ETV Bharat / city

କୋରୋନା ମୁକାବିଲା: କୋଣାର୍କ ମେଡ଼ିକାଲରେ ଆଇସୋଲେସନ ୱାର୍ଡ, 102 ସ୍ବତନ୍ତ୍ର ବେଡ

author img

By

Published : Mar 29, 2020, 7:43 PM IST

ରାଜ୍ୟ ସରକାରଙ୍କ ନିଦ୍ଦେର୍ଶ ମୁତାବକ ମହାମାରୀ କୋରନାର ମୁକାବିଲା ପାଇଁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । କୋରୋନା ସନ୍ଦିଗ୍ଧଙ୍କ ପାଇଁ କୋଣାର୍କ ମେଡିକାଲରେ ଖୋଲିଲା ସ୍ବତନ୍ତ୍ର ଆଇସୋଲେସନ ୱାର୍ଡ ସହ 102 ସ୍ବତନ୍ତ୍ର ବେଡ ।

isolation-ward-open-in-konark-medical-102-special-bed
କୋରୋନା ମୁକାବିଲା: କୋଣାର୍କ ମେଡ଼ିକାଲରେ ଆଇସୋଲେସନ ୱାର୍ଡ, 102 ସ୍ବତନ୍ତ୍ର ବେଡ

ପୁରୀ: କୋରୋନାର ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ଦୃଢ ପଦକ୍ଷେପ ନେଉଛନ୍ତି । କୋରୋନା ସନ୍ଦିଗ୍ଧଙ୍କ ପାଇଁ କୋଣାର୍କ ମେଡିକାଲରେ ଖୋଲିଲା ସ୍ବତନ୍ତ୍ର ଆଇସୋଲେସନ ୱାର୍ଡ । ରାଜ୍ୟ ସରକାରଙ୍କ ନିଦ୍ଦେର୍ଶ ମୁତାବକ ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଜରୁରୀକାଳୀନ ଭାବରେ ପ୍ରସ୍ତୁତ କରାଯାଉଛି ।

ପୁରୀ ଜିଲ୍ଲାପାଳ ଶ୍ରୀ ବଲ୍ଳବନ୍ତ ସିଂଙ୍କ ନିଦ୍ଦେର୍ଶ କ୍ରମେ ଵିଶ୍ଵ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ଲକ ଡାଉନ ଘୋଷଣା କରାଯାଇ ପ୍ରଶାସନ ତରଫରୁ ବିଭିନ୍ନ ସଚେତନ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । କୋଣାର୍କ ଅଞ୍ଚଳର ଲୋକମାନେ ବିଭିନ୍ନ ସମୟରେ ଶ୍ରମିକ ରୂପେ କାର୍ଯ୍ୟ କରି ବାହାର ରାଜ୍ୟରୁ ଆସୁଥିବା ପ୍ରଶାସନ ନଜରରେ ରହିଛି । ସେମାନଙ୍କ ପାଇଁ ୧୪ ଦିନ କ୍ଵାରେଣ୍ଟାଇନରେ ରଖିବା ପାଇଁ କୋଣାର୍କ ପ୍ରାଥମିକ ଚିକିତ୍ସାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିଲେ ମୋଟ 102 ସ୍ବତନ୍ତ୍ର ବେଡକୁ ପ୍ରସ୍ତୁତ କରି ରଖାଯାଇଛି । ମେଡିକାଲର ସମସ୍ତ ପ୍ରକାରର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ।

କୌଣସି ବ୍ୟକ୍ତି କୋରୋନା ସନ୍ଦେହରେ ପ୍ରଶାସନ ନଜରକୁ ଆସନ୍ତି ତାହାଲେ ତାଙ୍କୁ ତୁରନ୍ତ ମେଡ଼ିକାଲ ରେ ଭର୍ତ୍ତି କରାଇବାକୁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିଦ୍ଦେର୍ଶ ଦେଇଛନ୍ତି । ସେଥିପାଇଁ 24 ଘଣ୍ଟିଆ ମେଡିକାଲ ସେବା ଖୋଲା ରଖାଯାଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.