ETV Bharat / city

ଆଜି ଆଡପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

author img

By

Published : Jul 13, 2021, 8:44 AM IST

ଶରଧା ବାଲିରେ ତିନିରଥ । ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ପୁରୀରେ କୋହଳ ହେଲା କର୍ଫ୍ୟୁ । ଅଧିକ ପଢନ୍ତୁ...

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ରତ୍ନ ସିଂହାସନ ଛାଡି ନିଜ ଜନ୍ମ ବେଦୀକୁ ଆସିଛନ୍ତି ଶ୍ରୀଜୀଉ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ମାଉଁସି ଘରକୁ ଆସିଛନ୍ତି । ଘଣ୍ଟଘଣ୍ଟା ଓ ଶଙ୍ଖନାଦର ତାଳେ ତାଳେ ଝୁଲିଝୁଲି ଆସି ଗତକାଲି ଶ୍ରୀଗୁଣ୍ଡିଚାରେ ପହଞ୍ଚିଥିଲେ ଶ୍ରୀଜିଉ । ଶରଧା ବାଲିରେ 3 ରଥ ଥିବା ବେଳେ ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।

ଅପରାହ୍ନରେ ଆଜି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ହେବ। 3 ଦିଅଁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ । ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ସମସ୍ତ ନୀତି କାନ୍ତି ହେବା ସହ ଆଡ଼ପ ଅବଢ଼ା ବାହାରିବ । ତେବେ କୋଭିଡ କଟକଣା ପାଇଁ ଶ୍ରୀମନ୍ଦିର ଭଳି ଆଡପ ମଣ୍ଡପରେ ମଧ୍ୟ ଭଗବାନଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ ।

ଗତକାଲି ଚୂଡାନ୍ତ ନୀତି ନିର୍ଘଣ୍ଟ ପୂର୍ବରୁ ଆସି ଶରଧା ବାଲିରେ ପହଞ୍ଚିଥିଲେ ତିନି ଠାକୁର । ସେହିପରି ଛେରାପହଁରା ପରେ ମଧ୍ୟାହ୍ନ 12 ଟା ପୂର୍ବରୁ ହୋଇଥିଲା ରଥ ଟଣା । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । କୋରୋନା ଯୋଗୁଁ ଚଳିତ ବର୍ଷ ଭକ୍ତଙ୍କୁ ରଥଯାତ୍ରାରେ ବାରଣ ହୋଇଥିବା ବେଳେ ସେବାୟତ ଟାଣିଥିଲେ ରଥ । ସୁରକ୍ଷାବଳ ମଧ୍ୟରେ ଗତକାଲି ମାଉଁସି ଘରେ ପହଞ୍ଚିଛନ୍ତି ତିନି ଠାକୁର । କଟକଣା ଯୋଗୁଁ ଗତକାଲି ଭକ୍ତ ଶୂନ୍ୟ ହୋଇପଡିଥିଲା ବଡଦାଣ୍ଡ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.