ETV Bharat / city

ଅଣସର ପିଣ୍ଡିରେ ଜଗତର ନାଥ, ଅଲାରନାଥଙ୍କୁ ଦର୍ଶନ କରି ଭକ୍ତ ହୁଅନ୍ତି ପ୍ରୀତ

ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଭଉଣୀଙ୍କ ସହ କରୁଛନ୍ତି ମାନବୀୟ ଲୀଳା । ଠିକ୍‌ ମାନବଙ୍କ ପରି ତାଙ୍କର ମଧ୍ୟ ପ୍ରତିନିତ୍ୟ ଚାଲିଥାଏ ଲୀଳାଖେଳା । ମଣିଷଙ୍କ ପରି ସେ ମଧ୍ୟ ହୁଅନ୍ତି ଅସୁସ୍ଥ । ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମାରେ 108 ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୁଅନ୍ତି ମହାବାହୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଡ଼ ଠାକୁର ବଳଭଦ୍ର । ଯାହାକୁ କୁହାଯାଏ ମହାପ୍ରଭୁଙ୍କ ଅଣସର । ଅଧିକ ପଢ଼ନ୍ତୁ...

author img

By

Published : Jun 26, 2021, 9:00 AM IST

Updated : Jun 26, 2021, 1:01 PM IST

all about Anasara niti, Anasara niti of Mahaprabhu jagannath, story behind Alaranath darshan,  Alaranath darshan, ଅଣସର ପିଣ୍ଡିରେ ଜଗତ ଠାକୁର, ଅଣସରରେ ଜଗନ୍ନାଥ, ଅଣସର ପିଣ୍ଡି, ଅଣସର ନୀତି, ପଟିଦିଅଁ, ଦଇତାପତି ସେବାୟତ, ଅଲାରନାଥ ଦର୍ଶନ
ଅଣସର ପିଣ୍ଡିରେ ଜଗତର ନାଥ, ଅଲାରନାଥଙ୍କୁ ଦର୍ଶନ କରି ଭକ୍ତ ହୁଅନ୍ତି ପ୍ରୀତ

ପୁରୀ: ପ୍ରତିବର୍ଷ ଜ୍ୟେଷ୍ଠ ମାସରେ ରତ୍ନବେଦି ଛାଡ଼ି ସ୍ନାନ ମଣ୍ଡପକୁ ଭାଇ ଭଉଣୀଙ୍କ ସହ ବିଜେ କରନ୍ତି ଶ୍ରୀକ୍ଷେତ୍ର ସାଆନ୍ତେ । 108 କଳସୀ ଜଳରେ ସ୍ନାନ କରିବା ସହ ଗଜାନନ ବେଶରେ ଭକ୍ତଙ୍କୁ ଦିଅନ୍ତି ଦର୍ଶନ । ତେବେ ମାନବୀୟ ଲୀଳା କରୁଥିବା ମହାପ୍ରଭୁଙ୍କୁ ଠିକ୍‌ ମଣିଷ ମାନଙ୍କ ଭଳି ଅତ୍ୟଧିକ ସ୍ନାନ କାରଣରୁ ହୋଇଥାଏ ଜ୍ବର । ସ୍ନାନଯାତ୍ରାରେ 108 ଗରା ଜଳରେ ସ୍ନାନ ପରେ ମହାପ୍ରଭୁଙ୍କ ସମେତ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଜ୍ବର ହେବା ସହ ସ୍ବତନ୍ତ୍ର ଉପଚାର ହୋଇଥାଏ। ଏହାକୁ ଅଣସର କୁହାଯାଏ ।

15 ଦିନ ଧରି ଅଣସର ପିଣ୍ଡି ରେ ଦଇତାପତି ସେବାୟତ ମାନେ ଦାରୁ ବ୍ରହ୍ମଙ୍କ ଉପଚାର କରିଥାନ୍ତି । ଦେବସ୍ନାନ ପୂର୍ଣ୍ଣିମା ଠାରୁ ଉଭା ଅମାବାସ୍ୟା ଯାଏଁ ଏହି ଅଣସର ନୀତି ହୋଇଥାଏ। ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୂର, କସ୍ତୁରୀ ଓ ଚନ୍ଦନ ପ୍ରଲେପ କରାଯାଇ ପାରମ୍ପରିକ ଉପଚାର କରାଯାଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ସ୍ନାନ ନୀତି ପରେ ଅଣସର ଘରେ ମହାପ୍ରଭୁଙ୍କୁ ବିଜେ କରାଯିବାପରେ ଶ୍ରୀଅଙ୍ଗ ଫିଟା ଯାଏ ଅର୍ଥାତ ସ୍ନାନ ଦ୍ବାରା ଓଦା ପାଟ ବସ୍ତ୍ରକୁ ଓଲାଗି କରାଯାଏ ।

ପରେ ଅଣସର ପଞ୍ଚମୀରୁ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରି ତେଲ ଲାଗି ହୁଏ । ପରେ ଅଣସର ଦଶମୀରେ ରାଜ ବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦସମୂଳ ମୋଦକ ମହାପ୍ରଭୁଙ୍କୁ ସେବନ କରିବାକୁ ଦିଆଯାଏ। ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଏହା ଦିଆଯାଇଥାଏ। ପରେ ଏକାଦଶୀ ଦିନ ରାଜ ପ୍ରସାଦ ବିଜେ ନୀତି ହେବା ସହ ମହାପ୍ରଭୁ ସୁସ୍ଥ ହୋଇ ଥିବା ଖବର ଦଇତାପତିମାନେ ଗଜପତି ମହାରାଜାଙ୍କୁ ଜଣାଇ ଥାନ୍ତି। ପରେ ଉଭା ଅମାବାସ୍ୟା ଦିନ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହୋଇଥାଏ। ଏହାପରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିଥାନ୍ତି । ତେବେ ଏହି ଅଣସର ସମୟରେ ମହାପ୍ରଭୁଙ୍କ ଠାରେ ଅନ୍ନଭୋଗ ହୋଇ ନହୋଇ ପଣା, ଫଳ ଭୋଗ ହୋଇଥାଏ। ଧଳା ଫୁଲରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥାଏ ।

ଅଣସର ଘରେ କେଵଳ ଦଇତାପତି ସେବକ ଅର୍ଥାତ ଶବର ରାଜା ବିଶ୍ବାବସୁଙ୍କ ବଂଶଧର ମାନେ ସେବା କାର୍ଯ୍ୟ କରନ୍ତି। ବର୍ଷକ ବାରମାସ ମଧ୍ୟରୁ ପତି ମହାପାତ୍ର ତଥା ବ୍ରାହ୍ମଣ ମାନେ 11 ମାସ ଏବଂ ଦଇତାପତି ମାନେ ଏକ ମାସ ଅର୍ଥାତ ସ୍ନାନଯାତ୍ରାରୁ ନିଳାଦ୍ରି ବିଜେ ଯାଏ ସେବା କରନ୍ତି ।

ଅଣସର ସମୟରେ ମହାପ୍ରଭୁଙ୍କ ସ୍ଥାନରେ ରଙ୍ଗ ତୁଳୀରେ ଚିତ୍ରିତ ହୋଇ ଥିବା ପଟିଦିଅଁ ଶ୍ରୀମନ୍ଦିରରେ ପୂଜା ପାଆନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ବରୀଙ୍କୁ ପୂଜା କରାଯାଏ।

ଅଣସର ସମୟରେ ଅଲାରନାଥ ଦର୍ଶନର ମହିମା..

ତେବେ ଏହି ଅଣସର ସମୟରେ ସର୍ବ ବିଦ୍ୟମାନ ଭଗବାନ ନାରାୟଣ କିନ୍ତୁ ନିଜ ଭକ୍ତଙ୍କୁ ନିରାଶ କରନ୍ତି ନାହିଁ। ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ବ୍ରହ୍ମାଣ୍ଡ ଠାକୁର । କୁହାଯାଏ ଯେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ମହାପ୍ରଭୁଙ୍କ ଦର୍ଶନ କରିବା ତୁଲ୍ୟ ପୁ୍ଣ୍ୟ ପ୍ରାପ୍ତି ହୁଏ ।

ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ ନେଇ ଅନେକ କିମ୍ବଦନ୍ତୀ ରହିଛି। ସେହିପରି ଏକ କିମ୍ବଦନ୍ତୀରୁ ଜଣାଯାଏ ଯେ ଥରେ ଅଣସର ସମୟରେ ଆଲବନ୍ଦାଚାର୍ଯ୍ୟ ନାମକ ଜଣେ ସାଧୁ ମହାପ୍ରଭୁଙ୍କ ଦର୍ଶନ ନପାଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ । ସେହିସମୟରେ ସ୍ବୟଂ ମହାପ୍ରଭୁ ତାଙ୍କୁ ବ୍ରହ୍ମଗିରି ଠାରେ ଦର୍ଶନ ଦେଇଥିଲେ। ସେହିଦିନ ଠାରୁ ସେଠାରେ ତାଙ୍କର ନାମ ଅନୁଯାୟୀ ପ୍ରଭୁ ଅଲାର ନାଥ ଭାବେ ପୂଜା ପାଉଛନ୍ତି।

ସେହିପରି ଆଉ କିମ୍ବଦନ୍ତୀ ପ୍ରଭୁ ଅଲାରନାଥଙ୍କ କ୍ଷୀରି ଭୋଗ ସମ୍ପର୍କରେ ରହିଛି । ଏକଦା ସେବାକାର୍ଯ୍ୟରେ ନିୟୋଜିତ ଅଲାରନାଥଙ୍କ ପୂଜକ କୌଣସି କାରଣ ବଶତଃ ଅନ୍ୟ ଗ୍ରାମକୁ ଯାଇଥିଲେ । ଯିବା ସମୟରେ ନିଜ ନାବାଳକ ପୁଅକୁ ଠାକୁରଙ୍କ ନିକଟରେ କ୍ଷୀରି ଭୋଗ କରିବାକୁ କହିଥିଲେ । ଅବୋଧ ବାଳକଟି ପୂଜା ପଦ୍ଧତି ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞାନ ଥିଲେ ସୁଦ୍ଧା କ୍ଷୀରି ହାଣ୍ଡି ନେଇ ଠାକୁରଙ୍କ ପାଖରେ ପହଞ୍ଚି ତାର ଚପଳ ବୁଦ୍ଧି ଓ ଭକ୍ତି ସହକାରେ ଆଖି ବନ୍ଦ କରି କହିଥିଲା ‘‘ଆସ ଅଲାର ଖାଅ କ୍ଷୀରି, ବାପା ଯାଇଛନ୍ତି ତୀର୍ଥ କରି’’ । ପିଲାଟିର ଭକ୍ତିରେ ପ୍ରୀତ ହୋଇ ପ୍ରଭୁ ଅଲାରନାଥ ପ୍ରଭୁ ଅଲାରନାଥ ସବୁତକ କ୍ଷୀରି ଖାଇ ଦେଇଥିଲେ ।

ଖାଲି ହାଣ୍ଡି ଧରି ଘରକୁ ଫେରିଲା ପୁଅ ଓ ମାଆକୁ ସମସ୍ତ ବୃତ୍ତାନ୍ତ କହିଲା । ଗରିବ ହୋଇଥିବାରୁ ପ୍ରତିଦିନ ଭୋଗ ହିଁ ପରିବାରର ଆହାର ହୋଇଥାଏ । ମାଆ ଏକଥାକୁ ବିଶ୍ବାସ କଲେ ନାହିଁ । ନାବାଳକ ପୁଅ ଆଉ କାହାକୁ ଠାକୁରଙ୍କ କ୍ଷୀର ଦେଇଥିବା ଭାବି ମନ ଦୁଃଖ କଲେ । ଅନ୍ୟପଟେ ମାଆ ଠାକୁରଙ୍କ ନୀତିରେ ବିଭ୍ରାଟ ହୋଇଥିବା ଭାବି ରାତି ସାରା ଶୋଇପାରିଲେ ନାହିଁ । ଏପରି ଦୁଇଦିନ ଧରି ଖାଲି ହାଣ୍ଡିରେ ପୁଅ ଫେରୁଥିଲା । ପଚାରିଲେ କହେ ଠାକୁର ଖାଇଦେଇଛନ୍ତି । ଦୁଇଦିନ ପରେ ପୂଜକ ଘରକୁ ଫେରିଲେ । ପୂଜକଙ୍କ ସ୍ତ୍ରୀ ପୁଅ ଭୋଗ କରିବାକୁ କ୍ଷୀରି ନେଇ ବଳକା ଆଣୁ ନଥିବାର ଅଭିଯୋଗ କଲେ । ପରଦିନ ପୂଜକ ପୁଅକୁ କ୍ଷୀରି ହାଣ୍ଡି ଦେଇ ତା ପଛେ ପଛେ ଲୁଚିଲୁଚି ଗଲେ । ପୁଅ କାହାକୁ ଦେଉଛି, ତାହା ଦେଖିବା ତାଙ୍କର ଉଦ୍ଦେଶ୍ୟ ଥିଲା । ପୁଅ ସିଧା ମନ୍ଦିର ଭିତରକୁ ଗଲା ଓ ମନ୍ଦିରର କବାଟ ଆଉଜାଇ ଦେଲା । ଏହାର କିଛି କ୍ଷଣ ପରେ ପୂଜକ ହଠାତ୍‌ କବାଟ ଖୋଲିଦେଲେ । ଯାହା ଦେଖିଲେ ସେ ତଟସ୍ଥ ହୋଇଗଲେ । ସ୍ବୟଂ ଅଲାରନାଥ ନିଜେ ସିଂହାସନରୁ ନଇଁପଡି କ୍ଷୀରି ଖାଇବାରେ ଲାଗିଛନ୍ତି । ପୂଜକ ଆସିଯିବାରୁ ତତଲା ଖିରି ତାଙ୍କ ଡାହାଣ ହାତ ପାପୁଲି, ଛାତି ଓ ଓଠରେ ଲାଗିଯାଇଥିଲା । ଫଳରେ ସେ ସ୍ଥାନ ଗୁଡିକରେ ଫୋଟକା ହୋଇଯାଇଥିଲା । ଏବେ ପର୍ଯ୍ୟନ୍ତ ବି ଅଲାରନାଥଙ୍କ ମୂର୍ତ୍ତିରେ ଏହି ଧଳା ଫୋଟକାର ଚିହ୍ନ ଦେଖିବାକୁ ମିଳେ । ଏହାପରେ ପୂଜକ ନିଜ ଭୁଲ ପାଇଁ ଅଲାରନାଥଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଅଲାରନାଥଙ୍କ କ୍ଷୀରି ପ୍ରିୟ ଥିବାରୁ ଲାଗି ହେଉଥିବା କ୍ଷୀରି ପ୍ରସାଦ ଗୁଡିକ ବେଶ ସୁସ୍ବାଦୁ ହୋଇଥାଏ ବୋଲି ସ୍ଥାନୀୟ ଲୋକେ ମତ ଦିଅନ୍ତି ।

ସେହିପରି ଏହି ଅଣସର ସମୟରେ ମହାପ୍ରଭୁଙ୍କ ପରମ ଭକ୍ତ ଶ୍ରୀଚୈତନ୍ୟ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ଯାଇଥିଲେ। ତାଙ୍କର ଭକ୍ତି ଏତେ ପ୍ରଗାଢ ଥିଲା ଯେ ଶ୍ରୀଚୈତନ୍ୟ ଯେଉଁଠି ଦଣ୍ଡବତ କରିଥିଲେ ଉକ୍ତ ସ୍ଥାନରେ ଥିବା ପଥର ବି ତରଳି ଯାଇଥିଲା । ଯାହା ଏବେବି ମନ୍ଦିର ପରିସରରେ ଦେଖିବାକୁ ମିଳେ।

ଅଣସର ପରେ ଉଭା ଅମାବାସ୍ୟାରେ ଭକ୍ତଙ୍କୁ ନବଯୌବନ ଦର୍ଶନ ଦିଅନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହା ପରେ ରଥରେ ବିଜେ ହୋଇ ମହାପ୍ରଭୁ 9 ଦିନ ପାଇଁ ପ୍ରସ୍ଥାନ କରନ୍ତି ଜନ୍ମଦେଦୀକୁ । ଚଳଚଞ୍ଚଳ ହୋଇ ଉଠେ ବଡଦାଣ୍ଡ, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୁଏ ଶ୍ରୀକ୍ଷେତ୍ର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 26, 2021, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.