ପୁରୀ: ବୁଧବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ସୁନା ବେଶ ବା ରାଜା ରାଜେଶ୍ବର ବେଶ । ଭରଣ ଭରଣ ସୁବର୍ଣ୍ଣର ଅଳଙ୍କାର ମାନ ଧାରଣ କରିବେ ତିନିଠାକୁର । ତେବେ ଏହି ଅବସରରେ ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ସୁନାବେଶର ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ମଙ୍ଗଳବାର ବାହୁଡ଼ା ଯାତ୍ରା ପରେ ବୁଧବାର ରଥ ଉପରେ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଧାରଣ କରି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀବିଗ୍ରହ । ଏହି ଅବସରରେ ପୁରୀ ସୁବର୍ଣ୍ଣ ବେଳାଭୂମିରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସହ କାଲିଆ ସାଆନ୍ତ ସୁନାବେଶରେ ସଜ୍ଜିତ ହୋଇଥିବା ଏକ ସୁନ୍ଦର ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ