ ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି । ଅଣସର ପିଣ୍ଡିରେ ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ଉପଚାର । ଗତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ନୀତି ସମ୍ପନ୍ନ ହେଲାପରେ ଆଜି ହେଉଛି ଓଷ ଲାଗି ନୀତି ।

ମହାପ୍ରଭୁଙ୍କ ଓଷ ଲାଗି ନୀତି

ଫୁଲୁରି ତେଲ ଲାଗି ହେବା ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଆଜି ଅଣସର ନୀତିରେ ମହାପ୍ରଭୁଙ୍କ ଓଷ ଲାଗି କରାଯିବ । ରାଶିତେଲା ଝୁଣା ମାଧ୍ୟମରେ ଅଟା ପ୍ରସ୍ତୁତ ହେଲା ପରେ ମହାପ୍ରଭୁଙ୍କୁ ପାଟ କରାଯାଇଥାଏ । ଏହାପରେ ମହାପ୍ରଭୁଙ୍କ ଓଷ ଲାଗିରେ ବିଭିନ୍ନ ଔଷଧୀୟ ଚେରମୂଳି ବ୍ୟବହାର କରାଯାଇଥାଏ । ଶାଳ ଅଠାରୁ କ୍ଷୀର, କଇଠ ଅଠା, କର୍ପୂର ଚନ୍ଦନ ଓ ଅଗୁର ମିଶ୍ରିତ କରି ମହାପ୍ରଭୁଙ୍କୁ ଲେପନ କରାଯାଏ । ଏହି ସବୁ ସେବା ଦଇତାପତିମାନେ କରିଥାନ୍ତି । ଏହାପରେ ପତି ମହାପାତ୍ର ନୈବେଦ୍ୟ କରିଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.