ETV Bharat / city

ବାଲୁକାକଳାରେ ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା

author img

By

Published : Nov 5, 2021, 4:04 PM IST

Updated : Nov 5, 2021, 4:23 PM IST

ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ସୁନ୍ଦର ବାଲୁକାକଳା ମାଧ୍ୟମରେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ୍‌ ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

International Sand Artist Sudarsan Pattnaik wishes indian captain virat kohli on his 33rd birthday with sand art
ବାଲୁକାକଳାରେ ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା

ପୁରୀ: ଭାରତୀୟ କ୍ରିକେଟ ଟିମର କ୍ୟାପଟେନ୍‌ ବିରାଟ କୋହଲି ଶୁକ୍ରବାର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବତନ କ୍ରିକେଟର, ବର୍ତ୍ତମାନ କ୍ରିକେଟରଙ୍କ ସମେତ ଅଗଣିତ କ୍ରିକେଟ ଫ୍ୟାନ୍ସ 'ରନ୍‌ ମେସିନ୍‌' ବିରାଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି କ୍ରମରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୁରୀ ବେଳାଭୂମୀରେ ସୁନ୍ଦର ବାଲୁକାକଳା ମାଧ୍ୟମରେ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସବୁଠୁ ମଜାଦାର କଥା ହେଉଛି, କ୍ୟାପଟେନ କୋହଲିଙ୍କ ଜନ୍ମଦିନରେ ଟିମ ଇଣ୍ଡିଆର ମ୍ୟାଚ୍‌ ରହିଛି । ଚଳିତ ଟି-୨୦ ବିଶ୍ବକପରେ ଗ୍ରୁପ ୨ ସୁପର ୧୨ ମୁକାବିଲା ସ୍କଟଲାଣ୍ଡ ସହ ରହିଛି । ଫଳରେ ଏହି ମ୍ୟାଚ୍‌ରେ ବଡ ବ୍ୟବଧାନରେ ବିଜୟ ହେବାକୁ ଲକ୍ଷ୍ୟ ରଖିଛି ମେନ୍‌ ଇନ୍‌ ବ୍ଲୁ ।

ବିରାଟ କୋହଲି ବର୍ଷ ୨୦୦୮ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଏହା ପରଠାରୁ ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ସେ କେବଳ ଭାରତୀୟ ଟିମର ପ୍ରମୁଖ ସଦସ୍ୟ ହୋଇନାହାନ୍ତି, ବରଂ ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେବା ସହିତ 'କ୍ରିକେଟ'ର ମହାନ ବ୍ରାଣ୍ଡ୍‌ ହୋଇପାରିଛନ୍ତି । ଏଯାବତ ୨୫୪ଟି ଅନ୍ତର୍ଜାତୀୟ ଦିନିକିଆ, ୯୬ଟି ଟେଷ୍ଟ ମ୍ୟାଚ୍‌ ଓ ୯୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳିସାରିଛନ୍ତି କୋହଲି । ସମସ୍ତ ଫର୍ମାଟରେ ତାଙ୍କ ନାମରେ ରହିଛି ଅନେକ କିର୍ତ୍ତୀମାନ । ତେବେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ୫୦ରୁ ଅଧିକ ଆଭରେଜ ଥିବା ବିଶ୍ବର ଏକମାତ୍ର ବ୍ୟାଟର ହେଉଛନ୍ତି ବିରାଟ କୋହଲି ।

୭୦ ଅନ୍ତର୍ଜାତୀୟ ଶତକ ସହ କ୍ରିକେଟ ଇତିହାସରେ ସର୍ବାଧିକ ସଂଖ୍ୟକ ବ୍ୟକ୍ତିଗତ ଶତକ ତାଲିକାରେ କୋହଲି, ସଚିନ ତେନ୍ଦୁଲକର(୧୦୦) ଓ ରିକି ପଣ୍ଟିଂ(୭୧)ଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ କ୍ୟାପଟେନ ଏଯାବତ ୨୩୧୫୯ ରନ୍‌ ସଂଗ୍ରହ କରିସାରିଥିବାବେଳେ, ଅନ୍ତର୍ଜାତୀୟ କ୍ରିକେଟରେ ସର୍ବକାଳୀନ ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି ।

୩୩ ବର୍ଷୀୟ କୋହଲି ପୁରୁଷ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୯୨ ମ୍ୟାଚ୍‌ରୁ ୩,୨୨୫ ରନ୍‌ ସହ ସର୍ବାଧିକ ରନ୍‌ ସଂଗ୍ରହକାରୀ ରହିଛନ୍ତି । ଦିଲ୍ଲୀ ଜନ୍ମିତ ବ୍ୟାଟ୍‌ର ବିରାଟ ସବୁଠୁ ଟେଷ୍ଟ କ୍ରିକେଟରେ ସଫଳତମ ଭାରତୀୟ କ୍ୟାପଟେନ ରହିଛନ୍ତି । ତାଙ୍କ ଅଧିନାୟକତ୍ବରେ ୬୫ଟି ମ୍ୟାଚ୍‌ ଟିମ ଇଣ୍ଡିଆ ଖେଳିଥିବାବେଳେ ୩୮ଟି ମ୍ୟାଚ୍‌ରେ ବିଜୟୀ ହେବାସହ ବିଦେଶ ମାଟିରେ ସ୍ମରଣୀୟ ଟେଷ୍ଟ ସିରିଜ ବିଜେତା ହୋଇଛି । ଆଧୁନିକ କ୍ରିକେଟର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଅନ୍ୟତମ ଶ୍ରେଷ୍ଠ ଖେଳାଳି ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 5, 2021, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.