ETV Bharat / city

ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି, ନନ୍ଦିଘୋଷ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ - ଗୁଣ୍ଡିଚା ଯାତ୍ରା

ଲକ୍ଷ୍ନୀ ସାଆନ୍ତାଣୀଙ୍କୁ ଏକାକୀ ଛାଡି ନଅ ଦିନ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି କାଳିଆ ସାଆନ୍ତେ । ତେବେ ସେ ଏକାକୀ ଯାଆନ୍ତି ନାହିଁ, ସାଙ୍ଗରେ ନେଇ ଯାଆନ୍ତି ଭଉଣୀ ଓ ଭାଇଙ୍କୁ । ଏହାପରେ କ୍ରୋଧରେ ଜର୍ଜରିତ ହୋଇ ମହାପ୍ରଭୁଙ୍କ ରଥ ଭାଙ୍ଗିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି ମା ଲକ୍ଷ୍ମୀ । ଅଧିକ ପଢ଼ନ୍ତୁ...

special ritual hera panchami, hera panchami, sri jagannath, maha laxmi, ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି, ନନ୍ଦିଘୋଷ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ, ହେରା ପଞ୍ଚମୀ, ଦାମ୍ପତ୍ୟଲୀଳା, ରଥଯାତ୍ରା, ଗୁଣ୍ଡିଚା ଯାତ୍ରା
ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି, ନନ୍ଦିଘୋଷ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ
author img

By

Published : Jul 16, 2021, 7:09 AM IST

ପୁରୀ: ନିଳାଚଳନାଥଙ୍କର ଲୀଳା ଅତୁଳନୀୟ । ଦାମ୍ପତ୍ୟଲୀଳାର ଅପୂର୍ବ ନିଦର୍ଶନ ବଡ ଦେଉଳ । ସେ ପରମବ୍ରହ୍ମ ହୋଇଥିଲେ ମଧ୍ୟ ପରିବାର ନିୟମରେ ବନ୍ଧା । ଗୃହରେ ହର୍ତ୍ତାକର୍ତ୍ତା ଗୃହିଣୀ ପରି ଶ୍ରୀମନ୍ଦିରର ସାଆନ୍ତାଣୀ ମା ଲକ୍ଷ୍ମୀ । ହେଲେ ବିବାହ ପରେ ପରେ ସ୍ତ୍ରୀକୁ ନକହି ଯାତ୍ରାରେ ଗଲେ ରୁଷି ଯାଆନ୍ତି ସିନ୍ଧୁ ରାଜଜେମା ଲକ୍ଷ୍ମୀ ଠାକୁରାଣୀ । ଲକ୍ଷ୍ନୀ ସାଆନ୍ତାଣୀଙ୍କୁ ଏକାକୀ ଛାଡି ନଅ ଦିନ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି କାଳିଆ ସାଆନ୍ତେ । ତେବେ ସେ ଏକାକୀ ଯାଆନ୍ତି ନାହିଁ, ସାଙ୍ଗରେ ନେଇ ଯାଆନ୍ତି ଭଉଣୀ ଓ ଭାଇଙ୍କୁ ।

ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି, ନନ୍ଦିଘୋଷ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ

ଏହାପରେ ବିରହରୂପି ଅଗ୍ନିରେ ପ୍ରଜ୍ବଳିତା, ସ୍ବାମୀର ଅନୁପସ୍ଥିତି ହେତୁ ଦୁଃଖଗ୍ରସ୍ତା, ବିଚ୍ଛେଦକାତରା ପତ୍ନୀ କ୍ରୋଧରେ ଜର୍ଜରିତ ହୋଇ ମହାପ୍ରଭୁଙ୍କ ରଥ ଭାଙ୍ଗିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ଘୋଷଯାତ୍ରାର ପଞ୍ଚମ ଦିବସ ତଥା ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ଏହି ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ।

ତେବେ ପୁରାଣରେ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରକୁ ଫେରାଇ ଆଣିବା ପାଇଁ ଭଗବତୀ ଦେବୀ ଲକ୍ଷ୍ମୀ ନିଜର ବଡ଼ ଭଉଣୀ ଦେବୀ ବିମଳାଙ୍କ ପରାମର୍ଶ ଲୋଡ଼ନ୍ତି । ଦେବୀ ବିମଳା ସ୍ବାମୀଙ୍କୁ ନିଜ ଆୟତ୍ତକୁ ଆଣିବା ପାଇଁ ସ୍ବତନ୍ତ୍ର ମନ୍ତ୍ରିତ ମୋହ ଚୁର୍ଣ୍ଣ ଦେଇ ଗୁଣ୍ଡିଚା ମନ୍ଦିର ଯାତ୍ରା ନେଇ ପରାମର୍ଶ ଦେଇଥାନ୍ତି।

ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇ ଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ମହାଜନ ସେବକଆମାନେ ଆଣି ଥାନ୍ତି। ପରେ ଭଗବତୀ ଲକ୍ଷ୍ମୀଙ୍କୁ ପାଟ ଶାଢ଼ୀ, ଅଳଙ୍କାର ଆଦିରେ ସଜାଯାଇ ଏକ ସ୍ବତନ୍ତ୍ର ବିମାନରେ ଘଣ୍ଟ, କାହାଳୀ, ଛତା ସହ ବଡ଼ ଦାଣ୍ଡ ଦେଇ ଗୁଣ୍ଡିଚା ଘରକୁ ଯାତ୍ରା କରନ୍ତି । ସେଠାରେ ମା ଲକ୍ଷ୍ମୀ ଙ୍କୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇ ଥାଏ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କର ସନ୍ଧ୍ୟା ଧୂପ ପରେ ଆଡ଼ପ ମଣ୍ଡପରେ ଦେଢ଼ଶୁର ଶ୍ରୀବଳଭଦ୍ର ଥିବାରୁ ମା ଲକ୍ଷ୍ମୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଡ଼ ଆଖରେ ଚାହିଁଥାନ୍ତି ।

ମହାପ୍ରଭୁ ପତ୍ନୀ ଲକ୍ଷ୍ମୀଙ୍କ କ୍ରୋଧକୁ ଜାଣି ପାରି ଏହାକୁ ଶାନ୍ତ କରିବା ପାଇଁ ପ୍ରଭୁ ଏକ ମାଳ ପ୍ରଦାନ କରିଥାନ୍ତି। ପରେ ଭଗବତୀ ଲକ୍ଷ୍ମୀଙ୍କ କ୍ରୋଧ କମିବା ସହ ଗୁଣ୍ଡିଚା ଘର ନାକଚଣା ଦ୍ବାର ଦେଇ ବଡ଼ ଦାଣ୍ଡ ପଟେ ନ ଫେରି ହେରା ଗୋହିରୀ ସାହି ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି। ପ୍ରତ୍ୟାବର୍ତ୍ତନ ସମୟରେ ଭଗବତୀ ଲକ୍ଷ୍ମୀ ନନ୍ଦିଘୋଷ ରଥ ନିକଟକୁ ଯାଇ ଅଭିମାନରେ ରଥ ଏକ ଅଂଶ ଭାଙ୍ଗି ଦେଇଥାନ୍ତି। ଭଗବତୀ ଲକ୍ଷ୍ମୀ କ୍ରୋଧରେ ପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିଦିଅନ୍ତି କିନ୍ତୁ ରାଗ ଶାନ୍ତ ପରେ ଏ ନେଇ ପଶ୍ଚାତାପ କରିବା ସହ ବଡ଼ ଦାଣ୍ଡ ନେଦେଇ ଅନ୍ୟ ରାସ୍ତା ବାଟେ ତଥା ହେରା ଗୋହରି ସାହି ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି । ପର ଦିନ ମହାପ୍ରଭୁଙ୍କ ଆଜ୍ଞା ମାଳ ବିଜେ ପରେ ରଥକୁ ଦକ୍ଷିଣମୋଡ଼ କରାଯାଇ ବାହୁଡା ଯାତ୍ରା ନେଇ ପ୍ରସ୍ତୁତି ହୋଇଥାଏ। ତେବେ ମହାପ୍ରଭୁଙ୍କର ଏହି ନୀତିରୁ ଜଣାପଡେ ଦାମ୍ପତ୍ୟ ଜିବନ ରେ ଅନେକ ମାନ ଅଭିମାନ କଳହ ହୋଇଥାଏ। କିନ୍ତୁ ପତି ପତ୍ନୀ ନିଜ ଭିତରେ ବୁଝାବଣା କରି ସମାଧାନ କରିବା ସହ ପରସ୍ପର ପ୍ରତି ସମର୍ପିତ ରହିବା ଉଚିତ। ଯାହାକି ମହାପ୍ରଭୁଙ୍କର ଏକ ମାନିବିୟ ଲୀଳାରୁ ସ୍ପଷ୍ଟ ବାରି ହୋଇପଡ଼େ ।

ମହାପ୍ରଭୁଙ୍କ ପ୍ରତି ମହାଲକ୍ଷ୍ମୀଙ୍କର ମଧ୍ୟ ଏତକିରେ ମାନଭଞ୍ଜନ ହୋଇନଥାଏ। ନିଳାଦ୍ରୀ ବିଜେ ଦିନ ମଧ୍ୟ ବଡ଼ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରା ଶ୍ରୀମନ୍ଦିରକୁ ବିଜେ ପରେ ଯେତେବେଳେ ମହାପ୍ରଭୁ ଯାଇଥାନ୍ତି ଲକ୍ଷ୍ମୀ ସାଆନ୍ତାଣୀ ଅଭିମାନରେ ସିଂହ ଦ୍ବାର କବାଟ ବନ୍ଦ କରି ଦେଇଥାନ୍ତି। ପରେ ମହାପ୍ରଭୁ ପତ୍ନୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରି ଶ୍ରୀମନ୍ଦିରରେ ବିରାଜମାନ କରନ୍ତି। ଏଥିରୁ ଜଣାପଡେ ମହାପ୍ରଭୁ ଶ୍ରୀଜଗନ୍ନାଥ ଯେଭଳି ସ୍ବତନ୍ତ୍ର ତାଙ୍କ ନୀତିକାନ୍ତି ଓ ମାନିବିୟ ଲୀଳା ସେତିକି ସ୍ବତନ୍ତ୍ର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.