ETV Bharat / city

ଡକାୟତି ଯୋଜନା ଚାଲିଥିବା ବେଳେ ମାଡି ବସିଲା ପୋଲିସ, 10 ଡକାୟତ ଗିରଫ

author img

By

Published : Jul 28, 2021, 10:47 AM IST

ଶ୍ରୀକ୍ଷେତ୍ରରେ ବଢିବାରେ ଲାଗିଛି ଅପରାଧ । ଡକାୟତି କରିବାକୁ ଯୋଜନା କରୁଥିବାବଳେ ୧୦ ଡକାୟତଙ୍କୁ ଧରିଲା ପୋଲିସ । ଅଧିକ ପଢନ୍ତୁ...

ଡକାୟତି ଉଦ୍ୟମ ପଣ୍ଡ , ଡକାୟତ ଗ୍ୟାଙ୍ଗ ଗିରଫ
ଡକାୟତି ଉଦ୍ୟମ ପଣ୍ଡ , ଡକାୟତ ଗ୍ୟାଙ୍ଗ ଗିରଫ

ପୁରୀ: ରଥଯାତ୍ରା ପରେ ଶ୍ରୀକ୍ଷେତ୍ରରେ ବଢିବାରେ ଲାଗିଛି ଅପରାଧ । ଗତ ତିନି ଦିନ ଭିତରେ ଏକ ହତ୍ୟାକାଣ୍ଡ, ଏକ ବୋମାମାଡ଼ ଘଟଣା ଘଟିଯାଇ ଥିବା ବେଳେ ପୁରୀ ସହରାଞ୍ଚଳର ଦୁଇଟି ଥାନା ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିବାବଳେ ୧୦ ଜଣ ଡକାୟତ ପୋଲିସ ହାତରେ ଧରାପଡ଼ିଛନ୍ତି। ରଥଯାତ୍ରା ସରିବା ପରେ ପୋଲିସର ଅପରାଧ ଦମନ କାର୍ଯ୍ୟକ୍ରମ ଆରମ୍ଭ ପୁଣି ହୋଇଯାଇଛି ।

ଡକାୟତି ଉଦ୍ୟମ ପଣ୍ଡ , ଡକାୟତ ଗ୍ୟାଙ୍ଗ ଗିରଫ

ସମୁଦ୍ରକୂଳ ଥାନା ଓ ଟାଉନ ଥାନା ପୁଲିସ ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ଦଶ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏହି ଅଭିଯୁକ୍ତମାନଙ୍କଠାରୁ ପୋଲିସ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଆଦି ଜବତ କରିଛି । ସମୁଦ୍ରକୂଳ ଥାନା ପୋଲିସ ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ପେଣ୍ଠକଟାସ୍ଥିତ ନିର୍ମାଣଧୀନ ଷ୍ଟାଡିୟମ୍‌ରେ କେତେକ ଦୁର୍ବୃତ୍ତ ବସି କୌଣସି ଏକ ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ ।

ଏହି ଖବର ପାଇ ପୋଲିସ ପକ୍ଷରୁ ସେଠାରେ ଚଢ଼ଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ସେମାନଙ୍କ ନିକଟରୁ ପୋଲିସ ଖଣ୍ଡା, ଛୁରି, ଲୁହା ରଡ୍ ଏବଂ ପ୍ଲାଷ୍ଟିକ ରଶି ଆଦି ଜବତ କରିଥିଲା । ଏନେଇ ସମୁଦ୍ରକୂଳ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତକାରୀ ଅଧିକାରୀ ଏହି ମାମଲାରେ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଗୋରା କବର ଲେନ୍‌ର କାର୍ତ୍ତିକ ଜାଲି(୨୫), ରାମମନ୍ଦିର ସାଲବେଗ ସାହିର ଗୁଡ଼ୁ ଜାଲି(୨୦), ଧୋବାଖାଲର ରମେଶ ବେହେରା(୨୮), ଭୂଦାନ ନଗରର ବଳଭଦ୍ର ବାରିକ(୨୪) ଏବଂ ଗୌଡ଼ବାଡ଼ ସାହିର କାମାକ୍ଷା ମନ୍ଦିର ପାଖରେ ରହୁଥିବା ବି. ଅନନ୍ତ ବେହେରା(୨୧)କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।

ସେହିପରି ଅନ୍ୟ ଘଟଣା କ୍ରମରେ ଟାଉନ୍‌ ଥାନା ଅନ୍ତର୍ଗତ ଜଗନ୍ନାଥ ବଲ୍ଲଭ ପାର୍କିଂ ଅଞ୍ଚଳରେ କେତେକ ଯୁବକ ବସି କୌଣସି ଏକ ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ଏହି ଖବର ପାଇ ସେଠାରେ ଟାଉନ ଥାନା ପୋଲିସ ସଦଳବଳେ ଚଢ଼ଉ କରି ୫ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଜିତେନ୍ଦ୍ର ବେହେରା(୨୭), ରବିନାରାୟଣ ପଣ୍ଡା(୩୯), ରାଜୀବ ଲୋଚନ ମିଶ୍ର(୩୯), ରାଜା ଦାସ(୨୫) ଏବଂ ଘନଶ୍ୟାମ ବେହେରାକୁ ଗିରଫ କରିଛି । ସେମାନଙ୍କଠାରୁ ପୁଲିସ ଗୋଟିଏ ଖଣ୍ଡା, ଗୋଟିଏ ଗୁଣ୍ଡି, ଲୁହା ରଡ୍ ଏବଂ ଏକ ମୋବାଇଲ ଜବତ କରିଛି । ଏ ସମ୍ପର୍କରେ ଟାଉନ ଥାନାରେ ଏକ ମାମଲା ରୁଜୁ କରି ଏହି ୫ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.