ପୁରୀ: କୋରୋନା ସଂକ୍ରମଣ ମଧ୍ୟରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ହେବା ନେଇ ଯେଉଁ ସସପେନ୍ସ ଲାଗି ରହିଛି, ତା ଉପରୁ ଧିରେ ଧିରେ ଉଠୁଛି ପରଦା । ଏହି ମଧ୍ୟରେ ରଥ ଅନୁକୂଳ ପାଇଁ ପୁରୋହିତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିସାରିଛି । ତେବେ ଏହି ଅନୁମତି ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପୁରୋହିତ ।
ଅନ୍ୟପକ୍ଷେ ଆସନ୍ତା 18ରେ ରଥଯାତ୍ରା ମାମଲାର ଶୁଣାଣି ହେବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ସୁପ୍ରମିକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ 3 ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ତେବେ ଓଡିଶା ବିକାଶ ପରିଷଦ ପକ୍ଷରୁ ଦାଏର ହୋଇଥିବା ଯାଚିକା ଉପରେ ଶୁଣାଣି ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ