ETV Bharat / city

ଧାର୍ମିକ ବ୍ୟବସ୍ଥାରେ ରାଜନେତାଙ୍କ ହସ୍ତକ୍ଷେପକୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ - jagadguru shankaracharya

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ଶ୍ରୀମନ୍ଦିରରେ ପୁରାଣରେ ଥିବା ନୀତି ନିୟମ ବଦଳରେ ଅନ୍ଧ ପରମ୍ପରା ନେଇ ସେବା ପୂଜା ଚାଲିଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Oct 28, 2019, 11:21 PM IST

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ଶ୍ରୀମନ୍ଦିରରେ ପୁରାଣରେ ଥିବା ନୀତି ନିୟମ ବଦଳରେ ଅନ୍ଧ ପରମ୍ପରା ନେଇ ସେବା ପୂଜା ଚାଲିଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି । ଏହା ଦ୍ବାରା ରାଜ୍ୟ ତଥା ଦେଶର କ୍ଷତି ଘଟିବ ବୋଲି ଜଗତଗୁରୁ ବାର୍ତ୍ତା ଦେଇଛନ୍ତି ।

ସ୍କନ୍ଦ ପୁରାଣରେ ବର୍ଣ୍ଣନା ରହିଛି ରଥଯାତ୍ରା ଦିନ ହିଁ ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥାଏ ଓ ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ସ୍ଥାପନ କରାଯାଇଥାଏ । କିନ୍ତୁ ଏହି ନିୟମ ପରିବର୍ତ୍ତେ ସନ୍ଧ୍ୟା ହେଲେ ରଥ ଟଣା ବନ୍ଦ ରହୁଛି। ପୂର୍ବରୁ କିଛି ସେବାୟତ ଏହି ନିୟମ କରିଥିବାବେଳେ ଏହା ଆଜି ଯାଏ ଚାଲିଛି । ଏ ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଉ ନାହିଁ ବୋଲି ସେ କହିଛନ୍ତି।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ

ସେହିପରି ଶ୍ରୀମନ୍ଦିରକୁ ଧର୍ମୀୟ ଆଧାରରେ ପରିଚଳନା ହେବା ପରିବର୍ତ୍ତେ ଧର୍ମ ନିରପେକ୍ଷ ଆଧାରରେ ପରିଚଳନା କରାଯାଉଛି ଯାହାକି ଦୁର୍ଭାଗ୍ୟଜନକ ବୋଲି ଜଗତଗୁରୁ କହିଛନ୍ତି । ଏହାସହ ରାଜନେତା ଓ ପ୍ରଶାସକ ଶ୍ରୀମନ୍ଦିର ଧର୍ମୀୟ ବ୍ୟବସ୍ଥାରେ ହସ୍ତକ୍ଷେପ କରି ପରିଚାଳନା କରୁଛନ୍ତି । ଏହିଭଳି ଭାବରେ ଶଙ୍କରାଚାର୍ଯ୍ୟଙ୍କ ଧର୍ମୀୟ ଅଧିକାରକୁ କ୍ଷୁର୍ଣ୍ଣ କରିବା ଷଡଯନ୍ତ୍ର କରାଯାଇଛି । ଯାହାକି ଅଗାମୀ ଦିନରେ ରାଜ୍ୟ ଓ ଦେଶ ପାଇଁ ବିପଦ ବୋଲି ସେ ଦର୍ଶାଇବା ସହ ରାଜ୍ୟବାସୀ ସଚେତନ ହୋଇ ଶଙ୍କରାଚାର୍ଯ୍ୟଙ୍କ ଅଧିକାର ନେଇ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କ କ୍ଷୋଭBody:ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଶ୍ରୀମନ୍ଦିର ରେ ପୁରାଣ ରେ ଥିବା ନୀତି ନିୟମ ବଦଳରେ ଅନ୍ଧ ପରମ୍ପରା ନେଇ ସେବା ପୂଜା ଚାଲିଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି। ଏହା ଦ୍ୱାରା ରାଜ୍ୟ ତଥା ଦେଶର ପ୍ରଭୁତ କ୍ଷତି ଘଟିବ। ଆଜି ଏକ ବାର୍ତା ଦେଇ ଛନ୍ତି ଜଗତଗୁରୁ। ସେ କହିଛନ୍ତି ସ୍କନ୍ଦ ପୁରାଣ ରେ ବର୍ଣ୍ଣନା ରହିଛି ରଥଯାତ୍ରା ଦିନ ହିଁ ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗି ଥାଏ ଓ ମହାପ୍ରଭୁ ଙ୍କୁ ରତ୍ନ ସିଂହାସନ ରେ ସ୍ଥାପନ କରାଯାଇ ଥାଏ। କିନ୍ତୁ ଏହି ନୀୟମ ପରିବର୍ତେ ସନ୍ଧ୍ୟା ହେଲେ ରଥ ଟଣା ବନ୍ଦ ରହୁଛି। ପୂର୍ବରୁ କିଛି ସେବୟତ ଏହି ନିୟମ କରିଥିବା ବେଳେ ଏହା ଆଜି ଯାଏ ଚାଲିଛି। ଏ ନେଇ ଶଙ୍କରାଚାର୍ଯ୍ୟ ଙ୍କ ପରାମର୍ଶ ନିଆଯାଉ ନାହିଁ। ସେହିପରି ଶ୍ରୀମନ୍ଦିର କୁ ଧର୍ମୀୟ ଆଧାର ରେ ପରିଚଳନା ହେବା ପରିବର୍ତେ ସେକୁଲାର ଆଧାର ରେ ପରିଚଳନା କରାଯାଉଛି ଯାହାକି ଦୁର୍ଭାଗ୍ୟ ଜନକ। ସେହିପରି ରାଜ ନେତା ପ୍ରଶାସକ ଶ୍ରୀମନ୍ଦିର ଧର୍ମୀୟ ବ୍ୟବସ୍ଥା ରେ ହସ୍ତକ୍ଷେପ କରି ପରିଚଳନା କରୁଛନ୍ତି। ଏହି ଭଳି ଭାବରେ ଶଙ୍କରାଚାର୍ଯ୍ୟ ଙ୍କ ଧର୍ମୀୟ ଅଧିକାର କୁ କ୍ଷୁର୍ଣ୍ଣ କରିବା ଷଡଯନ୍ତ୍ର କରାଯାଇଛି। ଯାହାକି ଅଗାମୀ ଦିନରେ ରାଜ୍ୟ ଓ ଦେଶ ପାଇଁ ବିପଦ। ଏଣୁ ରାଜ୍ୟ ବାସୀ ସଚେତନ ହୋଇ ଶଙ୍କରାଚାର୍ଯ୍ୟ ଙ୍କୁ ଅଧିକାର ନେଇ ଆଗେଇ ଆସିବକୁ ପରାମର୍ଶ ଦେଇଛନ୍ତି।

ବାଇଟ,, ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ,, ଶଙ୍କରାଚାର୍ଯ୍ୟConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.