ETV Bharat / city

କୋଭିଡ ଟୀକା ନେଇଥିବା ଭକ୍ତଙ୍କୁ ରଥଯାତ୍ରାରେ ଦର୍ଶନ ଅନୁମତି ଦାବି

author img

By

Published : Jul 6, 2021, 10:18 PM IST

ଦୁଇଟି କୋଭିଡ ଟୀକା ନେଇଥିବା ତଥା ଡବଲ ଡୋଜ ନେଇ ଥିବା ଭକ୍ତଙ୍କୁ ଚଳିତ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳୁ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ଜଗନ୍ନାଥ ସେନା । ଅଧିକ ପଢନ୍ତୁ...

jagannath-sena
ଦୁଇଟି କୋଭିଡ ଟୀକା ନେଇ ଥିବା ଭକ୍ତଙ୍କୁ ରଥଯାତ୍ରାରେ ଦର୍ଶନ ଅନୁମତି ଦାବି

ପୁରୀ: ଦୁଇଟି କୋଭିଡ ଟୀକା ନେଇଥିବା ତଥା ଡବଲ ଡୋଜ ନେଇ ଥିବା ଭକ୍ତଙ୍କୁ ଚଳିତ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳୁ । ଏହି ଦାବି କରିଛି ପୁରୀର ଜଗନ୍ନାଥ ସେନା। ଯେତେବେଳେ ଡବଲ ଡୋଜ ଟୀକା ନେଇ ଥିବା ପୋଲିସ କର୍ମଚାରୀ , ସେବାୟତ , ଶ୍ରୀମନ୍ଦିର କର୍ମଚାରୀ ରଥଯାତ୍ରା ରେ ସାମିଲ ହେଉଛନ୍ତି ସେତେବେଳେ ଡବଲ ଡୋଜ ଟୀକା ନେଇ ଥିବା ଭକ୍ତ କାହିଁକି ରଥଯାତ୍ରା ଦେଖି ପାରିବେନି ବୋଲି ଜଗନ୍ନାଥ ସେନା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି।

ଡବଲ ଡୋଜ ଟୀକା ନେଇ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ କୋହଳ ଅନୁମତି ମିଳୁଛି ସେତେବେଳେ ଭକ୍ତଙ୍କୁ କାହିଁକି ତାଙ୍କ ଅଧିକାର ଦିଆଯିବ ନାହିଁ ସେ ପ୍ରଶ୍ନ କରିଛି ଜଗନ୍ନାଥ ସେନା। ଯଦି ଆଗାମୀ 30 ବର୍ଷ ଯାଏ କୋଭିଡ ମହାମାରୀ ରହିବ ତାହା ହେଲେ କଣ ପ୍ରତିବର୍ଷ ବିନା ଭକ୍ତରେ ରଥଯାତ୍ରା ସରକାର ଅୟୋଜନ କରିବେ କି ବୋଲି ଜଗନ୍ନାଥ ସେନା କହିଛି। ଏଣୁ ଡବଲ ଡୋଜ ଟୀକା ନେଇ ଥିବା ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ନେଇ ଜଗନ୍ନାଥ ସେନା ଦାବି କରିଛି। ଯଦି ଓଡିଶାବାସିଙ୍କୁ ସରକାର ଏହି ସୁଯୋଗ ଦେବାରେ ସମର୍ଥ ହେଉନାହାନ୍ତି ତାହା ହେଲେ ପୁରୀବାସୀଙ୍କୁ ଏଥର ମହାପ୍ରଭୁଙ୍କ ରଥଯାତ୍ରା ଓ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ସରକାରଙ୍କୁ ଦାବି କରିଛି ଜଗନ୍ନାଥ ସେନା।ସେହିପରି ବଡ଼ ଦାଣ୍ଡ ରେ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିବା ଉପରେ କଟକଣାକୁ କଡା ସମାଲୋଚନା କରିଛି ଜଗନ୍ନାଥ ସେନା। ନିଜ ଘରେ ମଧ୍ୟ କଣ ଲୋକ ମାନେ ଆଖିରେ ଅନ୍ଧ ପୁଟୁଲି ଭିଡି ବସିବେ କି ବୋଲି ଜଗନ୍ନାଥ ସେନା ପ୍ରଶ୍ନ କରିଛି।

ସେହିପରି ଆସନ୍ତା 8 ତାରିଖ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରୁଥିବା ବେଳେ ପୁରୀ ସହରବାସୀ ଓ ବୁଦ୍ଧିଜୀବୀଙ୍କୁ ଏଥିରେ ସାମିଲ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଜଗନ୍ନାଥ ସେନା କହିଛି। ଏଣୁ ଭକ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖାଯାଇ ତୁରନ୍ତ ସରକାର ଜଗନ୍ନାଥ ସେନାର ଦାବିକୁ ପୂରଣ କରିବାକୁ ସଂଗଠନ ଦାବି କରିଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଏକ ସ୍ମାରକ ପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଜରିଆରେ ପ୍ରଦାନ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.