ETV Bharat / city

ଶ୍ରୀଜିଉଙ୍କ ଜ୍ବର ଉପଚାର, ଆଜି ଶ୍ରୀଅଙ୍ଗରେ ଲାଗି ହେବ ଖଳି

ଆଜି ଅନବସର ଏକାଦଶ ଦିବସ । ଶ୍ରୀମନ୍ଦିର ଅଣସର ଗୃହରେ ଶ୍ରୀଜିଉଙ୍କ ଖଳି ନୀତି ଅନୁଷ୍ଠିତ ହେବ । ଶ୍ରୀଅଙ୍ଗରେ ଲାଗିହେବ ଖଳି । ଅଧିକ ପଢନ୍ତୁ

author img

By

Published : Jun 24, 2022, 3:45 PM IST

ଶ୍ରୀଜିଉଙ୍କ ଜ୍ବର ଉପଚାର, ଆଜି ଶ୍ରୀଅଙ୍ଗରେ ଲାଗିହେବ ଖଳି

ପୁରୀ: ଆଜି ଅନବସର ଏକାଦଶ ଦିବସ । ଶ୍ରୀମନ୍ଦିର ଅଣସର ଗୃହରେ ଶ୍ରୀଜିଉଙ୍କ ଖଳି ନୀତି ଅନୁଷ୍ଠିତ ହେବ । ଶ୍ରୀଅଙ୍ଗରେ ଲାଗିହେବ ଖଳି । ଗତକାଲି (ଗୁରୁବାର) ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହୋଇ ଶ୍ରୀମନ୍ଦିର ଆସିଥିବା ଦଶମୂଳମୋଦକ ଆଜି ଲାଗି ହେବା ପରେ ଶ୍ରୀବିଗ୍ରହ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ଆସନ୍ତାକାଲି (ଶନିବାର) ମହାପ୍ରଭୁଙ୍କ ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତିଙ୍କୁ ପ୍ରଦାନ କରିବେ ଦଇତାପତି ସେବାୟତ।

ତିନିଦିନ ଧରି ଶ୍ରୀଅଙ୍ଗରେ ଓଷ ଲାଗି ପରେ ଧୀରେ ଧୀରେ ଜ୍ବରରୁ ଉପଶମ ହୋଇଛନ୍ତି ମହାପ୍ରଭୁ । ଦୀର୍ଘଦିନ ଜ୍ବରରେ ପୀଡିତ ହୋଇ ଅଣସର ପିଣ୍ଡିରେ ବିଶ୍ରାମ ନେଉଥିବା ଶ୍ରୀଜିଉ ଗତକାଲି ଉଠି ବସିଛନ୍ତି । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଠାରେ ଦଶମୂଳ ମୋଦକ ଲାଗି କରାଯିବ। ଏହାପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଆଜି ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ । ଚନ୍ଦନରେ କର୍ପୂର, କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି ।

ଆଜି ମହାପ୍ରଭୁ ବାରଲାଗି ଖଣ୍ଡୁଆପାଟ ପରିଧାନ କରିବେ । ତୁଳସୀ ଲାଗି କରିବା ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ । ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଅଣସର ୧୨ଦିନ ଧରି ଜ୍ବର ଯୋଗୁଁ ଘଣ୍ଟ ବାଜିବା ବନ୍ଦ ରହିଥିଲା । ଖଳି ଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜିଉମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି । ଏକାଦଶୀ ତିଥିର ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବାର ବିଧି ରହିଛି । ଆସନ୍ତାକାଲି ଅଣସର ଦ୍ବାଦଶୀରେ ଶ୍ରୀନହରକୁ ରାଜପ୍ରସାଦ ବିଜେ କରି ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ । ସେପଟେ ଶ୍ରୀମନ୍ଦିରକୁ ଆସିଥିବା ଭକ୍ତ ମାନେ ପଟି ଦିଅଁଙ୍କୁ ଦର୍ଶନ କରି ଫେରିଛନ୍ତି । ମହାପ୍ରଭୁଙ୍କ ରଥଯାତ୍ରାକୁ ଭକ୍ତ ମାନେ ଅପେକ୍ଷା କରି ରହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.